ହର ଘର ତ୍ରିରଙ୍ଗା ପ୍ରଦର୍ଶନୀ ଉଦଘାଟନ କଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଉରକେଲାରେ ହର ଘର ତ୍ରିରଙ୍ଗା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି l

ମା ଟଙ୍କା ନ ଦେବାରୁ ନାବାଳକର ଆତ୍ମହତ୍ୟା

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପଲଡିହି ଗ୍ରାମରେ ମା ଖର୍ଚ୍ଚ କରିବାରୁ 50 ଟଙ୍କା ନ ଦେବାରୁ ରାଗିଯାଇ ନାବାଳକ ପୁଅ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଆଜି କହିଛନ୍ତି l
ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

କାର ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼ ଜିଲ୍ଳାର ରାଜଗାଙ୍ଗପୁର ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି l
ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆଜି ପୁଲିସ କହିଛି l

ସୁନ୍ଦରଗଡ଼ରେ ପତାକା ଉତ୍ତୋଳନ କରିବେ ପ୍ରତାପ କେଶରୀ ଦେବ

ଆସନ୍ତା 15 ତାରିଖରେ ସୁନ୍ଦରଗଡ଼ରେ ଜିଲ୍ଲା ସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ l

Nuakhai wishes