ଜେଲରେ ଜଣଙ୍କର ଆତ୍ମହତ୍ୟା ପାଇଁ 5 ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

2018 ମସିହାରେ ଝାରପଡା ଜେଲରେ ହୋଇଥିବା ଜିତେନ୍ଦ୍ର ବିଶ୍ୱାଳ ନାମକ କଏଦୀ ଆତ୍ମହତ୍ୟା କରିଥିଲା l ଏହି ଘଟଣାକୁ ନେଇ ହୋଇଥିବା ମାମଲାରେ ଓଡିଶା ମାନବାଧିକାର କମିଶନ ଜିତେନ୍ଦ୍ରଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି l

କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପୀଙ୍କୁ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗର ମାନଙ୍କ ପାଇଁ ଜୁଲାଇ ମାସରେ ‘ସଂକଳ୍ପ’ କେନ୍ଦ୍ରାପଡା ପ୍ରକଳ୍ପ ଅଧୀନରେ ଅନେକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

ସୋମବାର ଠାରୁ ଖୋଲିବ ଭିତରକନିକା

କୁମ୍ଭୀର ପ୍ରଜନନ ଋତୁ ସକାଶେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ସୋମବାର ଠାରୁ ପୁଣି ଖୋଲାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l ମାତ୍ର ହବାଳିଖଟି ଯିବା ଉପରେ ବାରଣ କରାଯାଇଛି l

ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂ ଏକ ବଦଳି କରାଇବାକୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ଆସନ୍ତା 30 ତାରିଖରେ ସେ ଅବସର ନେବାର ଥିଲା l
ଭିଜିଲାନ୍ସ ପକ୍ଷରୁ ତାଙ୍କ କେନ୍ଦ୍ରାପଡ଼ା ସ୍ଥିତ ବାସଭବନ ଓ ବାଲେଶ୍ୱର ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି l

Nuakhai wishes