ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର ଜିଲ୍ଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ବୃଦ୍ଧା ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରି ଅଭିଯୁକ୍ତକୁ ଦେବାନନ୍ଦ ନାୟକ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।

ତୁରୁମୁଙ୍ଗା ଥାନା ଜାମୁନାଳିଆ ଗ୍ରାମରେ ଗତ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଜମ୍ଭୀରା ବେୱା(୭୦) ବୃଦ୍ଧାଙ୍କୁ ସେହି ଗ୍ରାମର ଦେବାନନ୍ଦ ପାରିବାରିକ ବିବାଦରୁ ଭୁଜାଲିରେ ହାଣି ହତ୍ୟା କରିଥିଲା l ଏଥିନେଇ ପୋଲିସ ହତ୍ୟାମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ l ୧୨ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଏଭଳି ଦଣ୍ଡାଦେଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes