କଳାବ୍ୟାଚ ପିନ୍ଧି ବିଦ୍ୟୁତ ଶ୍ରମିକ ଓ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ ଆଜି କଳାବ୍ୟାଚ ପରିଧାନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକତା ମଂଚ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ମହାସଙ୍ଘ ଏବଂ ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘ ଦେବଗଡ ଶାଖା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦେବଗଡ ଜିଲ୍ଲାର ସମସ୍ତ ଓପିଟିସିଏଲ ଏବଂ ବିଦ୍ୟୁତ ଗ୍ରୀଡ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ଆଜି ନିଜର କାର୍ଯ୍ୟ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୮ ଦଫା ସମ୍ବଳିତ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

କୈଳାସ ଛକ ନିକଟରୁ ବେଆଇନ ଦେଶୀ ମଦ ଜବତ

ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଛକ ନିକଟରୁ ଜଣେ ଅଭିଯୁକ୍ତ ପାଖରୁ ବେଆଇନ ଦେଶୀ ମଦ ଜବତ କରାଯାଇଛି। ଏନେଇ ଦେବଗଡ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି।

ତିଳେଇବଣି ଗ୍ରାମର ବୈରାଗୀ ମହାନନ୍ଦ ବେଆଇନ ଦେଶୀ ମଦ ନେଇ ଯାଉଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଉକ୍ତ ଘଟଣା ସ୍ଥଳରେ ଚଢଉ କରିଥିଲା। ଚଢଉ ସମୟରେ ବୈରାଗୀଙ୍କ ପାଖରୁ ୨୨ ଗୋଟି ଦେଶୀ ମଦ ପାଉଚ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି।

ପୌର ପରିଷଦର ଅନିୟମିତତା ନେଇ କାଉନସିଲରଙ୍କ ଅଭିଯୋଗ

ଦେବଗଡ ପୌର ପରିଷଦରେ ଦୀର୍ଘ ଦିନ ଧରି ଅନିୟମିତତା ଲାଗି ରହିଛି । କାର୍ଯ୍ୟାଳୟକୁ ନିୟମିତ ଭାବେ ଅଧିକାରୀ ଏବଂ କର୍ମଚାରୀ ଆସୁ ନାହାନ୍ତି । ଫଳରେ ବିଭିନ୍ନ କାମ ପାଇଁ ଆସୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

କାଉନସିଲରଙ୍କ ବିନା ଅନୁମୋଦନରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ମାତ୍ର ଅଭିଯୋଗ ପରେ ବି କୌଣସି ଅଧିକାରୀ ଏହାର ସମାଧାନ କରୁନାହାନ୍ତି । ଦେବଗଡ ପୌର ପରିଷଦର କାଉନସିଲର ଧର୍ମେନ୍ଦ୍ର ଦେବତା ଏଭଳି ଅଭିଯୋଗ କରିଛନ୍ତି ।

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏଥିସହ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରିଛନ୍ତି ।

ବାରମ୍ବାର ବିଳମ୍ବରେ ଦରମା ଟଙ୍କା ପ୍ରଦାନ ଓ ସଫେଇ ସମୟରେ ଆବଶ୍ୟକ ହେଉଥିବା ଜୋତା, ଗ୍ଲୋପ୍‌ସ, ଜାକେଟ ଆଦି ଯୋଗାଇ ଦେଉନଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ଫଳରେ ସହର ଭିତରେ କୁଢ କୁଢ ଆବର୍ଜନା ପଡି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ଜବରଦଖଲ ଉଚ୍ଛେଦ ସ୍ଥଗିତ: ଆଉ ୭ ଦିନ ସମୟ ଦେଲା ପ୍ରଶାସନ

ଦେବଗଡ ପୌରାଞ୍ଚଳରେ ସରକାରୀ ବାସଭବନରୁ ଆଜି ହେବାକୁ ଥିବା ଜବରଦଖଲ ସ୍ଥଗିତ ରଖାଯାଇଛି। ଆସନ୍ତା ୭ ଦିନ ମଧ୍ଯରେ ସରକାରୀ ବାସଭବନ ଖାଲି କରିବାକୁ ଜବରଦଖଲକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୌର ପରିଷଦ ଅଧିନସ୍ଥ ସରକାରୀ ବାସଗୃହରେ କିଛି ଲୋକ ଜବରଦଖଲ କରି ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ପୁଲିସ ସହ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସିଥିଲେ। ମାତ୍ର ଉଚ୍ଛେଦ କରାନଯାଇ ଆସନ୍ତା ୭ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ଭିତରେ ଘର ନଛାଡିଲେ ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।

