ଢେଙ୍କାନାଳ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡିର ବିଜୟ

୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡିର କେଶବ ପ୍ରଧାନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୧୬ଟିରୁ ୫ଟି ୱାର୍ଡରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ।

ହଷ୍ଟେଲ ଛାତରୁ ପଡ଼ି ଛାତ୍ର ଗୁରୁତର

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଆଇଜିଆଇଟି ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

୨ ଗୋଷ୍ଠୀ ଗଣ୍ଡଗୋଳରୁ ଛାତରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି।ଗୁରୁତର ଛାତ୍ର ବି.ଟେକ୍ ଶେଷ ବର୍ଷର। ତାଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ୪ ଛାତ୍ରଙ୍କୁ ଅଟକ ରଖିଛି।

ବିଧାୟକ ଶାରଦା ନାୟକଙ୍କ କାରକୁ ଧକ୍କା ଦେଲା ହାଇୱା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏଚ୍ ୫୩ ବାଉଁଶପାଳ ଠାରେ ବିଜେଡି ବିଧାୟକ ଶାରଦା ନାୟକଙ୍କ କାରକୁ ଧକ୍କା ଦେଇଛି ହାଇୱା।

ଦୁର୍ଘଟଣାରେ ଶାରଦାଙ୍କ ଗାଡ଼ି ଭାଙ୍ଗି ଥିବାବେଳେ ଶାରଦା ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

୫ ମାସ ତଳୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁ ନିକଟ ହରିଣଯୋଡ଼ି ଜଙ୍ଗଲରୁ ଉଦ୍ଧାର ହୋଇଛି।

ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଉଦ୍ଧାର କରିଛି ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୁଲିସ ପଦକ୍ଷେପ ନେଇଛି।ବାର୍‌ହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁପରେ ପୋତି ଦେଇଥିଲେ।

ଦୁଇ ମହିଳାଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଦୁଦୁରକୋଟ ବାଘୁଆ ସାହିରେ ଏହି ଘଟଣା ଘଟିଛି।

ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ।

ଟ୍ରକ୍‌ ଧକ୍କାରେ ଦଶମ ଛାତ୍ରୀ ମୃତ, ବାପା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଏନ୍‌ଏଚ୍‌-୫୩ ଜମୁନାକୋଟ ଛକରେ ଏହି ଦୁର୍ଘଟଣା ଘଟିଛି।

ବାପ, ଝିଅ ବାଇକ୍‌ରେ ଗଲା ବେଳେ ଧକ୍କା ଦେଲା ଟ୍ରକ୍‌।

ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଲ ଗାଁରେ ଦନ୍ତା ହାତୀର ମୃତ୍ୟୁ ଘଟିଛି।

ଖାଦ୍ୟ ସନ୍ଧାନରେ ଜଙ୍ଗଲରୁ ଆସିଥିବା ବେଳେ ଗାଁ ମୁଣ୍ଡରେ ମୃତ୍ୟୁ ହୋଇଛି।ତଦନ୍ତ ପାଇଁ ଓୟୁଏଟିରୁ ଗଲେ ସ୍ବତନ୍ତ୍ର ଟିମ୍।

ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଟିପିଲେଇ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଟ୍ରାକ୍ଟର।

ଗୁରୁତର ଥିବା ୩ ଜଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଜବତ ସହ ଡ୍ରାଇଭରକୁ ଗିରଫ କରିଛି ପୁଲିସ।

ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନ୍ଏସି ନିର୍ବାଚନ, ୫ରେ ଗଣତି

ଏ ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ମାର୍ଚ୍ଚ ୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ ଏବଂ ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ।

Nuakhai wishes