ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖୁକୁଣ୍ଡିଗୋଠ ନିକଟରେ ମୃତଦେହ ଉଦ୍ଧାର ହୋଇଛି।

କାଲି ଅଁଳାକଟା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ ଯୁବକ। କେହି ଦୁର୍ବୃତ୍ତ ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଖୋଲା କୂଅରେ ପଡ଼ି ନାବାଳକର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ ଘଟିଛି ଘଟଣା।

ନାବାଳକ ମାମୁଘରକୁ ଯାତ୍ରା ଦେଖିବାକୁ ଆସି କୂଅରେ ପଡ଼ି ମୃତ୍ୟୁ ଘଟିଛି।

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍‌

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍‌ ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ଶାନ୍ତନୁଙ୍କ ଭଦ୍ରକ ଓ ଖଜୁରିଆପଡ଼ା ଘର ଓ ହିନ୍ଦୋଳ କାର୍ଯ୍ୟାଳୟରେ ରେଡ୍‌ ଚାଲିଛି।

ସେକ୍ସ ରାକେଟ୍‌ ଠାବ, ଜଣେ ଗିରଫ

ଢେଙ୍କାନାଳ କାଲଟାକ୍ସ ନିକଟରେ ସେକ୍ସ ରାକେଟ୍‌ ଧରିବା ସହ ଜଣଙ୍କୁ ଗିରଫ କରିଛି ଟାଉନ ପୁଲିସ।

ପୁଲିସ୍ ୨ ଯୁବତୀଙ୍କୁ ଉଦ୍ଧାର କରିଛି। ଚଢ଼ାଉ ବେଳେ ଗ୍ରାହକ ଖସି ଯାଇଛନ୍ତି। ଗୋଟିଏ କାର୍‌ ଜବତ ହୋଇଛି। ୨ ବର୍ଷ ତଳେ ସମାନ ଅଭିଯୋଗରେ ଗିରଫ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ।

ଢେଙ୍କାନାଳ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡିର ବିଜୟ

୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡିର କେଶବ ପ୍ରଧାନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୧୬ଟିରୁ ୫ଟି ୱାର୍ଡରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ।

ହଷ୍ଟେଲ ଛାତରୁ ପଡ଼ି ଛାତ୍ର ଗୁରୁତର

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଆଇଜିଆଇଟି ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

୨ ଗୋଷ୍ଠୀ ଗଣ୍ଡଗୋଳରୁ ଛାତରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି।ଗୁରୁତର ଛାତ୍ର ବି.ଟେକ୍ ଶେଷ ବର୍ଷର। ତାଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ୪ ଛାତ୍ରଙ୍କୁ ଅଟକ ରଖିଛି।

ବିଧାୟକ ଶାରଦା ନାୟକଙ୍କ କାରକୁ ଧକ୍କା ଦେଲା ହାଇୱା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏଚ୍ ୫୩ ବାଉଁଶପାଳ ଠାରେ ବିଜେଡି ବିଧାୟକ ଶାରଦା ନାୟକଙ୍କ କାରକୁ ଧକ୍କା ଦେଇଛି ହାଇୱା।

ଦୁର୍ଘଟଣାରେ ଶାରଦାଙ୍କ ଗାଡ଼ି ଭାଙ୍ଗି ଥିବାବେଳେ ଶାରଦା ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

୫ ମାସ ତଳୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁ ନିକଟ ହରିଣଯୋଡ଼ି ଜଙ୍ଗଲରୁ ଉଦ୍ଧାର ହୋଇଛି।

ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଉଦ୍ଧାର କରିଛି ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୁଲିସ ପଦକ୍ଷେପ ନେଇଛି।ବାର୍‌ହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁପରେ ପୋତି ଦେଇଥିଲେ।

Nuakhai wishes