ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖଞ୍ଜା ଗ୍ରାମର ମୁଟୁରି ମହାରଣା ଗୁରୁବାର ଗାଁ ପାଖ ଜଙ୍ଗଳକୁ କେନ୍ଦୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

ଭତ୍ତା ଅପେକ୍ଷାରେ ବଚନ ବାରିକ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଖିଣ୍ଡା ପଞ୍ଚାୟତ ଖିଣ୍ଡାଗ୍ରାମର ୬୮ ବର୍ଷ ବୟସର ବଚନ ବାରିକଙ୍କୁ ବାର୍ଦ୍ଧକ୍ୟଭତ୍ତା ମିଳୁନଥିବା ସେ କହିଛନ୍ତି।

ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ସେ ବ୍ଲକ ପ୍ରଶାସନକୁ ନିବେଦନ କରିଛନ୍ତି।

ଅଗ୍ନିକାଣ୍ଡ ଘଟି ଜଳିଗଲା ପାଞ୍ଚ ବଖରା ଘର

ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତୁଳିଆ‌‌ କନ୍ତପଡା ଗ୍ରାମର ଶ୍ୟାମସୁନ୍ଦର ‌ବେହେରା ଓ ପ୍ରଦୀପ ବେହେରାଙ୍କ ଘରେ ଆଜି ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ପୋଡି ନଷ୍ଟ ହୋଇଥିବା ସହିତ ଘରର ସବୁ ଜିନିଷ ପତ୍ର ମଧ୍ୟ ପୋଡ଼ି ଯାଇଥିବା ସେମାନେ କହିଛନ୍ତି।

ଏନେଇ ଆଠମଲ୍ଲିକ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଠିକା ଶ୍ରମିକଙ୍କୁ ନିଯୁକ୍ତି ଦାବିରେ ଆମରଣ ଅନଶନ

ଏନ୍‌ଟିପିସି / ଟିଟିପିଏସ୍‌ରୁ ଛଟେଇ ହୋଇଥିବା ଠିକା ଶ୍ରମିକଙ୍କୁ ପୁଣି ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଛଟେଇ କର୍ମଚାରୀ ଆଜି ଆମରଣ ଅନଶନ କରିବା ସହ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦୀର୍ଘ ୧୩ ବର୍ଷ ଧରି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ବିନା ନୋଟିସରେ ବର୍ଷେ ହେଲା ଛଟେଇ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ପ୍ଲାଣ୍ଟ ଭିତରେ ଓ ବାହାରେ କାର୍ଯ୍ୟରତ ୬୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ଛଟେଇ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏପ୍ରିଲ ୨୯ ଗଣଧାରଣାକୁ ସଫଳ କରିବାକୁ ଆହ୍ୱାନ

ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବୀ ନେଇ ଆଗାମୀ ୨୯ ତାରିଖରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ ।

ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ହେବାକୁ ଥିବା ଏହି ଗଣଧାରଣାରେ ବହୁ ସଂଖ୍ୟାରେ ତାଳଚେରବାସୀ ସାମିଲ ହୋଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି l

ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଡଙ୍ଗାପାଳ‌ ଗ୍ରାମର ଚଞ୍ଚଳା ସାହୁ ଓ ମେଗି ସାହୁ ଆଜି କେନ୍ଦୁ ପତ୍ର ସଂଗ୍ରହ କରିବାକୁ ସ୍ଥାନୀୟ ଜଙ୍ଗଳକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମା ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ଦଶ ଲକ୍ଷ ଟଙ୍କା

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଖୋଲା ଯାଇଥିବା ବେଳେ ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର ସାହୁ,ରାଜେନ୍ଦ୍ର କୁମାର ସିଂହ,ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସହ ରାଜସ୍ୱ ନିରୀକ୍ଷକ ସୁବୋଧ ଦାସ ଓ କନିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରାଙ୍କ ଉପସ୍ଥିତ ରହିଥିଲେ।

ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇ ମୋଟ ଦଶ ଲକ୍ଷ ଚାରି ହଜାର ଦୁଇ ଶହ ଦଶ ଟଙ୍କା (୧୦,୦୪,୨୧୦ଟଙ୍କା ମାତ୍ର) ସଂଗୃହୀତ ହୋଇଥିଲା ।

ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜଳଛତ୍ର ଉଦଘାଟିତ

ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଆଜି ଏକ ଜଳଛତ୍ର ଉଦଘାଟିତ ହୋଇଥିବା ବେଳେ ଆଗାମୀ ୩ ମାସ ଯାଏଁ ଲୋକଙ୍କୁ ଲେମ୍ବୁ ପାଣି,ଦହି ପାଣି,ଥଣ୍ଡା ପାଣି ଯୋଗାଇବାକୁ ନିଷ୍ପତି ହୋଇଛି l

ଏମସିଏଲ ଜଗନ୍ନାଥ କ୍ଷେତ୍ରର ଜିଏମ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଜଗନ୍ନାଥ ଜିଏମ ପି.ବି.ରେଡ୍ଡୀ ସମ୍ମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ l

Nuakhai wishes