ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରଶାସନକୁ ନିବେଦନ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମର ମୁଖିସାହିରେ ଗୋଟିଏ ମାତ୍ର ସୋଲାର ପାନୀୟ ଜଳ ବ୍ୟବସ୍ଥା ଅଛି କିନ୍ତୁ ତାହା ଖରାପ ହୋଇଯିବାରୁ ସେଥିରୁ କମ୍ ପାଣି ବାହାରୁଛି।

ଏନେଇ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

କଣିହାଁ ବ୍ଲକର ୮ଗୋଟି ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟର ତଦାରଖ

ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି କଣିହାଁ ବ୍ଲକର ୮ଗୋଟି ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ଏନଟିପିସି ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଥଇଥାନ ଓ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ସମସ୍ୟା ଏବଂ ସିଏସଆର ଫଣ୍ଡରୁ ଗ୍ରାମ ମହିଳାଙ୍କୁ ରୋଜଗାର ଦିଆଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ, ୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ ଓ ସିଏସଆର ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ।

ମଦ ବିକ୍ରି ବିରୋଧ କରି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ମହିଳା‌

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ମହିଳାମାନେ ଆଜି ଗ୍ରାମରେ ବେଆଇନ ଭାବେ ମଦ ବିକ୍ରି‌କୁ ବନ୍ଦ କରିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଚାରି ଡକାୟତ ଗିରଫ, 8 ଲକ୍ଷର ଗହଣା, କାର ଜବତ (ଅପଡେଟ )

କଟକ ବିଡାନାସୀ ଥାନା ପୁଲିସ ଚାରି ଜଣ ଡକାୟତଙ୍କୁ ଗିରଫ କରି ସେମାନଙ୍କ ଠାରୁ 8 ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଏବଂ ଏକ କାର ଜବତ କରିଛି l ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ଫେରାର ଥିବା କହିଛନ୍ତି ଡିସିପି ପ୍ରତୀକ ସିଂ l

କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଡକାୟତ ମାନେ ବିଡାନାସୀ ଓ ଚୌଦ୍ୱାର ଅଞ୍ଚଳରେ ବହୁ ଡକାୟତିରେ ଲିପ୍ତ ଥିବା ପୁଲିସ କହିଛି l

ପାଣିରେ ମରି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ

ପାରାଦୀପ ବାଲିଝର କ୍ରିକ୍‌ରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ମାଛ ମରିବାର କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ମରି ଭାସୁଥିବା ମାଛକୁ ଲୋକେ ବୋହି ନେଉଛନ୍ତି।

ଗୁରୁଜାଙ୍ଗୁଲି ଛକ ନିକଟରେ ଦୁର୍ଘଟଣା

ଅନୁଗୋଳ ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ସମୟରେ ତାଳଚେର ଥାନା ଅନ୍ତର୍ଗତ ଗୁରୁଜାଙ୍ଗୁଲି ଛକ ନିକଟରେ ଘଟିଛି ଦୁର୍ଘଟଣା।

ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବା ଫଳରେ କାରଟି ଭାରସାମ୍ୟ ହରାଇ ଗୋଟିଏ ଥର ବୁଲି ପଡିଥିଲା ଏବଂ ଅନ୍ୟ ଏକ ଟ୍ରକ ଆସୁଥିବା ବେଳେ ଏହା ମଝିରେ ଫସି ଯାଇଥିଲା। ତେବେ କାର ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । କାର ଚାଳକ ଜଣଙ୍କ ହେଲେ ଏନଟିପିସି ଅଞ୍ଚଳର ଶିବରାମ ସାହୁ।

ଭାରସାମ୍ୟ ହରାଇ ଗଛରେ ପିଟିଲା କାର୍; ପରିବାରର ୬ ଗୁରୁତର

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଏନ୍ଏଚ୍ ୧୪୯ ଝିମିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି।

ଏକ ପରିବାର ଫୁଲବାଣୀରୁ କାରରେ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ବ୍ରଜନାଥପୁର ସରପଞ୍ଚ ଓ ପରିବାର

ଆଜି ୫୩ନଂ ଜାତୀୟ ରାଜପଥ ତାଳଚେର ଗୋଡିବନ୍ଧ ନିକଟସ୍ଥ ରାଧାରମଣପୁର ଛକ ନିକଟରେ ଦୁଇ ଟ୍ରକ ମଧ୍ୟରେ ସାମ୍ନାସାମ୍ନି ଧକାରେ ବ୍ରଜନାଥପୁର ସରପଞ୍ଚଙ୍କ କାର ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ସେ ଓ ତାଙ୍କ ପରିବାର ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ ବ୍ରଜନାଥପୁର ସରପଞ୍ଚ ନରେଶ ଚନ୍ଦ୍ର ବେହେରା କାର କୁ ରାସ୍ତା କଡରେ ଛିଡା କରି ନିକଟସ୍ଥ ଦୋକାନକୁ କିଛି କାମ ପାଈଁ ଯାଇଥିଲେ ଓ କାର ଭିତରେ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଥିଲେ । ଠିକ ସେହି ସମୟରେ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ବର୍ତ୍ତମାନ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

Nuakhai wishes