ବଲାଙ୍ଗୀରରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ପ୍ରଦୀପ ଅମାତ

ଆସନ୍ତା ସ୍ୱାଧୀନତା ଦିବସରେ ବାଲାଙ୍ଗୀରରେ ପତାକା ଉତ୍ତୋଳନ କରିବେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ l

ସ୍କୁଲରେ 9 ପିଲା, ଦୁଇ ଶିକ୍ଷକ କରୋନା ପଜିଟିଭ

ବଲାଙ୍ଗୀର ଜିଲ୍ଲା ସଇଁତଳାର ଏକ ସ୍କୁଲରେ 9 ଜଣ ପିଲା ଏବଂ ଦୁଇ ଜଣ ଶିକ୍ଷକ କରୋନା ପଜିଟିଭ ହୋଇଥିବା ଜଣାପଡିଛି l ଗତକାଲି ସ୍କୁଲର ଜଣେ ପିଲା ପଜିଟିଭ ହେବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଯାଇଥିଲା l
ଆଜି ସ୍କୁଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି l

ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀଙ୍କ ବିରୋଧରେ ତଳ ପାହ୍ୟାରେ କାର୍ଯ୍ୟରତ ଜନୈକ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି l ଏ ନେଇ ସେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି l
ଜିଲ୍ଲାପାଳଙ୍କ ନିକଟରୁ ନ୍ୟାୟ ନ ମିଳିଲେ ସେ କୋର୍ଟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ ସମ୍ପୃକ୍ତ ମହିଳା କର୍ମଚାରୀ କହିଛନ୍ତି l ତେବେ ଅଭିଯୋଗର ତଦନ୍ତ ଚାଲିଥିବା ଜିଲ୍ଲାପାଳ କହିଛନ୍ତି l

ଦିନ ଦ୍ଵିପ୍ରହରେ ଲୁଟିନେଲେ ଦେଢ଼ କିଲୋ ସୁନା

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ରାମଜୀ ଛକ ଠାରେ ଆଜି ତିନୋଟି ବାଇକରେ ଛଅ ଜଣ ଲୁଟେରା ଆସି ଏକ ଅଳଙ୍କାର ଦୋକାନରୁ ବନ୍ଧୁକ ଦେଖାଇ ଦେଢ଼ କିଲୋ ସୁନା ସହ 40 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି l
ଲୁଟେରା ମାନେ ଯିବା ପୂର୍ବରୁ ଦୋକାନର ସିସିଟିଭି ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି l ପୁଲିସ ଘଟଣାର ତଦନ୍ତ କରୁଛନ୍ତି l

Nuakhai wishes