ମଞ୍ଜୁଲତା ନାୟକଙ୍କୁ ପୁରସ୍କାର

ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକ ଅନ୍ତର୍ଗତ ଭାଲୁପାଲି କେନ୍ଦ୍ରର ଶ୍ରୀମତୀ ମଞ୍ଜୁଲତା ନାୟକ ତାଙ୍କର ନିଷ୍ଠାପର ଭାବେ ଭାଲୁପାଲି ଗ୍ରାମରେ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଜନହିତକର ସେବା ଯୋଗାଇ ଦେଇ ଆସୁଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ନିର୍ଭୟରେ ନିଜ ଅଞ୍ଚଳରେ ସାଧାରଣ ଜନତାଙ୍କ ସେବା ତଥା ସଚେତନତା ଉପରେ ସର୍ବଦା ତତ୍ପର ଥିଲେ।

ତାଙ୍କର ଏହି ନିଃସ୍ଵାର୍ଥ ସେବା ଯୋଗାଇଦେବା ଯୋଗୁଁ ଆଜି ବଲାଙ୍ଗିର ଜିଲ୍ଲାର ସର୍ବଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ 998 କୋଟି ମଞ୍ଜୁର

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର 998 କୋଟି ଟଙ୍କା ମଞ୍ଜୁର କରିଥିବା ଜଳସମ୍ପଦ ମନ୍ତ୍ରୀ ଆଜି କହିଛନ୍ତି l 30 ମାସ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରହିଛି l
ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର 27 ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ l

ଅଙ୍ଗ ନଦୀକୁ ଡେଇଁ ବ୍ୟାଙ୍କ ମ୍ୟାନେଜର ନିଖୋଜ ଅଭିଯୋଗ

ବରପାଲି ସ୍ଥିତ ପିଏନବି ମ୍ୟାନେଜର ତଥା କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଗତକାଲି ବିନିକାରୁ ବରପାଲି ଫେରୁଥିବା ବେଳେ ସନ୍ଧ୍ୟା 7 ଟା ବେଳେ ବାଟରେ ନିଖୋଜ ହୋଇଯାଇଛନ୍ତି l
ଅଙ୍ଗ ନଦୀ ପୋଲ ଉପରୁ ତାଙ୍କ ବାଇକ ଚପଲ ମିଳିଥିବା ବେଳେ ସେ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି l କିନ୍ତୁ ପରିବାର ପକ୍ଷରୁ ଏଥିରେ ସନ୍ଦେହ ପ୍ରକାଶ କରାଯାଇଛି l ନଦୀରେ ଅଗ୍ନିଶମ ବାହିନୀ ଖୋଜିବାକୁ ଉଦ୍ୟମ ଜାରି ରଖିଛନ୍ତି l

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ପାଳିତ

ଆଜି ବଲାଙ୍ଗୀର ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ସମସ୍ତ ପୁଲିସ ମହିଳା ଟ୍ରାଫିକ କର୍ମୀମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀ ବାନ୍ଧିଥିଲେ I

ସାମାଜିକ ଶିକ୍ଷା ସଂଗଠକଙ୍କୁ ଚାକିରିରୁ ବହିଷ୍କାର

ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁ 3 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ l ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି l

Nuakhai wishes