ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମର ମାଧବ ଭୋଇଙ୍କ ଘରେ ଆଜି କୌଣସି କାରଣରୁ ନିଆଁ ଲାଗିଯିବାରୁ ଦୁଇ ବଖରା ଘର ସହ ଜିନିଷ ପତ୍ର ସବୁ ପୋଡି ନଷ୍ଟ ହୋଇଯାଇଛି।

ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା।

ଶାଳ ଶାଗୁଆନ ଓ ଜାମ୍ମୁ ପଟା ଜବତ କଲା ବନବିଭାଗ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଘୁଆବୋଲ ଗ୍ରାମର ଆମ୍ବ ତୋଟାରୁ ଆଜି ବନବିଭାଗ ୪୩.୫ ସିଫ୍ଟ ଶାଳ ଶାଗୁଆନ ଓ ଜାମ୍ମୁ ପଟା ଜବତ କରିଛି।

ଅଭିଯୁକ୍ତମାନେ ବନ କର୍ମଚାରୀଙ୍କୁ ଦେଖି ‌ଫେରାର ହୋଇଯାଇଥିଲେ।

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଅଭିଯୋଗ

ଅନୁଗୁଳ ସଦର ସୁଲେଇମାଳ ଗ୍ରାମରେ ଦୁଇଟି ନଳକୂପ ଥାଇ ମଧ୍ୟ ତାହା ଅଧିକ ଲୌହ ଅଂଶ ବାହାରୁ ଥିବାରୁ ତାହା ପିଇବା ଉପଯୋଗୀ ହୋଇନଥିବାରୁ ନାଳ ପାଖରେ ଥିବା ଚୁଆରୁ ପାଣି ଆଣୁଛନ୍ତି ମହିଳା।

ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ପାଇନଥିବା ଗ୍ରାମବାସୀ କହିଛନ୍ତି।

ମେଡିକାଲ୍ କଲେଜକୁ ସରକାର ଚଳାନ୍ତୁ ଦାବିରେ ମେ’ ୧୩ରେ ତାଳଚେର ବନ୍ଦ

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ୍ କଲେଜ୍‌କୁ ୭ ଦିନ ମଧ୍ୟରେ ସରକାରୀ ସ୍ତରୀୟ କାର୍ଯ୍ୟକ୍ଷମ କରାନଗଲେ ଆସନ୍ତା ମେ’ ୧୩ରେ ତାଳଚେର ସଂପୂର୍ଣ୍ଣ ବନ୍ଦ ପାଳନ କରିବା ସହିତ ଆଗାମୀ ଜୁନ୍ ୧ ରୁ ୭୨ ଘଂଟିଆ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳଚେରବାସୀଙ୍କ ତରଫରୁ ଗଣ ସମାବେଶରେ ଘୋଷଣା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

ନୂତନ ପରିଶ୍ରାଗାର‍ ଉଦଘାଟନ କଲେ ବିଧାୟକ

ଅନୁଗୁଳ ଜିଲ୍ଲା ପାଳଲହଡା ବସଷ୍ଟାଣ୍ଡ ମେଡିକାଲ ଛକ ନିକଟରେ ଆଜି ନୂତନ ପରିଶ୍ରାଗାର ଉଦଘାଟନ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।

ଅଟୋ ଓଲଟି ପାଞ୍ଚ ଆହତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମାମୁରିଆ କାଳୀମନ୍ଦିର ନିକଟରେ ଆଜି ଗୋଟିଏ ଅଟୋ ଓଲଟି ଯିବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି।

ତାଙ୍କୁ ସ୍ଥାନୀୟ ଲୋକେ ଛେଣ୍ଡିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ଆହତ ପାଞ୍ଚଜଣ ହେଉଛନ୍ତି ଦେବଗଡ଼ ଜିଲ୍ଲାର।

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ସର ଟିଏମଟି ରିବାର ମିଲ ଲୋକାର୍ପିତ

ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି l

ବାର୍ଷିକ 14 ଲକ୍ଷ ଟନ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ୱର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ ମଧ୍ୟରୁ ଅନ୍ୟତମ l

Nuakhai wishes