ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ତାଳଚେର ମେଡିକାଲ୍ କଲେଜ୍ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି ।

ଯଥାଶୀଘ୍ର ଏହାକୁ ସରକାରୀ ମେଡିକାଲ୍ କଲେଜ୍ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଲିଖିତ ଭାବେ ଦାବି କରାଯାଇଛି l

କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ର ପରିଦର୍ଶନ

ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା ବିଜୁ ପଟ୍ଟନାୟକ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ରକୁ ବୁଲି ଦେଖିବା ସହ ତାଲିମ କେନ୍ଦ୍ରରେ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ବର୍ତ୍ତମାନ ଶିଳ୍ପସଂସ୍ଥା ଗୁଡ଼ିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ୱକୁ ବୁଝିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ନିର୍ଯ୍ୟାତିତ ସ୍ତ୍ରୀ ହେଲେ କୋର୍ଟର ଦ୍ଵାରସ୍ଥ

ଅନୁଗୁଳ ପୁରୁଣା ଗଡ଼ ଗ୍ରାମର ଅନିତା ରାୟ‌ ତାଙ୍କ ସ୍ବାମୀ ତାଙ୍କୁ ପ୍ରତିଦିନ ମଦ ପିଇ ମାଡ ମାରି ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି।

ଏ ନେଇ ସେ ଆଜି ଜିଲ୍ଲା କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ନିଖୋଜ ଥିବା ଯୁବକର ରକ୍ତାକ୍ତ ମୃତଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଆଜି ସକାଳେ ଜାଣେ ଯୁବକର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି l ଯୁବକଙ୍କ ମୃତଦେହ ତାଙ୍କ ଘରଠାରୁ ପ୍ରାୟ 200 ମିଟର ଦୂର ଏକ ବାରଣ୍ଡାରୁ ମିଳିଛି l

ଯୁବକ ଜଣଙ୍କ ଗତକାଲି ରାତିରେ ମେରୁ ଯାତ୍ରା ଦେଖିବାକୁ ଯାଇ ନିଖୋଜ ଥିଲେ ବୋଲି ପୁଲିସ କହିଛି l

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି।

ଏହା ପରେ ତାଳଚେରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ।

ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ

ଅନୁଗୁଳ ଜିଲ୍ଲା ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ରାଲି ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଅନୁଗୁଳ ଜିଲ୍ଲାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲରେ ସଜ୍ଜିତ ଅଗ୍ନିଶମ ଗାଡ଼ି ସହର ପରିକ୍ରମା କରି ଲୋକଙ୍କୁ ନିଆଁ ଲିଭାଇବା ନେଇ ସଚେତନ କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ହାତରେ କାର୍ଡ ବୋର୍ଡ ଧରି ଲୋକଙ୍କୁ ନିଆଁ ଲିଭାଇବାର କୌଶଳ ସମ୍ପର୍କରେ ବୁଝାଇଥିଲେ।

ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ଅନୁଗୁଳ ଜିଲ୍ଲା ତାଳଚେର ସୋମବାର ଦିନ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଗବନ୍ଧୁ ବାଘଙ୍କ ପରିବାର ବର୍ଗକୁ କ୍ଷତିପୂରଣ ପାଇଁ ତିନି ଦିନ ଆନ୍ଦୋଳନ ପରେ ଏମସିଏଲ ପକ୍ଷରୁ କ୍ଷତିପୂରଣ ଦିଆଯାଇଛି ।

ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ପ୍ରଚେଷ୍ଟାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ସର୍ବମୋଟ ୩୦,୬୦,୨୭୫ ଟଙ୍କା ଆଜି ପ୍ରଦାନ କଲେ ।

Nuakhai wishes