ଯୁବତୀଙ୍କୁ ଉଦ୍ଧାର ସହ ଥାନାରେ ହସ୍ତାନ୍ତର କଲେ ସରପଞ୍ଚ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଡିଆପାଲି ପଂଚାୟତ ସଦର ମହକୁମାରେ ଗତ ୨ ରୁ ୩ ଦିନ ହେଲା ଜଣେ ଯୁବତୀ ବୁଲାବୁଲି କରୁଥିଲେ।

ଯୁବତୀ ଜଣକ କଲେଜ ପୋଷାକ ପରିଧାନ କରିଥିବା ବେଳେ ନିଜର ପରିଚୟ କହୁନାହାନ୍ତି। ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ଯ ତାଙ୍କୁ ଉଦ୍ଧାର କରିବା ସହ ରିଆମାଳ ଥାନା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା : ଜଣେ ଆହତ

ଦେବଗଡ ଜିଲ୍ଲା ପଟାଖମଣ ନିକଟରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକ ଆହତ । ଆହତ ଯୁବକ ଜଣକ କାଳିଆଖମାର ଗ୍ରାମର ମଂଜୁ ନାୟକ ବୋଲି ଜଣାପଡିଛି ।

ମଂଜୁ ବାଇକରେ ଆସୁଥିବା ବେଳେ ଗାଡି ସାମ୍ନାକୁ ହଠାତ ଏକ କୁକୁର ପଳାଇ ଆସିଥିଲା । ଫଳରେ ଭାରସାମ୍ୟ ହରାଇ ମଂଜୁ ତଳେ ପଡିଯାଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଛି ।

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା : ଜଣେ ଆହତ

ଦେବଗଡ ଜିଲ୍ଲା ପଟାଖମଣ ନିକଟରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକ ଆହତ । ଆହତ ଯୁବକ ଜଣକ କାଳିଆଖମାର ଗ୍ରାମର ମଂଜୁ ନାୟକ ବୋଲି ଜଣାପଡିଛି ।

ମଂଜୁ ବାଇକରେ ଆସୁଥିବା ବେଳେ ଗାଡି ସାମ୍ନାକୁ ହଠାତ ଏକ କୁକୁର ପଳାଇ ଆସିଥିଲା । ଫଳରେ ଭାରସାମ୍ୟ ହରାଇ ମଂଜୁ ତଳେ ପଡିଯାଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଛି ।

ଉନ୍ନତ ଶାସନ ପାଇଁ ମୂଲ୍ୟ ଏବଂ ଆଧ୍ୟାତ୍ମିକତା ଉପରେ କର୍ମଶାଳା

ଦେବଗଡ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ଉନ୍ନତ ଶାସନ ପାଇଁ ମୂଲ୍ୟ ଏବଂ ଆଧ୍ୟାତ୍ମିକତା ଉପରେ ଏକ କର୍ମଶାଳା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସଂଚାଳିକା ସୁଶୀଳା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପିଡିଡିଆରଡିଏ ଲୁକାଶ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଅତିଥି ଭାବେ ଯୋଗଦେଇ ଥିଲେ।

ଓଆରଏସ ନ୍ୟୁ ଦିଲ୍ଲୀରୁ ଆସିଥିବା ବିଧାତ୍ରୀ ଭଉଣୀ ଉନ୍ନତ ଶାସନ ବ୍ୟବସ୍ଥା ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ନିଜର ବକ୍ତବ୍ଯ ଦେଇଥିଲେ। ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ସାମିଲ ଥିଲେ।

ବ୍ରେକଅଫ୍‌ ପାଇଁ ପ୍ରେମିକାକୁ ହତ୍ୟା ଘଟଣା; ୨ ଗିରଫ

ଅଭିଯୁକ୍ତ ପ୍ରେମିକ ଓ ତାର ସହଯୋଗୀକୁ ଗିରଫ କରିଛି ଦେବଗଡ଼ ପୁଲିସ।

ଦୁହିଁଙ୍କୁ ଗିରଫ କରିବା ସହ ସିନ୍‌ ରିକ୍ରିଏସନ କରିଛି ପୁଲିସ।ଛୁରି ଭୁସି ଓ ପଥରରେ ଛେଚି ଦୁହେଁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ବୁର୍ଲାରେ କାମ କରିବା ବେଳେ ପରସ୍ପର ସମ୍ପର୍କରେ ଆସିଥିଲେ, ପରବର୍ତ୍ତୀ ଅବସ୍ଥାରେ ଯୁବତୀ ଜଣଙ୍କ ନିଜକୁ ଦୂରେଇ ନେଇଥିଲେ।

Nuakhai wishes