ବିପୁଳ ପରିମାଣରେ ଚୋରା ମଦ ଜବତ

ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମରେ ଆଜି କୌଣସି ସୁତ୍ରରୁ ବଅଁରପାଳ ପୁଲିସ ସୂଚନା ପାଇ ଚଢ଼ାଉ କରି ୧୧ ପେଟି ବିଦେଶୀ ମଦ ଓ ୧୯୭ ପାଉଚ ଜବତ କରିଛି।

ହେଲେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପୋଖରୀରେ ବୁଡି ନାବାଳିକାଙ୍କ ମୃତ୍ୟୁ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋଳାଗାଡିଆ‌ ଗ୍ରାମର ‌ପ୍ରତାପ‌ ଚନ୍ଦ୍ର ସାହୁଙ୍କ ଝିଅ ପୁଜା ସାହୁ (୮) ସାଙ୍ଗମାନଙ୍କ ସହ ଆଜି ପୋଖରୀକୁ ଗାଧୋଇବା ପାଇଁ‌ ଯାଇଥିବା ବେଳେ ପୋଖରୀରେ‌ ବୁଡି ପ୍ରାଣ ହରାଇଛନ୍ତି।

ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଗଞ୍ଜେଇ ଓ ବ୍ରାଉନ ସୁଗର ଜବତ, ଦୁଇ ଗିରଫ

ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସଦର ରେଞ୍ଜ ପକ୍ଷରୁ ଆଜି ଚଢାଉ କରି ଜରପଡା ଉପର‌ ସାହିର ଆଦିତ୍ୟ ସାହୁଙ୍କ ଘରୁ ଦଶ କେଜିର ଗଞ୍ଜେଇ ଜବତ କରିଛି।

ସେହିପରି ନାଲକୋ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ବଟକୃଷ୍ଣ ବେହେରାଙ୍କ ଘରୁ ଶହେ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏନେଇ ଦୁଇ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି।

ନିଯୁକ୍ତି ପ୍ରଦାନ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ଅନୁଗୁଳ ଜିଲ୍ଲା ବନ ବିଭାଗ କାର୍ଯ୍ଯାଳୟ ତରଫରୁ ସେବା ପ୍ରଦାନକାରୀ କ୍ଷେତ୍ର ନିମନ୍ତେ ନିଯୁକ୍ତି ସକାଶେ(manpower)ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ୦୪ ଯାଏ ବିଡ ଆବେଦନ କରିପାରିବେ ବୋଲି ପ୍ରଶାସନ ଜଣେଇଛି।

ବନ ବିଭାଗ କାର୍ଯ୍ଯାଳୟକୁ ଯାନ ଯୋଗାଣ ସକାଶେ ଟେଣ୍ତର

ଅନୁଗୁଳ ଜିଲ୍ଲା ବନ ବିଭାଗ କାର୍ଯ୍ଯାଳୟ ତରଫରୁ ଗୋଟିଏ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ୦୪ ଯାଏ ବିଡ ଆବେଦନ କରିପାରିବେ ବୋଲି ପ୍ରଶାସନ ଜଣେଇଛି।

କମ୍ପ୍ଯୁଟର ସହିତ ଇନଭର୍ଟର ଯୋଗାଣ ନିମନ୍ତେ ଟେଣ୍ତର ବିଜ୍ଞପ୍ତି

ଅନୁଗୁଳ ଜିଲ୍ଲା ଡି.ଡବ୍ଳ୍ଯୁ.ଓ କାର୍ଯ୍ଯାଳୟ ତରଫରୁ କମ୍ପ୍ଯୁଟର ସହିତ ଇନଭର୍ଟର ଯୋଗାଣ ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୭ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

ମିଶନ ଶକ୍ତି ଯାନ ଭଡା ନିମନ୍ତେ ଟେଣ୍ତର ବିଜ୍ଞପ୍ତି

ଅନୁଗୁଳ ଜିଲ୍ଲା ଡି.ଏସ.ଡବ୍ଳ୍ଯୁ.ଓ କାର୍ଯ୍ଯାଳୟ ତରଫରୁ ମିଶନ ଶକ୍ତି ସକାଶେ ଗୋଟିଏ ଯାନ ଭଡା ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ମାସ ୦୯ ଭିତରେ ବିଡ ଆବେଦନ କରିପାରିବେ।

ଗହମ ଓଚାଉଳ ପରିବହନକୁ ନେଇ ଏକ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ଅନୁଗୁଳ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାରେ ଗହମ ଓଚାଉଳ ପରିବହନକୁ ନେଇ ଏକ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ମାସ ୦୯ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି

ଅନୁଗୁଳ ଜିଲ୍ଲା ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ମାସ ୦୬ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

Nuakhai wishes