ବେକାରୀ ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ – ଆଲୋକ

କେନ୍ଦୁଝର ଜିଲ୍ଲାରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରି ରୋଜଗାର ସୃଷ୍ଟି କରିବା ସହ ବିପର୍ଯ୍ୟସ୍ତ ଶିକ୍ଷା,ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁଧାରିବା ପାଇଁ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଦାବି କରିଛନ୍ତି।

ଜିଲ୍ଲାର ଡିଏମଏଫ ପାଣ୍ଠିକୁ ସଦୁପ୍ଯୋଗ କରି ବିକାଶରେ ଲଗାଇବା, ଜିଲ୍ଲାରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ କରିବା, ରାସ୍ତାଘାଟ ବିକାଶ କରିବା ଆଦି ଦାବି କରିଛନ୍ତି। ତୃଣମୂଳ ସ୍ତରରୁ କଂଗ୍ରେସକୁ ସୃଦୃଢ଼ କରିବାପାଇଁ ବିଭିନ୍ନବର୍ଗର ଲୋକଙ୍କ ସହିତ ଯୋଗାଯୋଗ କରୁଥିବା କହିଛନ୍ତି। ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲା ସଭାପତି ବିପ୍ଳବ ମିଶ୍ର ସମେତ ବହୁ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes