ଦେବଗଡ଼ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି

ଦୁଇ ଦିନ ପାଇଁ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା କରିଛନ୍ତି।

ଲଗାଣ ବର୍ଷା ଓ ସମ୍ଭାବ୍ୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଘୋଷଣା କରିଛନ୍ତି।

କାଲି ସକାଳ ପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଦେବଗଡ଼ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ଅର୍ଥାତ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା ରହିଛି।

ରାତିରେ ସାପ କାମୁଡ଼ାରେ ୨ ଭାଇ ମୃତ

ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ ଘଟିଛି।

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା। ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହେବ ବୋଲି ସୂଚନା ମିଳିଛି।

ରାତିରେ ସାପ କାମୁଡ଼ାରେ ୨ ଭାଇ ମୃତ

ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ ଘଟିଛି।

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା। ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହେବ ବୋଲି ସୂଚନା ମିଳିଛି।

ଝାଡ଼େଶ୍ୱର ମନ୍ଦିର ପରିସରରେ କାଉଡ଼ିଆଙ୍କ ମୃତ୍ୟୁ

ଦେବଗଡ଼ ଝାଡ଼େଶ୍ୱର ମନ୍ଦିର ପରିସରରେ ଏହି ଘଟଣା ଘଟିଛି।

ରାତିରେ ଶୋଇଥିଲେ, ନ ଉଠିବାରୁ ହସ୍ପିଟାଲ ନିଆଯାଇଥିଲା।ହସ୍ପିଟାଲରେ କାଉଡ଼ିଆଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର।

ହୋଟେଲ ରୁମ୍‌ରେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ

ଦେବଗଡ଼ ସହରରେ ଥିବା ଏକ ହୋଟେଲରୁ ଝୁଳନ୍ତା ଅବସ୍ଥାରେ ଏସବିଆଇରେ୍ ସିଏସି ମ୍ୟାନେଜରଙ୍କ ମୃତଦେହ ଠାବ ହୋଇଛି।

ମୃତକ ସମ୍ବଲପୁର ଅଞ୍ଚଳର। ସେ ଗତ ୪ଦିନ ହେବ କାର୍ଯ୍ୟରେ ଯୋଗଦେଇଥିଲେ ଏବଂ ହୋଟେଲରେ ରହୁଥିଲେ।

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମାଆ ଆହତ

ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଭାଲୁବୁହା ଗାଁରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ବେଳେ ମାଆ ଦେବଗଡ଼ ମେଡିକାଲରେ ଭର୍ତ୍ତି ହୋଇଛି।

ଜିଲ୍ଲା ପରିଷଦର ତୃତୀୟ ବୈଠକ ଅନୁଷ୍ଠିତ

ଦେବଗଡ ଜିଲ୍ଲା ପରିଷଦର ତୃତୀୟ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଏବଂ ଲୋକ ପ୍ରତିନିଧିଙ୍କ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପର ଅନୁମୋଦନ ଏବଂ ସଂଶୋଧନ କରାଯାଇଛି ।

ଏହାସହ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଗମନାଗମନ, ମିଶନ ଶକ୍ତି, କୃଷି, ପ୍ରାଣୀ ସମ୍ପଦ, ମତ୍ସ ସମ୍ପଦ, ବିଦ୍ୟୁତ ସମେତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ପରିଷଦ ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

ସାର୍ ରାଜା ବାସୁଦେବ ସୁଢଳ ଦେବଙ୍କ ଜୟନ୍ତୀ ପାଳିତ

ଦେବଗଡ ସେଂଟର ଫର କଲଚର କଲ୍ୟାଣ ମଣ୍ଡପରେ ସାର୍ ରାଜା ବାସୁଦେବ ସୁଢଳଦେବଙ୍କ ୧୭୩ ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱରର ଆୟୋଜନ ଏବଂ ଦେବଗଡ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ଶାନ୍ତୀ ମଂଜରୀ ଦେଇ, ରାଣୀ ଅରୁନ୍ଧତୀ କୁମାରୀ ଦେବୀ, ନମନ ଗଙ୍ଗଦେବଙ୍କ ସହ ଅନ୍ୟମାନେ ଅତିଥି ଭାବେ ଯୋଗଦେଇଥିଲେ ।

କଳାବ୍ୟାଚ ପିନ୍ଧି ବିଦ୍ୟୁତ ଶ୍ରମିକ ଓ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ ଆଜି କଳାବ୍ୟାଚ ପରିଧାନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକତା ମଂଚ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ମହାସଙ୍ଘ ଏବଂ ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘ ଦେବଗଡ ଶାଖା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦେବଗଡ ଜିଲ୍ଲାର ସମସ୍ତ ଓପିଟିସିଏଲ ଏବଂ ବିଦ୍ୟୁତ ଗ୍ରୀଡ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ଆଜି ନିଜର କାର୍ଯ୍ୟ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୮ ଦଫା ସମ୍ବଳିତ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Nuakhai wishes