ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି: ସମ୍ବଲପୁର ଏସପି

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃ୍ତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରେସମିଟରେ ଏହା କହିଛନ୍ତି।

ଚିନ୍ମୟୀଙ୍କୁ ମର୍ଡର କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ଏସପି। ସେ ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ଶେଷ ହୋଇନାହିଁ, ଜାରି ରହିଛି, ଭିସେରା ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ। ଥାନାରେ ଅଟକ ଦୁଇ ବନ୍ଧୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯିବ, ଆବଶ୍ୟକ ପଡ଼ିଲେ ଉଭୟ ବନ୍ଧୁଙ୍କୁ ପୁଣି ଥାନାକୁ ଡକାଯିବ ବୋଲି ଏସପି କହିଛନ୍ତି।

ଭିଜିଲାନ୍ସ ଜାଲରେ ଏସିଏଫ୍

ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

କୋରାପୁଟ ଭିଜିଲାନ୍ସ ଡିଭିଜନ ଟିମ୍ ଗତକାଲି ବିପୁଳ ପରିମାଣର ଟଙ୍କା ସହ ଧରିଛି । ସୁରଜିତ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ । ଭିଜିଲାନ୍ସ ଟିମ ସୁରଜିତଙ୍କ କାର୍ଯ୍ୟଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରୁଛନ୍ତି ।

ଭିଜିଲାନ୍ସ ଜାଲରେ ଏସିଏଫ୍

ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

କୋରାପୁଟ ଭିଜିଲାନ୍ସ ଡିଭିଜନ ଟିମ୍ ଗତକାଲି ବିପୁଳ ପରିମାଣର ଟଙ୍କା ସହ ଧରିଛି । ସୁରଜିତ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ । ଭିଜିଲାନ୍ସ ଟିମ ସୁରଜିତଙ୍କ କାର୍ଯ୍ୟଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରୁଛନ୍ତି ।

ଫୁଲନଖରାରୁ ୨୩୬ ଗ୍ରାମର ବ୍ରାଉନସୁଗାର ଜବତ

ବ୍ରାଉନସୁଗାର କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ନିଆଳି ଅଞ୍ଚଳର ବିକାଶ ରାଉତ ଓ ପ୍ରକାଶ ସ୍ବାଇଁ । ଜବତ ହୋଇ ଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ।

ଯାତ୍ରାରେ ଅଶ୍ଳୀଳତା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଯାତ୍ରା ଓ ମେଲୋଡି ମଞ୍ଚରେ ପ୍ରଦର୍ଶନ ଉପରେ କଟକଣା ଲାଗୁ କରିଛନ୍ତି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

ଅଶ୍ଳୀଳ, ଦ୍ବିଅର୍ଥବୋଧକ ସଂଳାପ ଓ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଲଗାଯାଇଛି। ତୁରନ୍ତ ବନ୍ଦ କରିବା ଲାଗି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକମାନଙ୍କୁ ଚିଠି ଲେଖି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଆସିଲା ଲାଏଡିଟେକ୍ସନ୍ ରିପୋର୍ଟ

ସମ୍ବଲପୁର ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ
ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏଡିଟେକ୍ସନ୍ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି।

ଭୁବନେଶ୍ବର FSLରୁ ଲାଏଡିଟେକ୍ସନ୍ ରିପୋର୍ଟ ନେଇଛି ସମ୍ବଲପୁର ପୁଲିସ।

ବ୍ରହ୍ମେଶ୍ୱରରେ ଦୋଳ ମେଳଣ ପାଳିତ

ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୨ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ଆରମ୍ଭ ହୋଇଥିବା ବେଳେ ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଠାକୁର ଦୋଳ ମେଳଣରେ ସାମିଲ ହୋଇଥିଲେ ।

ଦୁଇ ବର୍ଷ ହେଳା ମେଳନ ବନ୍ଦ ପରେ ପୂର୍ବତନ କର୍ପୋରେଟର ପୁଷ୍ପା ଦାସଙ୍କ ଉଦ୍ୟମକ୍ରମେ ପୁଣି ଏହି ଦୋଳ ମେଳଣ ଆରମ୍ଭ ହୋଇଛି । ଯାହାକୁ ନେଇ ଉତ୍ସାହିତ ହୋଇ ଭକ୍ତମାନେ ସାମିଲ ହୋଇଛନ୍ତି ।

ଭିନ୍ନକ୍ଷମ ଝିଅକୁ ଆର୍ଥିକ ସହାୟତା ପାଇଁ ସାହାଯ୍ୟ ଲୋଡିଲେ ବାପା

ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ଚାରିବାହାଲି ଗ୍ରାମର ମୁନୁ ପାତ୍ରଙ୍କ ଝିଅ ବଲଭି ପିଲାଟି ବେଳୁ ଭିନ୍ନକ୍ଷମ ଅଟନ୍ତି |

ବୟସ ବଢିଚାଲିଥିଲେ ହେଁ ସେ ଠିକସେ ଉଠାଵସା କରିପାରୁନାହାନ୍ତି | ଏନେଇ ମୁନୁ ନିଜ ଝିଅର ଚିକିତ୍ସା ଖର୍ଚ୍ଚ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି |

ଜଙ୍ଗଲ ସୁରକ୍ଷା ସମିତି ଦ୍ବାରା ଜଙ୍ଗଲ ଜମି ସୁରକ୍ଷା ଦାବି

ବଲାଙ୍ଗିରରେ ଜଙ୍ଗଲ ବିଭାଗ ଜମି ଅନେକ ସ୍ଥାନରେ ମାଫିଆଙ୍କ କବଜାରେ ରହିଥିବା ଅଭିଯୋଗ କରି ଏହାର ସୁରକ୍ଷା ଜଙ୍ଗଲ ସୁରକ୍ଷା ସମିତିର ଶହେରୁ ଉର୍ଧ୍ଵ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ |

ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି |

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ କୋର୍ଟଚାଲାଣ

ସୋନପୁର ଜିଲ୍ଲା ଉଲୁଣ୍ତା ଥାନା ସିନ୍ଦ୍ରିଆବାହାଲର ଶିବଶଙ୍କର ପୂରୋହିତ ଏକ ହୋଣ୍ତା ଗାଡିରେ୫କିଲୋ ଗଞୀଇ ନେଇ ସୋନପୁର ପଟରୁ ଯାଉଥିବା ବେଳେ ଲଛିପୁର ଥାନା ମେଟାକାନୀ ଛକ ନିକଟରେ ଧରାପଡିଥିଲା ଏକକେସ୍ ରୁଜୁହୋଇ ସୋମବାର କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ ସୁଚନା ଦେଇଛନ୍ତି।

Exit mobile version