ବଣେଇଗଡ଼ରେ 24 ଘଣ୍ଟାରେ 140 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ରେ 140, ବଡ଼ଗାଁରେ 90, ଲହୁଣୀପଡ଼ାରେ 81.1, ବାଲିଶଙ୍କରାରେ 70, କୁତ୍ରାରେ 69 ଏବଂ ରାଜଗାଙ୍ଗପୁରରେ 65 ମିଲିମିଟର ବର୍ଷା ହୋଇଛି l

ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମହିଳା ଜଣକ ରାଜଗାଙ୍ଗପୁର ଢୁଢ଼ି ଗ୍ରାମର ୩୪ ବର୍ଷିଆ ଯସମାନି ମିଞ୍ଜ।

ସେ ଶୌଚ ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ହାଇୱା ସହ ଡ୍ରାଇଭର ଜିଅନ୍ତା ଜଳିଗଲେ

ସୁନ୍ଦରଗଡ ଜିଲ୍ଲା ଟେନ୍‌ସା ଫାଣ୍ଡି ଗୀତାରାଣୀ ମାଇନ୍ସ ପାଖରେ କୌଣସି କାରଣରୁ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହୋଇଯାଇଛି ଡ୍ରାଇଭର।

ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗରେ ହୋହଲ୍ଲା

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ଲମ୍ସି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି।

ପାଣି ମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ଅଭିଯୋଗରେ ପାଟିତୁଣ୍ଡ ହୋଇଛି।

ଦ୍ଵିତୀୟ ଏମ୍ସ ଦାବିରେ ଆଜି 12 ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ରାଜ୍ୟର ଦ୍ଵିତୀୟ ଏମ୍ସ ସୁନ୍ଦରଗଡ଼ରେ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡିଶା ଯୁବ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି l ଫଳରେ ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି l

Nuakhai wishes