ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ

ପାରାଦୀପ ବନ୍ଦର ଲାଞ୍ଚ କାରବାର ଘଟଣାରେ ଗତକାଲି ଚାରିଜଣଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି ସକାଳେ ଅନ୍ୟତମ ଅଭିଯୁକ୍ତ ଚର୍ଚ୍ଚିତ ମିଶ୍ର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି l
ଚର୍ଚ୍ଚିତ ଓଏସଏଲ କମ୍ପାନୀର ମୁଖ୍ୟ ତଥା ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ l

ହାତୀ ଶିକାର ଘଟଣାରେ ବଡ଼ ମାଫିଆ ସମେତ ପାଞ୍ଚ ଗିରଫ

କଟକ ଜିଲ୍ଲା ଆଠଗଡ଼ରେ ହାତୀ ଶିକାର ଘଟଣାରେ କୁଖ୍ୟାତ ମାଫିଆ ଧନିଆ ବେହେରା ଓ ଅନ୍ୟ ଚାରି ଜଣଙ୍କୁ ଆଜି ଗିରଫ କରାଯାଇଥିବା ପୁଲିସ କହିଛି l

ପାରାଦୀପ ବନ୍ଦର ଲାଞ୍ଚ ଘଟଣାରେ ଚାରି ଗିରଫ, 84 ଲକ୍ଷ ଜବତ (ଅପଡେଟ)

ପାରାଦୀପ ବନ୍ଦର ଲାଞ୍ଚ କାରବାରର ଖୋଳତାଡ଼ ଘଟଣାରେ ସିବିଆଇ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ 84ଲକ୍ଷ ଟଙ୍କା ଜବତ କରିଛି l
ଗିରଫଙ୍କ ମଧ୍ୟରେ ଅଛନ୍ତି ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟନାରାୟଣ ସାହୁ, ପାରାଦୀପ ବନ୍ଦର ଚିଫ ମେକାନିକାଲ ଇଞ୍ଜିନିଅର ସରୋଜ ଦାଶ, ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର l
ଏହି ଘଟଣାରେ ଓଏସଏଲ କମ୍ପାନୀର ମାଲିକ ତଥା ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁତ୍ରଙ୍କୁ ମଧ୍ୟ ଜେରା କରାଯାଇଛି l

କୁକୁଡ଼ାଫାର୍ମ ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଆଠଗଡ଼ ଥାନା କନ୍ଦରପୁର ଗାଁର ଏକ କୁକୁଡ଼ା ଫାର୍ମ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଗାଁ ଲୋକ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ସହ ଉତ୍ତ୍ୟକ୍ତ ଲୋକ କୁକୁଡ଼ା ଫାର୍ମ ଭଙ୍ଗାରୁଜା କରିଛନ୍ତି

କଟକରେ ହେବ ଡାଏରୀ ପ୍ରଡକ୍ଟ ପ୍ରୋସେସିଂ ୟୁନିଟ

କଟକ ଜିଲ୍ଲାରେ 59.48 କୋଟି ଟଙ୍କା ନିବେଶରେ ଏକ ଡାଏରୀ ପ୍ରଡକ୍ଟ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ପାଇଁ ଅମ୍ରିତ ଧାରା ନ୍ୟୁଟ୍ରିଫୁଡ୍ସ ଏଲଏଲପିର ଏକ ପ୍ରସ୍ତାବକୁ ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି l

ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ପୂର୍ଣ୍ଣଛେଦ

ପାରିବାରିକ ବିବାଦ ସୃଷ୍ଟି ପରେ ହାଇକୋର୍ଟରେ ଅଭିନେତା ବାବୁସାନ କରିଥିବା ଆଗୁଆ ଜାମିନ ଆବେଦନରେ ପୂର୍ଣ୍ଣଛେଦ ପଡ଼ିଥିବା ତାଙ୍କ ଓକିଲ ଧରଣୀଧର ନାୟକ ଆଜି କହିଛନ୍ତି l

ଘଟଣାର ତଦନ୍ତରେ ବାବୁସାନ ସହଯୋଗ କରୁଥିବାରୁ ମାମଲାରେ ଅନ୍ତ ଘଟାଇବାକୁ ଉଭୟ ପକ୍ଷର ଆଇନଜୀବୀ କୋର୍ଟଙ୍କୁ ଅନୁରୋଧ କରିଥିଲେ l

ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା

ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ଦେଇଥିବା ନେଇ ଦିଲ୍ଲୀରେ ହୋଇଥିବା ଏକ ମାମଲାରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 8 ତାରିଖରେ ଅନୁଷ୍ଠିତ ହେବ l

ପାରାଦୀପ ବନ୍ଦରର ଇଞ୍ଜିନିଅର ଓ ଠିକାଦାରଙ୍କୁ ସିବିଆଇର ଜେରା(ଅପଡେଟ)

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଓ ପାରାଦୀପ ସ୍ଥିତ ବାସଭବନ ଏବଂ ତାଙ୍କ ସଂସ୍ଥା ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର କାର୍ଯ୍ୟାଳୟରେ ଆଜି ସକାଳୁ ସିବିଆଇର ଏକାଧିକ ଟିମ ଚଢ଼ାଉ ଜାରି ରଖିଛନ୍ତି l ଠିକା କାମରେ ଲାଞ୍ଚ କାରବାରକୁ ନେଇ ଏହି ଚଢ଼ାଉ ହୋଇଥିବା କୁହାଯାଇଛି l
ଏଥିସହ ପାରାଦୀପ ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାଶ ଏବଂ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଉଠାଇ ନେଇ ସ୍ଥାନୀୟ ଏକ ଗେଷ୍ଟ ହାଉସରେ ଦୀର୍ଘ ସମୟ ଧରି ଜେରା କରୁଥିବା ଜଣାପଡିଛି l

Nuakhai wishes