ବିଜେଡିରେ ମିଶିଲେ କେ ସୂର୍ଯ୍ୟନାରାୟଣ ରାଓ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟନାରାୟଣ ରାଓ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ।

ପୋଲରୁ ତଳକୁ ବାଇକ ଖସି ୨ ଯୁବକଙ୍କ ମୃତ୍ୟୁ

ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଥାନା ଡୁମ୍ବା ପାର୍କ ନିକଟ ପୋଲରେ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଅନ୍ୟଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

୨୦୨୦ରେ ଯୁବରାଜ ଚାନ୍ଦିଙ୍କୁ ହତ୍ୟା ମାମଲାରେ ହତ୍ୟାକାରୀ ପ୍ରେମିକକୁ ପିପିଲିରୁ ଗିରଫ କଲା ମୋହନା ପୁଲିସ୍।

ଯୁବରାଜଙ୍କ ପତ୍ନୀଙ୍କ ସହ ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିଲା। ପତ୍ନୀ ଓ ପ୍ରେମିକ ମିଶି ଯୁବରାଜଙ୍କୁ ମୁନିଗୁଡ଼ାରେ ମାରି ଅଡ଼ବାରେ ଫିଙ୍ଗିଥିଲେ।ଘଟଣା ପରେ ଯୁବରାଜଙ୍କ ପତ୍ନୀ ଓ ଜଣେ ସହଯୋଗୀ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସେହିଦିନଠାରୁ ଫେରାର ରହିଥିଲା।

ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ୍‌; ୧୦ ଆହତ

ଗଜପତି ଜିଲ୍ଲା ମୋହନା ରାଇସିଂ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଛି।

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିକ୍ରାନ୍ତ ନାମକ ବସ୍‌ଟି ବ୍ରାହ୍ମଣୀ ଗାଁରୁ ବ୍ରହ୍ମପୁର ଯାଉଥିଲା।

ଡାକ୍ତରଙ୍କୁ ପିଟିଲେ ମୃତକଙ୍କ ମା’

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ହୋଇଛି।ବର୍ଷକ ତଳର ଏକ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମାଡ଼ ହୋଇଥିବା ସୂଚନା ମିଳିଛି।

ପୋଷ୍ଟମର୍ଟମ ରିପୋର୍ଟରେ ଅସନ୍ତୋଷ ଜଣାଇ ମୃତ ଝିଅର ମା’ ପିଟିଲେ। ବରିଷ୍ଠ ଅଧିକାରୀଙ୍କୁ ଡାକ୍ତର ଫେରାଦ ହୋଇଛନ୍ତି।

କାର୍-ବାଇକ୍‌ ଧକ୍କା; ୮ ବର୍ଷର ପୁଅ ମୃତ, ବାପାମାଆ ଗୁରୁତର

ଗଜପତି ଜିଲ୍ଲା ଅଡ଼ବା ଥାନା ତୋରାଣିପାଣି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବାଇକରେ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଆଶାଦିଦି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଜଣେ ୨ ବର୍ଷର ଶିଶୁର କୌଣସି ଆଘାତ ହୋଇନଥିବା ସୂଚନା ମିଳିଛି।

ପୁଲିସ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ନେଇ ବର୍ଷିଲା କଂଗ୍ରେସ

ଗଜପତିରେ ପୁଲିସ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ନେଇ ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ, ଏଠି ହିଟ୍ ଆଣ୍ଡ ରନ୍ ଲାଗୁ ହେବ ନା ନାହିଁ, ବିନା ୟୁନିଫର୍ମରେ ପୁଲିସ କାହିଁକି ଗାଡ଼ିରେ ବସିଥିଲେ।

ପାଣ୍ଡିଆନଙ୍କ ଗସ୍ତ ପାଇଁ ପୁଲିସ ସେଠି କଭର କରୁଥିଲା। ପାଣ୍ଡିଆନ ଗାଡ଼ିରେ ଥିଲେ କି ନଥିଲେ ତାହା ପୋଲିସ ସ୍ପଷ୍ଟ କରିବ। ମୃତକଙ୍କ ପରିବାରକୁ ଭେଟିବା କଣ ପାଣ୍ଡିଆନଙ୍କ ଦାୟିତ୍ୱ ନୁହେଁ। ଏହା ସାଧାରଣ ଘଟଣା ନୁହେଁ, ୧ କୋଟି କ୍ଷତିପୂରଣ ଦିଆଯାଉ କହିଛନ୍ତି ବିଜୟ ପଟ୍ଟନାୟକ।

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

ଗଜପତି ଜିଲ୍ଲା ସିକୁଳିପଦର ପଞ୍ଚାୟତ ଅଲଣ୍ଡା ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ।

୬୨ ଏକର ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ।

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

ଗଜପତି ଜିଲ୍ଲା ସିକୁଳିପଦର ପଞ୍ଚାୟତ ଅଲଣ୍ଡା ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ।

୬୨ ଏକର ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ।

Nuakhai wishes