ଅନୁଗୁଳ ଜିଲ୍ଲା ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ରାଲି ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଅନୁଗୁଳ ଜିଲ୍ଲାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲରେ ସଜ୍ଜିତ ଅଗ୍ନିଶମ ଗାଡ଼ି ସହର ପରିକ୍ରମା କରି ଲୋକଙ୍କୁ ନିଆଁ ଲିଭାଇବା ନେଇ ସଚେତନ କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ହାତରେ କାର୍ଡ ବୋର୍ଡ ଧରି ଲୋକଙ୍କୁ ନିଆଁ ଲିଭାଇବାର କୌଶଳ ସମ୍ପର୍କରେ ବୁଝାଇଥିଲେ।