ବାଲି ଚୋରା ଚାଲାଣ ବେଳେ ତିନି ଗାଡ଼ି ଜବତ

ଅନୁଗୁଳ ଜିଲ୍ଲା ଏନ୍ ଟି ପି ସି ପଥର ମୁଣ୍ଡା ଗ୍ରାମ ନିକଟରେ ଆଜି କଣିହାଁ ତହସିଲ ପ୍ରଶାସନ ବାଲି ଚୋରା ଚାଲାଣ ଅଭିଯୋଗରେ ଦୁଇଟି ଟ୍ରାକ୍ଟର ଓ ହାଇୱେ ଗାଡ଼ି ଜବତ କରି କଣିହାଁ ପୁଲିସକୁ ହସ୍ତାନ୍ତର କରିଛି।

ନୂତନ ବିଡିଓଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ହେଁସମୂଳ ସରପଞ୍ଚ

ତାଳଚେର ବ୍ଲକର ନୂତନ ବିଡିଓ ଭାବେ ଚିନ୍ମୟ ଚେତନା ଦାସ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଆଜି ହେଁସମୂଳ ଗ୍ରାମ ପଂଚାୟତର ସରପଂଚ ସୁମିତ୍ରା ସାହୁ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାଗତ କରିବାସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହାସହ ପଂଚାୟତର ବିଭିନ୍ନ ସମସ୍ୟା ବିଷୟରେ ବିଡିଓଙ୍କ ସହ ଆଲୋଚନା କରିଥିଲେ । ଏହି ସମ୍ବର୍ଦ୍ଧନା ବେଳେ ସମିତିସଭ୍ୟ ସୌଭାଗ୍ୟ ପ୍ରଧାନ ଏବଂ ଯୁବ ସମାଜସେବୀ ସଞ୍ଜୟ କୁମାର ଜାଲ ଉପସ୍ଥିତ ଥିଲେ ।

ଛାତ୍ର ନିଖୋଜ ନେଇ ଥାନରେ ଏତଲା

ଅନୁଗୁଳ ଜିଲ୍ଲା ଖମାରଥାନା ଖମାର ହାଇସ୍କୁଲ ହଷ୍ଟେଲରେ ରହି ଦେବଗଡ଼ ଅଞ୍ଚଳର ମାନସ ମହାରଣା ନବମ ଶ୍ରେଣୀରେ ପାଠ ପଢୁଥିଲେ କିନ୍ତୁ ସେ ଆଜି କୁଆଡେ ଚାଲିଯାଇଥିବା ନେଇ ହଷ୍ଟେଲରୁ ଖବର ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ନମିଳିବାରୁ ଖମାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବେଆଇନ ମାଟି ଓ ବାଲି ଚାଲାଣ ଅଭିଯୋଗରେ ଜରିମାନା ଆଦାୟ

ଅନୁଗୁଳ ଜିଲ୍ଲା ପେଣ୍ଡରା ବସା ଛକ ନିକଟରେ ଆଜି ପାଳଲହଡା ତହସିଲଦାର ଚଢାଉ କରି ବେଆଇନ ଭାବେ ନେଉଥିବା ମାଟି ଓ ବାଲି ଦୁଇଟି ଟ୍ରାକ୍ଟର ପାଖରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସି.ଡି.ଏମ.ଓ କାର୍ଯ୍ଯାଳୟରୁ ଔଷଧ ଯୋଗାଣ ସକାଶେ ଟେଣ୍ତର

ଅନୁଗୁଳ ଜିଲ୍ଲା ସି.ଡି.ଏମ.ଓ କାର୍ଯ୍ଯାଳୟ ତରଫରୁ ବିଭିନ୍ନ ଔଷଧ(ହାଲୋପେରିଡୋଲ,ଲୋରାଜିପମ…..ଇତ୍ଯାଦି) ଯୋଗାଣକୁ ନେଇ ରେଜିଷ୍ଟ୍ରର ସପ୍ଳାୟର୍ସଙ୍କ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ମାସ ୦୩ ଭିତରେ ବିଡ ଦାଖଲ କରିପାରିବେ।

କୁକୁର, ବିଲେଇ ମାଂସ ଖାଉଥିବା ମଣିଷକୁ ଉଦ୍ଧାର କଲେ ସମାଜସେବୀ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପ୍ରାଣବନ୍ଧୁ ନାୟକଙ୍କ ବାପା ମା’ ଚାଲିଗଲା ପରେ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ଏତେ ତେଣେ ବୁଲି କିଟପତଙ୍ଗ, କୁକୁର, ବିଲେଇ ମାଂସ ଖାଉଥିବା ସୂଚନା ପାଇ ସମାଜ ସେବୀ ଚିନ୍ମୟୀ ଦାସ ନାଲକୋ ପୁଲିସ ସହାୟତାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

ନିର୍ଦ୍ଵନ୍ଦରେ ଉପସଭାପତି ହେଲେ ସୁମିତ୍ରା ସାହୁ

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ନାଲମ ସେବା ସମବାୟ ସମିତିର ଉପସଭାପତି ଭାବେ ଆଜି ସୁମିତ୍ରା ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ଚାଳକ ଗୁରୁତର

ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଠେଳକନାଲି ଠାରେ ଆଜି ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏନେଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ଦ୍ରୋଣାଚାର୍ଯ୍ୟ ଫିଜିକାଲ ଏକାଡେମୀ ତରଫରୁ ମିନି ମାରାଥନ

ଅନୁଗୁଳ ଦ୍ରୋଣାଚାର୍ଯ୍ୟ ଫିଜିକାଲ ଏକାଡେମୀ ତରଫରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଛି ।

ଏହି ମାରାଥନ୍ ତାଳଚେର କଲେଜ ପଡ଼ିଆଠାରୁ ଆରମ୍ଭ ହୋଇ ତାଳଚେରର ପୈାରାଚଂଳ ମଧ୍ୟ ଦେଇ ଦେଉଳବେଡା ଗ୍ରାମ ଦେଇ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା । ଅଂଚଳବାସୀଙ୍କ ମନରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତା ସହ ଉଦୀୟମାନ ଯୁବକମାନଙ୍କ ସେନା କିମ୍ବା ଅର୍ଦ୍ଧ ସୈନିକ ବଳରେ ଯୋଗ ଦେବାପାଇଁ ଉତ୍ସାହର ବାର୍ତା ପ୍ରଦାନ ସହ ଏକାଡେମୀର ପ୍ରଥମ ବର୍ଷର ଶିକ୍ଷାର୍ଥୀମାନଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସହିଦ୍ ସ୍ମାରକୀ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ପତ୍ର

ଅନୁଗୁଳ ଜିଲ୍ଲା ଗାଙ୍ଗିଯୋଡି ଗ୍ରାମର‌ ଆଡ଼ଭେଞ୍ଚରସ୍ ଆଟିଷ୍ଟ ରଜତ ନାଥ ଅନୁଗୁଳ ଜିଲ୍ଲାର ବିରପୁତ୍ର ସହିଦ୍ ମାନଙ୍କର ସହିଦ୍ ସ୍ମାରକୀ ନିର୍ମାଣ ନିମନ୍ତେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Nuakhai wishes