ଖାରାଡ଼ା ଠାରେ ବିଷୁବ ସଂକ୍ରାନ୍ତି ପାଳିତ

କାଶୀନଗର ବ୍ଲକର ଖାରାଡ଼ା ଗ୍ରାମରେ ଆଜି ବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ପାଳିତ ହୋଇଛି।

ଖାରାଡ଼ା ସରପଞ୍ଚ ଅଖିଳ ପାତ୍ର ହନୁମାନଙ୍କ ଫୋଟରେ ମାଲ୍ୟାର୍ପଣ କରିଥିଲେ ଏବଂ ଏକ ବନ୍ଧୁ ମିଳନ ଉତ୍ସବ ହୋଇଥିଲା। ଶେଷରେ ଓଡ଼ିଆ ନବ ବର୍ଷ ପାଇଁ ପଣାର ଆୟୋଜନ କରାଯାଇଥିଲା।

ଦଳିତ ସମାଜ ପକ୍ଷରୁ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ

ଆଜି ଭାରତ ରତ୍ନ ବାବା ସାହେବ ଡ଼ା.ବି.ଆର୍. ଆମ୍ବେଦକରଙ୍କ ୧୩୨ ତମ ଜନ୍ମତିଥି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଅଛି।

ଏହି ଅବସରରେ ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପରିବାର ପକ୍ଷରୁ ପୁଷ୍ପ ମାଲ୍ଯ ଅର୍ପଣ କରାଯିବା ସହିତ ପରିଷଦ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ବାରିପଦାରେ ଅଗ୍ନିଶମ ଶହୀଦ ଦିବସ ଓ ସୁରକ୍ଷା ସପ୍ତାହ ପାଳିତ

ଆଜି ବାରିପଦା ଠାରେ ଅଗ୍ନିଶମ ଶହୀଦ ଦିବସ ଓ ସୁରକ୍ଷା ସପ୍ତାହ ସହକାରୀ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥଦେଙ୍କ ତତ୍ୱାବଧାନରେ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ରଥ ବାହାରିବା ସହିତ ସ୍ଥାନୀୟ ଅଧିକାରୀ ନିଜ କର୍ମଚାରୀଙ୍କୁ ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ।

Nuakhai wishes