ଦିନ ଦ୍ଵିପ୍ରହରେ ଲୁଟିନେଲେ ଦେଢ଼ କିଲୋ ସୁନା

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ରାମଜୀ ଛକ ଠାରେ ଆଜି ତିନୋଟି ବାଇକରେ ଛଅ ଜଣ ଲୁଟେରା ଆସି ଏକ ଅଳଙ୍କାର ଦୋକାନରୁ ବନ୍ଧୁକ ଦେଖାଇ ଦେଢ଼ କିଲୋ ସୁନା ସହ 40 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି l
ଲୁଟେରା ମାନେ ଯିବା ପୂର୍ବରୁ ଦୋକାନର ସିସିଟିଭି ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି l ପୁଲିସ ଘଟଣାର ତଦନ୍ତ କରୁଛନ୍ତି l

ବଲାଙ୍ଗୀରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି ଏବଂ ଆସନ୍ତା ସେପ୍ଟେମ୍ବର 1 ତାରିଖ ପୂର୍ବାହ୍ନ 10 ଟା 54 ରୁ 11 ଟା 8 ମିନିଟ ମଧ୍ୟରେ ନବାନ୍ନ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି l

ପାଟଣାଗଡ଼ରେ ଖୋଲିବ ନୂଆ ସରକାରୀ ଆଇଟିଆଇ

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ଏକ ନୂଆ ସରକାରୀ ଆଇଟିଆଇ ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l
ଏଠାରେ ଆତ୍ମନିଯୁକ୍ତିର ସୁବିଧା ଥିବା ଚାରୋଟି ଟ୍ରେଡରେ 240 ଜଣ ଛାତ୍ର ଶିଳ୍ପ ତାଲିମ ପାଇପାରିବେ l

ଲେମନ ଅଏଲ ୟୁନିଟ ସ୍ଥାପନକୁ ନେଇ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ୱାଟରସେଡ ବିଭାଗ ତରଫରୁ ଲୋଇସିଂହା ବ୍ଳକ ସରଗାଡ ପଞ୍ଚାୟତ ସିଂଘାନିମୁଣ୍ତା ଠାରେ ଗୋଟିଏ ଲେମନ ଅଏଲ ୟୁନିଟ ସ୍ଥାପନକୁ ନେଈ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୧୦ ଯାଏ ବିଡ ଆବେଦନ କରିପାରିବେ।

ମୁନିସିପାଲିଟିକୁ ସାନିଟାରୀ ଉପକରଣ ଯୋଗାଣ ପାଇଁ ଟେଣ୍ତର

ବଲାଙ୍ଗିର ସହରର ମୁନିସିପାଲିଟି କାର୍ଯ୍ଯାଳୟ ତରଫରୁ ସାନିଟାରୀ ଉପକରଣ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୦୬ ଭିତରେ ବିଡ ଆବେଦନ କରିପାରିବେ।

Nuakhai wishes