ବଡଜୋର ନାଳରେ ଉପରେ ୫ ଫୁଟ ପାଣି, ୧୦ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଆଜି କୁଶଙ୍କ ପଞ୍ଚାୟତ ଅନ୍ତର୍ଗତ ଚାରିଛକ- ଟିକରପଡା ରାସ୍ତା ବଡଜୋର ନାଳରେ ଉପରେ ‌୫ ଫୁଟ ପାଣି ପ୍ରଭାବିତ ହେଉଛି।‌

ଫଲରେ ୧୦ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି।

ଡୁଙ୍ଗୁରି ଗ୍ରାମ୍ୟ ରାସ୍ତାରେ ଆବର୍ଜନା, ସଫେଇ ଦାବି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଯଟେସିଙ୍ଗା ଗ୍ରାମପଞ୍ଚୟର ଡୁଙ୍ଗୁରି ଗ୍ରାମ ରାସ୍ତାରେ ଜାମହୋଇ ରହିଛି ଅଳିଆ ଆବର୍ଜନା, ତେଣୁ ଲୋକଙ୍କ ଯିବା ଆସିବାରେ ସୃଷ୍ଟି ହେଉଛି ନାହଁ ନଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି l

ତେଣୁ ପଞ୍ଚାୟତ ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ଦ୍ରୌପଦୀଙ୍କ ପାଇଁ ଲିଙ୍ଗରାଜଙ୍କ ପାଖରେ ଦୀପଦାନ

ଓଡ଼ିଶାର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ବିପୁଳ ଭୋଟ୍ ରେ ବିଜୟ ହେଉ l

ଏଥିପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୁଣା ଭୁବନେଶ୍ୱରରେ ଶ୍ରୀଶ୍ରୀଲିଙ୍ଗରାଜ ପ୍ରଭୁଙ୍କ ନିକଟରେ ଦ୍ୱୀପ ଜାଳି ପୂଜା ଅର୍ଚ୍ଚନା କରି ବିଜୟ କାମନା କରିଛନ୍ତି ଦଳୀୟ କର୍ମକର୍ତ୍ତା l

ରିଲିଜ ହେଲା ‘କହିବିନି ତତେ ଆଇ ଲଭ ୟୁ’

ଆଜି ସାରା ଓଡ଼ିଶାର ୨୦ଟି ହଲରେ ରିଲିଜ ହୋଇଛି ଓଡ଼ିଆ ସିନେମା ‘କହିବିନି ତତେ ଆଇ ଲଭ ୟୁ’ l

ଦିନ ୧୧ ଟାରେ ସ୍ୱାତୀ ହଲରେ ପୂରା ଟିମ ସହ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି। ଲା ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଭ୍ରାତା ଯୋଡି ‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି l ଲୁବୁନଙ୍କୁ ଏଥିରେ ନାୟକ ଭୁମିକାରେ ଦେଖିବାକୁ ମିଳିବ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମୁମ୍ବାଇର ସୋନା l

ଦ୍ରୌପଦୀଙ୍କ ବିଜୟ ପାଇଁ ହୋମ

ଓଡ଼ିଶାର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ବିପୁଳ ଭୋଟ୍ ରେ ବିଜୟ ହେବ l

ଏଥିପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଡାକରା ବିଭିଷଣେସ୍ୱର ମନ୍ଦିରରେ ହୋମ ଯଜ୍ଞ କରି ବିଜୟ କାମନା କରାଯାଇଛି l

ବକେୟା ଦରମା ପ୍ରଦାନ ଦାବିରେ ବିକ୍ଷୋଭ

ଅନୁଗୁଳ ଜିଲ୍ଲା ତାଳଚେର ପୌରଞ୍ଚଳର‌ ସଫେଇ କର୍ମଚାରୀମାନେ‌ ଆଜି ବକେୟା ଦରମା ପ୍ରଦାନ ଦାବିରେ‌ ବିକ୍ଷୋଭ କରିବା ସହ ତାଳଚେର ପୌରପରିଷଦ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏଥିରେ ସହରର ଶତାଧିକ ଅଳିଆ ସଫା କରୁଥିବା କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଛନ୍ତି।

ତାଳଚେର ସାର କାରଖାନାରେ ୯୦ ଭାଗ ତାଳଚେର ବାସୀଙ୍କୁ ନିଯୁକ୍ତି ଦାବୀ

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ଯୁବ ବିଜେପି ନେତା ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେର ସାରକାରଖାନା ଆଞ୍ଚଳିକ ପ୍ରଜା ମହାସଂଘର ନିର୍ଦ୍ଦେଶ କ୍ରମେ ଆଜି ତାଳଚେର ଲୋକଙ୍କ ଉପସ୍ଥିତି କ୍ରମେ ତାଳଚେର ସାର କାରଖାନାରେ ୯୦ ଭାଗ ତାଳଚେର ବେକାରୀ ପିଲାଙ୍କୁ ନିଯୁକ୍ତି ଦାବି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l

ତାଳଚେର ବେକାରୀ ପିଲାଙ୍କୁ ନିଯୁକ୍ତି ଦେବାରେ ଯଦି କାରଖାନା କର୍ତ୍ତୃପକ୍ଷ ଖିଲାପ କରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି l

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ଆସନ୍ତାକାଲି ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ପ୍ରୋମଦ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକର୍ତାଙ୍କ ଦ୍ୱାରା ସୁବର୍ଣ୍ଣପୁର ଖମ୍ବେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭମାନସୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମଙ୍ଗଳ ଆଳତି କରାଯାଇଛି l

ଦ୍ରୌପଦୀଙ୍କ ବିଜୟ ପାଇଁ ବିଜେପି ପକ୍ଷରୁ ମନ୍ଦିରରେ ପୂଜାର୍ଚ୍ଚନା

ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ବିଜେପି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀନି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମଙ୍ଗଳ ମନାସି ଆଜି ଉଦଳାରେ ଥିବା ସଙ୍କଟ ମୋଚନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି ।

ସ୍ଥାନୀୟରେ ବିଜେପିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରାଣକୃଷ୍ଣ ବେରା, ଧୀରେନ୍ଦ୍ର ଖଣ୍ଡେଲ ୱାଲ, ପ୍ରଭାତ ପରିଡା ସମେତ ଏନଏସିର ସମସ୍ତ କାଉନସିଲର ଯୋଗ ଦେଇଥିଲେ ।

ରଞ୍ଜନ କୁମାର ସାମଲ ହେଲେ ସଭାପତି

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗଣ୍ଡମଲା ସେବା ସମବାୟ ସମିତିର ସଭାପତି ଭାବେ ଆଜି ରଞ୍ଜନ କୁମାର ସାମଲ ନିର୍ବାଚିତ ହୋଇଛନ୍ତି।

Nuakhai wishes