ବାହାଘର କାର୍ଡ ବାଣ୍ଟିବା ବାହାନାରେ ଗଞ୍ଜେଇ ଚାଲାଣ

ଅନୁଗୁଳ ଜିଲ୍ଲା ଜରପଡ଼ା ମୁଣ୍ଡା ସାହିରେ ଚଢ଼ାଉ ବେଳେ ୬୦ କେଜି ଗଞ୍ଜେଇ ଜବତ ହୋଇଛି।

ଏକ ବ୍ୟାଗରେ ବାହାଘର କାର୍ଡ ସହ ଗଞ୍ଜେଇ ଚାଲାଣ ହେଉଥିଲା। ସେହିପରି ହଣ୍ଡପା ଅଞ୍ଚଳରୁ ୪୮ କେଜି ଗଞ୍ଜେଇ ଜବତ ହୋଇଛି। ୨ଟି ଘଟଣାରେ ୬କୁ ଗିରଫ କରିଛି ପୁଲିସ।

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳର ସୁନାଭୂଇଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି।

ବ୍ୟକ୍ତି ଜଣକ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା।

ଘରୋଇ କୋଲ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ରେଳରୋକ

ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ା ନିକଟରେ ମାଲ୍‌ବାହୀ ଟ୍ରେନ୍ ଅଟକାଇଛନ୍ତି ସପକ୍ଷବାଦୀ।

ସପକ୍ଷବାଦୀଙ୍କ ଦ୍ୱାରା ଅର୍ଥନୈତିକ ଅବରୋଧ ସହ ଆନ୍ଦୋଳନ ତୀବ୍ର କରାଯାଇଛି। ମାତ୍ରାଧିକ ପ୍ରଦୂଷଣ ଯୋଗୁ ଘରୋଇ କୋଲ୍ ପ୍ଲାଣ୍ଟକୁ ବନ୍ଦ କରାଯାଇଛି।

କୋଲ୍‌ ପ୍ଲାଣ୍ଟ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଅନୁଗୁଳ ଜିଲ୍ଲା କୋଲ୍‌ ପ୍ଲାଣ୍ଟ ସମ୍ମୁଖରେ ଘଣ୍ଟପଡ଼ା-ଟେଣ୍ଟୁଳେଇ ଗାଁର ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି।

ବିପକ୍ଷବାଦୀଙ୍କୁ ସମର୍ଥନ କରି ବିଧାୟକ ବ୍ରଜ ପ୍ରଧାନ ପହଞ୍ଚିଛନ୍ତି।ସପକ୍ଷବାଦୀଙ୍କ ସପକ୍ଷରେ ରହିଛନ୍ତି ସ୍ଥାନୀୟ ସରପଞ୍ଚ। ଉତ୍ତେଜନା ଦୃଷ୍ଟିରୁ ଗୋଟିଏ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।

ଭୂକମ୍ପ ଜୋନ୍-୩ରେ ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ: ରାଜସ୍ବ ମନ୍ତ୍ରୀ

ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଲିଖିତ ଉତ୍ତର ରଖିଛନ୍ତି।

ଏନଡିଏମ୍ଏ, ବିଏମଟିପିସି ଦ୍ବାରା ଭୂକମ୍ପ ଆଟଲାସ ପ୍ରକାଶିତ କରାଯାଇଛି, ଏହି ଆଟଲାସ ଅନୁସାରେ ତାଳଚେର ବ୍ଲକ ଜୋନ୍-୩ ଭାବେ ଚିହ୍ନଟ ହେବ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଅଟୋରେ ୩ ଜଣ କୁଲାସିଂହା ଫେରିଲା ଏକ ହାଇୱା ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଥିବା ସୂଚନା ମିଳିଛି।

ଇଡି ଅଫିସରେ ବିଧାୟକ ବ୍ରଜ ପ୍ରଧାନ

ଅନୁଗୁଳ ଜିଲ୍ଲା ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡି ଅଫିସରେ ହାଜର ହୋଇଛନ୍ତି।

ଖଣି ସମ୍ପର୍କିତ ମାମଲାରେ ଜେରା ପାଇଁ ପୁଣି ସେ ହାଜର ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହେବା ସମ୍ଭାବନା ଅଛି।

ଏ ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ।

ଅନୁଗୁଳ‌ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଆଜି ରାତି ଓ କାଲି ସକାଳେ ଅନୁଗୁଳ‌ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି।

ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

Nuakhai wishes