ସଭାପତି ଭାବେ ନିରଞ୍ଜନ ପାତ୍ର ନିର୍ବାଚିତ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଳିପଦର ସେବା ସମବାୟ ସମିତିର ସଭାପତି ଭାବେ ଆଜି ନିରଞ୍ଜନ ପାତ୍ର ନିର୍ବାଚିତ ହୋଇଛନ୍ତି।

ଏଥିରେ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ନିରଞ୍ଜନ ପାତ୍ର ଅଠର ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଆନନ୍ଦ ମାର୍ଗର ତିନି ଦିନିଆ ଆଲୋଚନା ଚକ୍ର

ସମ୍ବଲପୁର ନ୍ୟୁ କଲୋନୀ ସ୍ଥିତ ଆନନ୍ଦ ମାର୍ଗ ପ୍ରଚାର ସଂଘ ଆଶ୍ରମରେ ଜୁଲାଇ ୧୭ ତାରିଖ ଯାଏଁ ତିନିଦିନ ଧରି ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଉପରେ ସେମିନାର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୧୭ ଟି ଜିଲ୍ଲାରୁ ପ୍ରାୟ ୩୦୦ ଆନନ୍ଦ ମାର୍ଗୀ ଯୋଗ ଦାନ କରିଛନ୍ତି।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ପୂଜାର୍ଚ୍ଚନା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ହନୁମାନ ମନ୍ଦିରରେ ବିଶୋଇ ବିଜେପି ପକ୍ଷରୁ ଏନ ଡି ଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀନୀ ମୟୂରଭଞ୍ଜ ମାଟିର ଗର୍ବ ଆଉ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ଭୋଟରେ ବିଜୟୀ କାମନା କରିବା ସଙ୍ଗେ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ ନିମନ୍ତେ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ସଭାପତି ଶିବ ଗିରି, ସଞ୍ଜୀବ ମହାନ୍ତି, ବଂଶୀଧର ଦାସ, ଆନନ୍ଦ ରାମ, ସୁନିତିଲତା ମାଝୀ, ଆରତୀ ମହନ୍ତ,ଝୁରିଲାଲ ମହନ୍ତ ଙ୍କ ସହ ପ୍ରମୁଖ କାର୍ଯକର୍ତ୍ତା ସାମିଲ ହୋଇଥିଲେ।

ଚୋରି ଟଙ୍କା ଭାଗବାଣ୍ଟକୁ ନେଇ ହତ୍ୟାକାଣ୍ଡ

ଭୁବନେଶ୍ୱରର ଏକ ଡମ୍ପୟାର୍ଡ଼ରୁ ମିଳଥିବା ମୃତ ଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ l ଡିସିପିଙ୍କ କହିବାନୁଯାୟୀ, ମୁକେଶ ଓ ଚନ୍ଦନ ନାମକ ଦୁଇ ଯୁବକ ସାଙ୍ଗ ହୋଇ ନିୟମିତ ଚୋରି କରୁଥିଲେ l ତେବେ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଚନ୍ଦନ ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ମୁକେଶକୁ ତଣ୍ଟି ଚିପି ହତ୍ୟା କରିଥିଲା l

୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର

ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି।

ଏମାନେ ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକରେ ବହୁ ଅଞ୍ଚଳ ଜଳବନ୍ଦୀ

ଲଗାଣ ବର୍ଷା ଯୋଗୁଁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ 22 ଟି ପଞ୍ଚାୟତ ଜଳବନ୍ଦୀ ହୋଇଥିବା ବେଳେ 5 ହଜାର ହେକ୍ଟର ଚାଷଜମିରେ ପାଞ୍ଚ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି l

ପାଣି ଘେରରେ ଆଠଟି ଗ୍ରାମର ଲୋକେ ଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି l

ମଙ୍ଗଳା କଲେଜ ପରିସରରେ କାରଗିଲ୍ ବିଜୟ ଦିବସ ପାଳିତ

ଆଜି ପୁରୀ ଜିଲ୍ଲା କାକଟପୁରସ୍ଥିତ ମା’ ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଏନ୍.ସି.ସି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କାରଗିଲ୍ ବିଜୟ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଜୟ ହିନ୍ଦ୍, ହାମାରା ଭାରତ ମହାନ ସ୍ଲୋଗାନ ଦେଇ କାକଟପୁର ବଜାର ପରିକ୍ରମା କରିଥିଲେ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ଦେବଗଡ଼ ଜିଲ୍ଲା ଖଣ୍ଡାଧୂଆଁ ଗାଁ ଜଙ୍ଗଲକୁ ଶିବ ଦେହୁରୀ ନାମକ ଜଣେ ବ୍ୟକ୍ତି ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ଶିବ ଗତକାଲି ଜଙ୍ଗଲ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ।
ଜଙ୍ଗଲ ଭିତରୁ ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ଓଡିଶାର ଗର୍ବ ଗୌରବ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ତାଳଚେରରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି l

ରେମୁଆଁ ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବରିଷ୍ଠ ନେତା ଯଯାତି ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ପୂଜାର୍ଚନା କରିଥିଲେ l

ବେକରେ ରଶି ଦେଇ ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦଳାଗାଁରେ ଏକ ଭଡାଘରେ ଆଜି ସକାଳୁ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଁଚିଛି l
ପ୍ରାଣ ହରାଇଥିବା ଦମ୍ପତିଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଛି l

Nuakhai wishes