କମ୍ୟୁନିଟ ସେଣ୍ଟରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର କୋର୍ଟ ପରିସରରେ ବାସୁଦେବପୁର ଓକିଲ ସଂଘର ଏକ କମ୍ୟୁନିଟ ସେଣ୍ଟରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ।

ମନ୍ତ୍ରୀଙ୍କ ଦ୍ଵାରା ମଞ୍ଜି ବଣ୍ଟନ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ପଞ୍ଚାୟତରେ ପୃଷ୍ଟିକର ପରିବା ପାଇଁ ବିଭିନ୍ନ ପ୍ରଜାତିର ମଞ୍ଜିକୁ ଆଜି ମଧ୍ୟାହ୍ନରେ ବଣ୍ଟନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଚମ୍ପାପୁଟ ଗ୍ରାମ ନିକଟରେ ଆଜି ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିବାରୁ ବିଶାଖାପାଟଣାକୁ ଯୋଗାଯୋଗ ବିଛିନ୍ନ ହୋଇଛି l

ଗୋପାଳପୁରରେ ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ବାର୍ଷିକ ଉତ୍ସବ

ଗୋପାଳପୁରସ୍ଥିତ ପ୍ରେସିଡେନ୍ସି ପବ୍ଲିକ ସ୍କୁଲରେ ଆଜି ବେଳାଭୂମି ସାହିତ୍ୟ ସାଂସ୍କୃତିକ ସଂସଦର ସଭାପତି ସରୋଜ କାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ହରିଶ୍ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।ବିଶିଷ୍ଟ ସାହିତ୍ୟିକ,ନାଟ୍ୟକାର ନିର୍ଦ୍ଦେଶକମେଜର ରମା ରମଣ ପାଢ଼ୀ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ୪୬ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ।

ବଲେରୋ ଓଲଟି ୮ ଜଣ ଆହତ

ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେରେ ଆଜି ଏକ ବାଇକକୁ ସାଇଡ ଦେବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି l

ଆହତ ମାନେ କଳାହାଣ୍ଡି ଜିଲ୍ଲା ଚିଚିଆ ଗ୍ରାମର ବାସିନ୍ଦା l ସେମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ବଲେରୋ ଦୁର୍ଘଟଣାରେ ପରିବାରର ୮ ଆହତ

ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେରେ ଆଜି ଏକ ବାଇକକୁ ସାଇଡ ଦେବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି l

ଆହତ ମାନେ କଳାହାଣ୍ଡି ଜିଲ୍ଲା ଚିଚିଆ ଗ୍ରାମର ବାସିନ୍ଦା l ସେମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ବନ ବିଭାଗରେ ପକ୍ଷରୁ ସଚେତନ ନିମନ୍ତେ ଫୁଟବଲ ପ୍ରତିଯୋଗିତା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶିମିଳିପାଳ ପାଦଦେଶରେ ଥିବା ପୋଡାଡିହା ଜଙ୍ଗଲ ନିଆଁକୁ ରୋକିବା ଲାଗି ବନ ବିଭାଗ ବିଭିନ୍ନ ସଚେତନ କରୁଛି ।

ଏନେଇ ଆଜି ଜଙ୍ଗଲ ନିକଟସ୍ଥ ବାଲିନାଳ, ଅନ୍ତପୁର ଆଦି ପିଲାଙ୍କୁ ନେଇ ଏକ ୬ଦଳିଆ ଫୁଟବଲ ଟୁର୍ଣ୍ଣାମେଂଟ ପ୍ରତିଯୋଗିତା କରିଛି ବନ ବିଭାଗ।

ଗୁଳିମାଡ଼ର ପ୍ରତିଶୋଧରେ ଅଭିଯୁକ୍ତଙ୍କ ପରିବାର ଉପରେ ଆକ୍ରମଣ (ଅପଡେଟ)

ଢେଙ୍କାନାଳର ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ପୋଖରୀଖୋଳାକୁ ନେଇ ଆଜି ସକାଳେ ହୋଇଥିବା ଗୁଳିମାଡ଼ରେ 56 ବର୍ଷର ଦଳାଇ ନାୟକଙ୍କ ମୃତ୍ୟୁ ହୋଇଥିଲା l

ଏହା ପ୍ରତିବାଦରେ ଫେରାର ଅଭିଯୁକ୍ତ ନୃପତିଙ୍କ ପତ୍ନୀ ଓ ତିନି ବର୍ଷର ଶିଶୁଙ୍କ ଉପରେ ଦଳାଇଙ୍କ ପରିବାର ଆକ୍ରମଣ କରିଛନ୍ତି l ମା ଓ ପୁଅଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗ୍ରାମରେ ପୋଡାଜଳା ହୋଇଥିବାରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଅଧିକାରୀ କହିଛନ୍ତି l

ସୋନାଲିର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗର ଆଶ୍ଵାସନା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡକୁଟୁର ଗ୍ରାମର ସୋନାଲି ଦଳେଇ ଦୁର୍ଘଟଣାରେ ମେରୁଦଣ୍ଡ ସମସ୍ୟାରୁ ଚାଲି ପାରୁନଥିଲେ ।

ଫଳରେ ଏନେଇ ମୋ ସରକାର,୫ଟି ସଚିବ,ସ୍ଥାନୀୟ ପ୍ରଶାସନ ଠାରେ ଅଭିଯୋଗ ହେବା ପରେ ଡାକ୍ତର ସମ୍ବିତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଟିମ ତାଙ୍କ ଘରକୁ ଆସି ଅସହାୟ ନାବାଳିକାର ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସମସ୍ତ ଚିକିତ୍ସା କରିବାକୁ ଆଶ୍ଵାସନା ଦେଇଛନ୍ତି ।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ ସହରର ଦଇତାପଡା ସାହିରେ ଜଣେ ଯୁବକଙ୍କ ଉପରେ ଗତକାଲି ରାତିରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି l

ଯୁବକଙ୍କୁ ପ୍ରଥମେ ପୁରୀ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Nuakhai wishes