କଟକ -ଭୁବନେଶ୍ୱରରେ ପ୍ରବଳ ବର୍ଷା ଚେତାବନୀ

ଲଘୁଚାପ ପ୍ରଭାବରେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଚେତାବନୀ ଦେଇଛି l ଘଣ୍ଟାକୁ 2/3 ସେଣ୍ଟିମିଟର ବର୍ଷା ହୋଇପାରେ l ତେଣୁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି l

ଆଜି ହାଇକୋର୍ଟରେ ଦୁଇ ବିଚାରପତି ଶପଥ ନେବେ

ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି ଭାବେ ଆଜି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାସ ଶପଥ ଗ୍ରହଣ କରିବେ l ଏମାନଙ୍କୁ ମିଶାଇ ହାଇକୋର୍ର ବିଚାରପତିଙ୍କ ସଂଖ୍ୟା 24 ହେବ ।

ଆଜି ଅପରାହ୍ନ ସାଢେ 3 ଟାରେ ମୁଖ୍ୟ ବିଚାରପତି ସେମାନଙ୍କୁ ଶପଥ ପାଠ କରାଇବେ l

ଓଡିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତ

ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାସଙ୍କୁ ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଆଜି ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

ଆରତୀ ଷ୍ଟିଲର ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ

କଟକ ଜିଲ୍ଲାର ଆଠଗଡ଼ରେ ଆରତୀ ଷ୍ଟିଲ ତାର କାରଖାନାର ସମ୍ପ୍ରସାରଣ କରିବ l 3 ହଜାର କୋଟି ନିବେଶର ଏହି ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି l ଏଥିରେ 3587 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ l

ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ବାଧ୍ୟତାମୂଳକ ଅବସର

କଟକ ଗଣ୍ଡରପୁର ଡ୍ରେନେଜ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଞ୍ଜନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ବିରୋଧରେ 4.26 କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ମାମଲା ଚାଲିଥିଲା l
ଆଜି ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି l

ପାରାଦୀପ ବନ୍ଦର ଲାଞ୍ଚ ମାମଲାରେ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଖାରଜ

ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି l
ସେହିପରି ଅନ୍ୟତମ ଅଭିଯୁକ୍ତ ଦେବପ୍ରିୟ ମହାନ୍ତିଙ୍କ ଜାମିନ ଖାରଜ ହୋଇଥିବା ବେଳେ ବିଲଡର ଶିଶିର ଦାସଙ୍କୁ ଜାମିନ ମିଳିଛି l ସିବିଆଇର ରିମାଣ୍ଡ ଆବେଦନ ମଧ୍ୟ ଖାରଜ ହୋଇଯାଇଛି l

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ ବର୍ଷ ଜେଲ୍

କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ୨୦୧୭ ମସିହାରେ ଏହି ଘଟଣା ଘଟିଥିଲା।

ଦୋଷୀ ରମେଶ ନାୟକକୁ ୧୪ ବର୍ଷ ସଜା ସହ ୧୦ ହଜାର ଜରିମାନା କରିଛନ୍ତି ପକ୍ସୋ କୋର୍ଟ।

Nuakhai wishes