ସାଲୁଙ୍କୀ ନଦୀରେ ବୁଡିଗଲେ ଭାଇଭଉଣୀ

କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳରେ ସାଲୁଙ୍କୀ ନଦୀରେ ଆଜି ଗାଧୋଇବା ବେଳେ ଭାଇ ଭଉଣୀ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି l

ସେମାନଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ ଛତିଝର ଗ୍ରାମରେ ଏବଂ ଭାଇଭଉଣୀଙ୍କ ବୟସ 5 ବର୍ଷ ଓ 4 ବର୍ଷ l

ଗୁଢିଆଲିରେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଲି ଠାରେ ମା ଭୈରବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ଶୁଶିଲ କୁମାର ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଉଥିବା ବେଳେ କମ୍ଭୁ ନାଏକ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ଏହି କାର୍ଯ୍ୟକ୍ରମଟି ଗ୍ରାମବାସୀଙ୍କ ‌ସହଯୋଗ ଅନୁଷ୍ଠିତ ହେଉଛି।

ଦିନକୁ ଦିନ ଜଙ୍ଗଲରେ ଲାଗୁଛି ନିଆଁ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ବନ ପାହାଡ଼ ଘେରା ଅଂଚଳ ଯାହାକୁ ଦ୍ୱିତୀୟ କାଶ୍ମୀର ବୋଲି କୁହାଯାଏ ହେଲେ କିଛି ଦୁର୍ବୁତ୍ତ ପରିବେଶ ବିରୋଧୀ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇଦେବା କାରଣରୁ ଗଛ ପତ୍ର ଦିନକୁ ଦିନ ପୋଡି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି ହେଲେ ବନବିଭାଗ ନିଆଁ ଆୟତ୍ତ କରିପାରୁନିକି ଅପରାଧୀଙ୍କୁ ଧରିପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ତୁରନ୍ତ ଏଭଳି ଦିନକୁ ଦିନ ଜଙ୍ଗଲ ନଷ୍ଟକୁ ବନବିଭାଗ ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି ।

୨୨ତମ ହନୁମାନ ମନ୍ଦିର ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ହନୁମାନ ମନ୍ଦିର ରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଉଦଳା ହନୁମାନ ମନ୍ଦିରର ଆଜି ୨୨ତମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ପ୍ରଭୁ ଶ୍ରୀରାମଙ୍କ ନାମ ଗାନକରିବା କରୁଛନ୍ତି ଶ୍ରଦ୍ଧାଳୁ ମାନେ ।

ଏହି ଦିବସ ୩ଦିନ ଧରି ଚାଲିବ । କଳସ ଯାତ୍ରା ପରେ ଆଜି ସନ୍ଧ୍ୟାରେ ମହା ଆଳତି, ୧୦୮ଲଡୁ ଭୋଗ ପରେ ଶାନ୍ତି ପୀଠ ପ୍ରବଚନର କାର୍ଯ୍ୟକ୍ରମ ରହିଛି ।

କଣ୍ଟାମାଳରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ଟପର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।

ଏଥିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

୫ଟିରେ ରୂପାନ୍ତରିତ ପରେ ଝଲସୁଛି ପଣ୍ଡକିଟାଳ ସ୍କୁଲ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ପଣ୍ଡକିଟାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ୫ଟିରେ ରୂପାନ୍ତରିତ ହେବା ପରେ ତାର ପରିସର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କୁ ଶୋଭା ମଣ୍ଡିତ କରିଛି ।

ସ୍କୁଲ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିବା ସହ ସ୍କୁଲ ପରିସରରେ ବିଭିନ୍ନ ଗଛ ଲୋକଙ୍କ ମନ କିଣୁଛି ।

ସ୍ବଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ ଆଜି ମେଗା ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସୋନପୁର- ମନମୁଣ୍ଡା ସ୍ୱଚ୍ଛ ଭାରତ ସଂଗଠନର କର୍ମକର୍ତ୍ତା ମାନେ ମନମୁଣ୍ଡା ଶୈବପୀଠ, ଦଧିବାମନ ମନ୍ଦିର ଓ ଦୈନିକ ବଜାରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା।

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ଦିବସ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ଥିବା ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

ଏଥିରେ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା, ସଦର ବିଧାୟକ ସ୍ଵରୂପ କୁମାର ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ବିଜେଡ଼ି ପକ୍ଷରୁ ବିଜୁବାବୁ ତିରୋଧାନ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥ ପୁର କଲେଜ ଛକ ଠାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ବିଜୁବାବୁଙ୍କ ତିରୋଧାନ ଦିବସ ପାଳନ ଅବସରରେ ବିଧାୟକ ପ୍ରଦୀପ ଦିସାରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମୁତି ଚାରଣ କରିଥିଲେ ।

ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ଯୋଗଦେଇ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଉଦ୍ଧାର ଅଣ୍ଡାରୁ ୧୬ଟି ଗୋଧି ଛୁଆ ଜନ୍ମ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ଷଠିଲୋ ଗ୍ରାମର ବଳଭଦ୍ର ପତିଙ୍କ ଫାର୍ମ ହାଉସରୁ ୫ ସେପ୍ଟେମ୍ବର ୨୦୨୧ରେ ୧୬ଟି ଅଜଣା ଅଣ୍ଡା ଉଦ୍ଧାର ହୋଇଥିଲା । ସେହି ଅଣ୍ଡା ଗୁଡ଼ିକରୁ ୧୬ଟି ଗୋଧି ଛୁଆ (ବେଙ୍ଗଲ ମନିଟର) ଜନ୍ମ ନେଇଛନ୍ତି ।

ଶ୍ରୀ ପତିଙ୍କ ଘରକାମ ପାଇଁ ମାଟି ଖୋଳିବା ବେଳେ ଶ୍ରମିକମାନେ ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଥିଲେ । ନିକଟରେ କୌଣସି ପ୍ରାଣୀଙ୍କୁ ନପାଇ ଶ୍ରୀ ପତି ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଳିକଙ୍କୁ ଜଣାଇଥିଲେ ।

Nuakhai wishes