ପ୍ରଜାତନ୍ତ୍ରର 75 ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ନବୀନ ଓ ଅମିତ

ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର 75 ତମ ପ୍ରତିଷ୍ଠା ଦିବସରେ ଆଜି କଟକ ଇନଡୋର ଷ୍ଟାଡିଅମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାହିତ୍ୟିକା ପ୍ରତିଭା ରାୟ ଯୋଗ ଦେଇଛନ୍ତି l

କଟକରେ ପହଞ୍ଚିଲେ ଅମିତ ଶାହ, ଭବ୍ୟ ସମ୍ବର୍ଦ୍ଧନା

ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଡା ସୁରକ୍ଷା ମଧ୍ୟରେ କଟକରେ ପହଞ୍ଚିଛନ୍ତି l ଫୁଲନଖରା ଏବଂ ଲିଙ୍କ ରୋଡ଼ରେ ଦଳୀୟ କର୍ମୀ ମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି l ଶ୍ରୀ ଶାହଙ୍କ ସହ ଦଳର ବରିଷ୍ଠ ନେତା ମାନେ ମଧ୍ୟ ଗସ୍ତରେ ଯାଇଛନ୍ତି l
କଟକରେ ଶ୍ରୀ ଶାହ ନେତାଜୀଙ୍କ ଜନ୍ମ ସ୍ଥାନ ପରିଦର୍ଶନ କରିବା ସହ ଇନଡୋର ଷ୍ଟାଡ଼ିଅମରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ ଦେବେ l

ଭିଜିଲାନ୍ସ ଜାଲରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ରେଡ୍ ଚାଲିଛି।

ପହଞ୍ଚିଲେ ଅମିତ ଶାହ, କଡା ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ରବିବାର ରାତି ପ୍ରାୟ 1 ଟା 20 ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ତାଙ୍କୁ ପାରମ୍ପରିକ ବାଦ୍ୟ ନୃତ୍ୟ ମଧ୍ୟରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାଙ୍ଗରେ ଆସିଛନ୍ତି l

ସୋମବାର ଶ୍ରୀ ଶାହ ଲିଙ୍ଗରାଜ ମନ୍ଦିରରେ ଠାକୁର ଦର୍ଶନ କରିବା ସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ l

ସିବିଆଇ ରିମାଣ୍ଡରେ ଗଲେ ଚର୍ଚ୍ଚିତ ମିଶ୍ର

ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମିଶ୍ରଙ୍କୁ ଆଜି ସିବିଆଇ ଚାରିଦିନ ରିମାଣ୍ଡରେ ନେଇଛି l ତାଙ୍କୁ 10 ତାରିଖ ଅପରାହ୍ନରେ ପୁଣି କୋର୍ଟରେ ହାଜର କରାଯିବ l
ଚର୍ଚ୍ଚିତ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ l

ପାରାଦୀପ ଲାଞ୍ଚ କାରବାର ମାମଲାରେ ବିଲଡର ଗିରଫ

ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ପୂର୍ବରୁ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଶିଶିର ଦାଶ ନାମକ ବିଲଡରଙ୍କୁ ଗିରଫ କରାଯାଇଛି l ମାମଲାରେ ଗିରଫ ହୋଇଥିବା ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିଅର ସରୋଜ ଦାଶଙ୍କ ସହଯୋଗୀ ସୁମନ୍ତ ରାଉତଙ୍କ ଜରିଆରେ ଶିଶିର ଦଶ ଲକ୍ଷ ଟଙ୍କା ନେଇଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି l
ଏହି ମାମଲାରେ ଆଜି ପୁଣି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ଦୀର୍ଘ ସମୟ ଜେରା କରାଯାଇଛି l

ସିବିଆଇ ଅଫିସରେ ପୁଣି ହାଜର ହେଲେ ଚନ୍ଦନ ମିଶ୍ର

ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଜି ପୁଣି ସିବିଆଇ ଅଫିସରେ ହାଜର ହୋଇଛନ୍ତି ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ର।

ଗତକାଲି ମହିମା ମିଶ୍ର ଓ ପୁଅ ଚନ୍ଦନଙ୍କୁ ଜେରା କରିଥିଲା ସିବିଆଇ।

Nuakhai wishes