ପାର୍କ ନିର୍ମାଣ ସମ୍ବନ୍ଧୀୟ ପ୍ଳାନକୁ ନେଇ ଟେଣ୍ତର ଆହ୍ୱାନ

ଅନୁଗୁଳ ବନବିଭାଗ କାର୍ଯ୍ଯାଳୟ ତରଫରୁ ଜିଲ୍ଲାରେ ଗୋଟିଏ ଉଦ୍ଭିଦ ଓ ପ୍ରାଣୀ ସଂରକ୍ଷଣ ପାର୍କ ନିର୍ମାଣ ସକାଶେ ସ୍ଥାପତ୍ଯ ଓ ପରିବେଶ ସମ୍ବନ୍ଧୀୟ ପ୍ଳାନକୁ ନେଇ ଏଜେନ୍ସିଙ୍କ ପାଇଁ ଟେଣ୍ତର ଆହ୍ୱାନ କରାଯାଇଛି।

ଆଶାୟୀ ଚଳିତ ମାସ ୧୬ ତାରିଖ ସୁଦ୍ଧା ବିଡ ଆବେଦନ କରିପାରିବେ।

ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଯାନ ଭଡା ସକାଶେ ଟେଣ୍ତର

ଅନୁଗୁଳ ଜିଳ୍ଳାପାଳଙ୍କ କାର୍ଯ୍ଯାଳୟ ତରଫରୁ ଜିଲ୍ଳା ଜରୁରୀକାଳୀନ ବିଭାଗକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଏଜେନ୍ସି/ବ୍ଯକ୍ତିବିଶେଷ ଚଳିତ ମାସ ୧୨ ତାରିଖ ଯାଏ ବିଡ ଆବେଦନ କରିପାରିବେ।

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l

ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସଚେତନ ରହିବାପାଇଁ ଶୋଭାଯାତ୍ରା

ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳର ୧୬ ନଂ ୱାର୍ଡ଼ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀପୁରରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସଚେତନ ରହିବା ପାଇଁ ଏକ ଶୋଭାଯାତ୍ରା ତାଳଚେର ପୌରପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ କାଉନସିଲର ସ୍ଵାଧୀନ ଥମ୍ୱଙ୍କ ସମେତ ସ୍ୱଚ୍ଛ ସାଥି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ସଚେତନତାର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ l

ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ କୂପ ଖନନ ପାଇଁ କାର୍ଯ୍ୟାଦେଶ ଓ ମୁଢ଼ିକଲ‌ ବଣ୍ଟନ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆଜି ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ଏହି ବନଖଣ୍ଡ ଅଧିନସ୍ଥ ଆଠମଲ୍ଲିକ, ମାଧପୁର ଓ ଧଣ୍ଡାତୁପା ବନାଞ୍ଚଳର ୪୯ ଜଣ ହିତାଧିକାରୀଙ୍କୁ ଗଭୀର କୂପ ଖନନ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ଏଥିସହ ଆଠମଲ୍ଲିକ,ମାଧପୁର, ଓ ବାମୁର ବନାଞ୍ଚଳର ଚାରୋଟି ବନ ସୁରକ୍ଷା ସମିତିକୁ ଚାରୋଟି ମୁଢିକଳ‌ ବଣ୍ଟନ କରାଯାଇଛି।

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କିଶୋର ନଗର ପଞ୍ଚାୟତର କେରେଜାଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଆଜି ବିଲକୁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ଏନେଇ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

ଅଗଷ୍ଟ ମାସ ପାଇଁ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ l

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖ ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଠାରେ,୮ ତାରିଖ ୧୦ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ,୧୬ ତାରିଖ ୧୦ଟାରେ ଜିଲ୍ଲା କାର୍ଯ୍ୟାଳୟ,୨୨ ତାରିଖ ୧୦ଟାରେ କିଶୋରନଗର ବ୍ଳକ୍ କାର୍ଯ୍ୟାଳୟ ଏବଂ ୨୯ ତାରିଖ ୧୦ଟାରେ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ l

ପବିତ୍ର ନଗରରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବିଜେପିର ଦାବି

ପବିତ୍ରନଗର ମଣ୍ଡଳର ଚତୁର୍ଥ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ପ୍ରହଲାଦ ସାମଲଙ୍କ ସଭାପତିତ୍ୱରେ ପରାବିଲ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଟିତ ହୋଇଛି ।

ଏହି ଅବସରରେ ପାର୍ଟି ପକ୍ଷରୁ ଏକ ରାଜନୈତିକ ଚିଠା ପ୍ରସ୍ତାବ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପ୍ରଧାନ ଆଗତ କରିଥିଲା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରି ପ୍ରଧାନ ସଂକଳନ କରିଥିଲେ । ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗ ଦେଇଥିଲେ ଏବଂ ପବିତ୍ର ନଗର ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା l

ହାଇୱା ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ତେଲିପୋଲ ନିକଟରେ ଆଜି ଗୋଟିଏ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

ଏନେଇ ଘଟଣା ସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Nuakhai wishes