ଜିଲ୍ଲା ପରିଷଦର ତୃତୀୟ ବୈଠକ ଅନୁଷ୍ଠିତ

ଦେବଗଡ ଜିଲ୍ଲା ପରିଷଦର ତୃତୀୟ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଏବଂ ଲୋକ ପ୍ରତିନିଧିଙ୍କ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପର ଅନୁମୋଦନ ଏବଂ ସଂଶୋଧନ କରାଯାଇଛି ।

ଏହାସହ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଗମନାଗମନ, ମିଶନ ଶକ୍ତି, କୃଷି, ପ୍ରାଣୀ ସମ୍ପଦ, ମତ୍ସ ସମ୍ପଦ, ବିଦ୍ୟୁତ ସମେତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ପରିଷଦ ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes