ଆଜି ବାରିପଦା ଠାରେ ଅଗ୍ନିଶମ ଶହୀଦ ଦିବସ ଓ ସୁରକ୍ଷା ସପ୍ତାହ ସହକାରୀ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥଦେଙ୍କ ତତ୍ୱାବଧାନରେ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ରଥ ବାହାରିବା ସହିତ ସ୍ଥାନୀୟ ଅଧିକାରୀ ନିଜ କର୍ମଚାରୀଙ୍କୁ ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ।