ବନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ବାରମ୍ବାର ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଦନ୍ତା ହାତୀର ଆକ୍ରମଣରେ ଲୋକଙ୍କ ମୃତ୍ୟୁ ସହିତ ଲୋକଙ୍କ ଧନ ସମ୍ପତ୍ତି ନଷ୍ଟ ହେଉଥିବା ନେଇ ଆଜି ଢେଙ୍କାନାଳ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବନ ବିଭାଗ ଅଧିକାରୀଙ୍କୁ ଭେଟି ଏହାର ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଥିଲେ।

ନାଗିଆପସି ଗ୍ରାମରେ ବିଦ୍ୟୁତ୍ କାଟକୁ ବିତିଲାଣି ଦୁଇଦିନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ନାଗିଆପସି ଗ୍ରାମରେ କାଳବୈଶାଖୀ ଯୋଗୁଁ ୨ ଦିନ ହେବ ବିଦ୍ୟୁତ୍ ସେବା ବନ୍ଦ ରହିଛି।

ଲୋକ ହନ୍ତସନ୍ତ ହେଉଛନ୍ତି।

ବଳରାମ ମନ୍ଦିର ନିକଟରେ ଶୌଚାଳୟ ସୁବିଧା ପାଇଁ ଦାବି

ଢେଙ୍କାନାଳର ବଳରାମ ମନ୍ଦିରରେ ବର୍ଷସାରା ଭକ୍ତମାନଙ୍କର ଭିଡ଼ ଲାଗି ରହିଥିବା ବେଳେ ଏହି ମନ୍ଦିରରେ ଅନେକ ସମୟରେ ସଭା ସମିତି, ବ୍ରତୋପନୟନ, ନିର୍ବନ୍ଧ, ବାହାଘର ଆଦି ଅନେକ କାର୍ଯ୍ୟକ୍ରମ ହୁଏ ଏବଂ ପ୍ରବଳ ଜନ ସମାଗମ ହୁଏ |

ହେଲେ ଭକ୍ତମାନଙ୍କ ପାଇଁ ଏହି ମନ୍ଦିର ନିକଟରେ କୌଣସି ସ୍ଥାନରେ ଶୌଚାଳୟ ସୁବିଧା ନାହିଁ | ବିଦ୍ୟୁତ ବିଭ୍ରାଟ ସମୟରେ ଆଲୋକ ପାଇଁ କୌଣସି ପ୍ରକାର ଅନ୍ୟ ବ୍ୟବସ୍ଥା ନଥିବା କହିଛନ୍ତି ସ୍ଥାନୀୟ ଲୋକ।

ଶହୀଦ ବାଜି ରାଉତ ରାତ୍ରୀକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପନ

ଢେଙ୍କାନାଳ ବାଜି ରାଉତ ଛକ ଠାରେ ଆୟୋଜିତ “୧୫ତମ ଶହୀଦ ବାଜି ରାଉତ ରାତ୍ରକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ”ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ପବିତ୍ର ଢେଙ୍କାନାଳ ମାଟିର ବରପୁତ୍ର ଶହୀଦ ବାଜି ରାଉତଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବାରୁ ମୁଁ ‘ବାଜି ରାଉତ କ୍ରିକେଟ୍ କ୍ଲବ’ର ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ଏହି ଅବସରରେ କହିଥିଲେ।

ଡିଆଜି ଓ ଏସପିଙ୍କ ସହ ସାମ୍ବାଦିକଙ୍କ ଆଲୋଚନା

ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘର ସଦସ୍ୟ ମାନେ ଗଁଦିଆ ଥାନାରେଏସ ପି ଓ ଡିଆଇଜି ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଓଲଟିଲା କୋଲ୍ଡ ଡ୍ରିଙ୍କ୍‌ସ ବୋଝେଇ ପିକ୍ଅପ୍

ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍ ୫୩ ଶିଆରିମାଳିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଲୋକ ଉଦ୍ଧାର କରିବା ପରିବର୍ତ୍ତେ କୋଲ୍ଡଡ୍ରିଙ୍କ୍‌ସ ବୋହି ନେଉଥିବା ଦେଖିବାକୁ ମିଳିଛି।

କାଳବୈଶାଖୀ ବର୍ଷାରେ ଉଡେଇ ନେଲା ଛପର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନବ କାଶୀପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ଘର କାଳବୈଶାଖୀ ଭାଙ୍ଗି ଯାଇଛି।

ଏହାର ଛପର ଉଡ଼ିଯାଇଛି।

ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଛି।

୫ ଜଣଙ୍କୁ ଅଟକ ରଖିଛି ପୁଲିସ। ରାତିରେ କାଜୁ ବଗିଚାରୁ ଘରକୁ ଫେରିଲା ବେଳେ କମନଳିଆ ଯୋର ନିକଟରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ।

ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ବାଲିକିଆରି ଗାଁରେ ହାତୀ ଆତଙ୍କ ଦେଖାଦେଇଛି।

ଶୌଚ ପାଇଁ ଯାଇଥିବା ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ: ୨ ମୃତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୨ ମୃତ ଯୁବକ ଯାଜପୁର ଟାଟାମାଇନ୍ସ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Nuakhai wishes