ଏପ୍ରିଲ ୧୪ରୁ ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ବାର୍ଷିକ ଯାତ୍ରା

ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ବାର୍ଷିକ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହେବ । ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ ଙ୍କ ବାର୍ଷିକ ଯାତ୍ରା କେବଳ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥଲା ।

ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ହିଙ୍ଗୁଳା ମନ୍ଦିର ଓ ଉଭାସ୍ଥଳୀର ଚତୁଃପାଶ୍ୱର୍ ସହ ବିଭିନ୍ନ ଛକ ଜାଗାରେ ପୁଲିସ ଫୋର୍ସ ମୁତୟନ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି l

ସିଆଇଏସଏଫ୍ ୟୁନିଟ୍ ଦ୍ୱାରା ଅଗ୍ନିଶମ ସେବା ସପ୍ତାହ ପାଳନ

ସିଆଇଏସଏଫ୍ ୟୁନିଟ୍ ଏନଟିପିସି କଣିହାଁ ଦ୍ୱାରା ଏପ୍ରିଲ ୧୪ ତାରିଖରେ ଅଗ୍ନିଶମ ସେବା ଦିବସ ପାଳନ ଏବଂ ଏପ୍ରିଲ ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ସମାରୋହର ଆୟୋଜନ କରାଯାଉଛି ।

ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓ ଏହି ସମାରୋହକୁ ଉଦଘାଟନ କରିଥିଲେ ।

କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର -୧ ପରିଦର୍ଶନ କରିବା ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆ ଜାତୀୟ ଶିକ୍ଷା ନୀତି ଉପରେ ବିଶେଷ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସନ୍ଥକବି ଭୀମ ଭୋଇଙ୍କ କାଳଜୟୀ କାବ୍ୟ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ମା ତାରିଣୀ ମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ପାଳନ

ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡାସ୍ଥିତ ଅନନ୍ତ ବିହାର ମାର୍କେଟ ଠାରେ ଥିବା ମା ତାରିଣୀ ମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ହୋମଯଜ୍ଞ ଅନୁଷ୍ଠିତ ହୋଇଛି।

କଳସ ଯାତ୍ରା ପରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା।

ସମ୍ଭାବୀ ସମ୍ମାନରେ ସମ୍ମାନିତ ହେଲେ ଚିନ୍ମୟୀ

ଅନୁଗୁଳ ଜିଲ୍ଲା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସମ୍ଭାବୀ ସମ୍ମାନ ସହିତ ଓଡ଼ିଆ ନବବର୍ଷ ହନୁମାନ ଜୟନ୍ତୀ ଅବସରରେ ମାନପତ୍ର ଉତ୍ତରୀୟ ସହିତ ୫୦୦୦୦(ପଚାଶ ହଜାର )ଟଙ୍କାର ଆର୍ଥିକ ରାଶି ଗ୍ରହଣ କରିଛନ୍ତି ଅନୁଗୁଳର ସମାଜସେବୀକା ଚିନ୍ମୟୀ ଦାସ।

ଆମ୍ବେଦକର ଜୟନ୍ତୀ ପାଳିତ

ଅନୁଗୁଳ ଜିଲ୍ଲା ତାଳଚେରରେ ଆଜି ଭାରତରତ୍ନ ଭୀମରାଓ ଓ ଡାକ୍ତର ବି ଆର ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ ଏଫସିଆଇ ସ୍ଥିତ ମିନା ବଜାର ଠାରେ ପାଳିତ ହୋଇଯାଇଛି।

ବିଜେପି ରାଜ୍ୟ ସମ୍ପାଦକ ତଥା କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲ ଯୋଗ ଦେଇ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଉପସ୍ଥିତ ଜନତାଙ୍କୁ ଆମ୍ବେଦକରଙ୍କର ଦେଶପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ।

ଦେଶୀ ମଦ ଜବତ, ତିନି ଗିରଫ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଦୁଇଟି ଗ୍ରାମରେ ଆଜି ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୫୦ ଲିଟର ଦେଶୀ ମହୁଲି ମଦ ଜବତ ସହ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଅନୁଗୁଳ ଜିଲ୍ଲା ତାଳଚେରରେ ଆଜି ସମ୍ବିଧାନର ପ୍ରତିଷ୍ଠାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି।

ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ନବ ନିର୍ବାଚିତା କାଉନସିଲର ଲିନା ସାହୁ।

ସଂସ୍କୃତି ଭବନର ଶୁଭ ଉଦଘାଟନ

ଓଡ଼ିଆ ନବ ବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡଶ ଠାରେ ହରି ନାମ ସଂକୀର୍ତ୍ତନରେ ଯୋଗ ଦେବା ସହ ଦୁଇ ଗୋଟି ସଂସ୍କୃତି ଭବନର ଶୁଭ ଉଦଘାଟନ କରିଛନ୍ତି ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ।

କଲଣ୍ଡାପାଳରେ ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ

ଅନୁଗୋଳ ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ‘ଖ’ ପଞ୍ଚାୟତ କଲଣ୍ଡାପାଳ ଗ୍ରାମରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।

ଗାଁର ମହିଳାମାନେ ଏକାଠି ହୋଇ ସ୍ଥାନୀୟ ଲିଙ୍ଗରା ଜୋରକୁ ଯାଇଥିଲେ ଓ ସେଠାରେ ପୂଜାର୍ଚ୍ଚନା କରି କଳସଯାତ୍ରା କରିଥିଲେ। ଘଣ୍ଟ, ହୋଳହୋଳି, ସଂକ୍ରିତନ ସହ ମହିଳାମାନେ ଗ୍ରାମ ପରିକ୍ରମା କରି ମା’ ତାରିଣୀଙ୍କ ପୀଠରେ ପହଁଚିଥିଲେ।

Nuakhai wishes