ସ୍ୱିଗି ଡେଲିଭରି ବୟର ସନ୍ଦେହଜନକ ଭାବେ ମୃତ୍ୟୁ

କଟକ ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ଡେଲିଭରି ବୟର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।

ମୃତକ ସିଡିଏ ଅଞ୍ଚଳର ବୋଲି ସୂଚନା ମିଳିଛି। ଫେଜ୍-୨ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକର୍ଡ ବର୍ଷା

ଆଜି ସକାଳ ୮.୩୦ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ୨୧୩ ମିମି, ବାଣପୁରରେ ୨୦୦ ମିମି, ବୋଲାଗଡରେ ୭୭ ମିମି, ବେଗୁନିଆରେ ୭୪ ମିମି, ବାଲିଅନ୍ତାରେ ୪୨ ମିମି, ବାଲିପାଟଣା-୩୪.୮ ମିମି ଓ ଭୁବନେଶ୍ବରରେ ୪୨.୯ ମିମି ବର୍ଷା ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭.୩ ମିମି ବର୍ଷା ରେକର୍ଡ

ସକ୍ରିୟ ମୌସୁମୀ ଏବଂ ଏବଂ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି।

ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୨୧୫% ଅଧିକ ରହିଛି।
୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାରେ ୧୪୨୪ % ଅଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସାଲୁଙ୍ଖି ନଦୀ ରେ ଗାଧୋଇବାକୁ ଯାଇ ମହିଳା ନିଖୋଜ

ବୌଦ୍ଧ ଜିଲ୍ଲା ଗିରାସୀଙ୍ଗା ଗ୍ରାମର ସାଲୁଙ୍ଖି ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିବାରୁ ନଦୀରେ ଜଣେ ମହିଳା ଭାସି ଯାଇଛନ୍ତି ।

ମହିଳା ଜଣକ ହେଲେ ଗିରାସୀଙ୍ଗା ଗ୍ରାମର ଧିରମଣି ଅମାତ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Nuakhai wishes