ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ କଲେ ଡିଜିପି
ପ୍ରତିଶ୍ରୁତି ସତ୍ତ୍ବେ ଆନ୍ଦୋଳନ କରୁଛନ୍ତି, ଏହା ବେଆଇନ୍ ବୋଲି କହିଛନ୍ତି ଡିଜିପି।
ଗତକାଲି ପୋଲିସକୁ ଆକ୍ରମଣ ହୋଇଛି, ଆଇନ୍କୁ ହାତକୁ ନିଆଯାଇଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି।
Credible Local News of Odisha
ପ୍ରତିଶ୍ରୁତି ସତ୍ତ୍ବେ ଆନ୍ଦୋଳନ କରୁଛନ୍ତି, ଏହା ବେଆଇନ୍ ବୋଲି କହିଛନ୍ତି ଡିଜିପି।
ଗତକାଲି ପୋଲିସକୁ ଆକ୍ରମଣ ହୋଇଛି, ଆଇନ୍କୁ ହାତକୁ ନିଆଯାଇଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି।
ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠ ଏହି ସୂଚନା ଦେଇଛନ୍ତି।
ଜଟଣୀ, ପାରାଦୀପ, ବାଲେଶ୍ବର ଡିପୋରୁ ତେଲ ଯୋଗାଣ ହୋଇଛି, ତେବେ ଦୈନିକ ୫ଶହ ଗାଡ଼ି ତେଲ ଦରକାର, ୧୫୦ ଗାଡ଼ି ଆସୁଛି, ଭୁବନେଶ୍ବରକୁ ଅଧିକ ତେଲ ପଠାଯାଇଛି, ସଂଧ୍ୟା ସୁଦ୍ଧା ସ୍ବାଭାବିକ ହେବ, ସାରା ରାଜ୍ୟରେ ସ୍ବାଭାବିକ ହେବାକୁ ୨/୩ ଦିନ ଲାଗିବ ବୋଲି ଲାଠ୍ କହିଛନ୍ତି।
ନୂଆପଡ଼ା ସଦର ତହସିଲ ଅଫିସ୍ ଆଗରେ କାଲିଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟିଛି।
ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଯୁବକ। ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ଦେହରେ ନିଆଁ ଲଗାଇଥିଲେ। ପରିବାରର ଅଭିଯୋଗ ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନାଁରେ ମାମଲା ରୁଜୁ ହୋଇଛି।
ତିନି ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି l
ପ୍ରତିଶ୍ରୁତି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ପୂରଣ ସମ୍ପର୍କରେ ଘୋଷଣା କଲେ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ଆଜି କୁହାଯାଇଛି l
ଗତକାଲି ଆଲୋଚନା ଅବସରରେ ସମସ୍ତ ଦାବି ତିନି ମାସ ମଧ୍ୟରେ ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବାରୁ ଡ୍ରାଇଭର ମାନେ ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ଶାସନ ସଚିବ ଆଜି ନିବେଦନ କରିଛନ୍ତି l
ରାଜ୍ୟରେ ୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ପେନସନ ପାଉଛନ୍ତି ।
ବିଧାନସଭାରେ ଏ ନେଇ ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
କାଲି ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଛନ୍ତି, ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି ବୋଲି ଗୃହରେ ବିବୃତି ବେଳେ କହିଛନ୍ତି ବିଭାଗୀୟ ମନ୍ତ୍ରୀ।
୩ ମାସରେ ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ, ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ, ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଭିଡିଓ ରିଲିଜ୍ ଜରିଆରେ ସ୍ପଷ୍ଟ କରିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଚାରିଛକରେ ଉତ୍ତେଜନା ଦେଖାଦେବା ସହ ବ୍ୟାପକ ପୁଲିସ ମୁତୟନ ଅଛନ୍ତି।
ଡ୍ରାଇଭରଙ୍କୁ ରାସ୍ତାରୁ ଗାଡ଼ି ହଟାଇବାକୁ ପୁଲିସ କହିବାରୁ ଧସ୍ତାଧସ୍ତି ହୋଇଛି। ସରକାରଙ୍କ ୩ ମାସର ସମୟକୁ ବିରୋଧ କରି ଧାରଣାରେ ବସିଛନ୍ତି ଡ୍ରାଇଭର।
ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଶଙ୍ଖାରୀ ସାହିରେ ୬ ମେଣ୍ଢାକୁ ଅଜଣା ଜନ୍ତୁ ମାରିଛି।
ମେଣ୍ଢା ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି ଭେଟେନାରୀ ଟିମ୍।