ଏନ୍ଟିପିସି / ଟିଟିପିଏସ୍ରୁ ଛଟେଇ ହୋଇଥିବା ଠିକା ଶ୍ରମିକଙ୍କୁ ପୁଣି ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଛଟେଇ କର୍ମଚାରୀ ଆଜି ଆମରଣ ଅନଶନ କରିବା ସହ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୀର୍ଘ ୧୩ ବର୍ଷ ଧରି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ବିନା ନୋଟିସରେ ବର୍ଷେ ହେଲା ଛଟେଇ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ପ୍ଲାଣ୍ଟ ଭିତରେ ଓ ବାହାରେ କାର୍ଯ୍ୟରତ ୬୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ଛଟେଇ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।