ପିକଅପ ଭ୍ୟାନ ଦୁର୍ଘଟଣାରେ 14 ଶ୍ରମିକ ଆହତ

ଆଜି ଅପରାହ୍ନରେ ବିନିକା -ସୋନପୁର ରାସ୍ତାର ଉର୍ଲେ ଛକ ନିକଟରେ ଏକ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ 14 ଜଣ ଶ୍ରମିକ ଆହତ ହୋଇଛନ୍ତି l

ଉଫୁଲା କୃଷି ସେବା ସମବାୟ ସମିତିର ପ୍ରଥମ ବୈଠକ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା କୃଷି ସେବା ସମବାୟ ସମିତିର ପ୍ରଥମ ବୈଠକ ସଭାପତି ବୀରକିଶୋର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଙ୍ଗାମୁଣ୍ଡା ଗୋଷ୍ଠୀ କେନ୍ଦ୍ର ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆସନ୍ତା ୧୫ ତାରିଖ ମଧ୍ୟରେ ସ୍ବଚ୍ଛତା ରକ୍ଷା ପୂର୍ବକ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ସମ୍ପାଦନ କରିବା , ରୁଣି ଚାଷୀଙ୍କ ସଠିକ୍ ସମୟରେ ସାର ଯୋଗେଇ ଦେବା, ସମବାୟ ସମିତିର ସ୍ଥାୟୀ ପଟ୍ଟା ମିଳିବା ଦିଗରେ ପଦକ୍ଷେପ ନେବା ବିଷୟରେ ଆଲୋଚନା ହୋଇଥିଲା ।

ବନ୍ୟା ଆଶ୍ରୟସ୍ଥଳୀରେ ଯନ୍ତ୍ରାଂଶ ପରୀକ୍ଷା

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂର୍ବରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଟିକ୍ରାପାଡାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ, ବୀରମହାରାଜପୁର ଅଗ୍ନିଶମ ବିଭାଗ ଦ୍ୱାରା ଅଗ୍ନିଶମ କନିଷ୍ଟ ଅଧିକାରୀ ଭରତଲାଲ ଏକ୍କାଙ୍କ ନେତୃତ୍ୱରେ ଏକ ୩ ଜାଣିଆ ଟିମ ଆସି, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ସମସ୍ତ ଯନ୍ତ୍ରାଂଶ ଠିକ ଅଛି ନାଁ ନାହିଁ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି l

ତେବେ ଏହି କାର୍ଯ୍ୟକ୍ରମରେ ସୁବଳୟା ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀର ସ୍ଥାଇ ସଭାପତି ପ୍ରୋମଦ କୁମାର ମହାପାତ୍ର ଏବଂ ସମ୍ପାଦକ ଚକ୍ରଧର ପୋଢ଼ ଉପସ୍ଥିତ ଥିଲେ l

ଷଣ୍ଢା ଗ୍ରାମରୁ ଆରମ୍ଭ ହେଲା କଂଗ୍ରେସ ପକ୍ଷରୁ ସ୍ବାଧିନତାର ଗୌରବ ଦିବସ ପାଳନ

ଆଜି ଝିପି ଝିପି ବର୍ଷା ପାଗ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଷଣ୍ଢା ଗ୍ରାମରୁ ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧିନତାର ଗୌରବ ଦିବସ ପାଳନ କରାଯାଇଥିଲା ।

ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁରୀ ବସ୍ତ୍ରରେ ଦର୍ଶନ ଦେଲେ ମହାପ୍ରଭୁ

ସୂବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଜଗନ୍ନାଥ ମନ୍ଦିରରେ ଆଜି ଶ୍ରାବଣ ମାସର ଶୁକ୍ଳ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରାଯାଇଛି ।

ସମ୍ବଲପୁରୀ ବସ୍ତ୍ର ପରିଧାନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ମନ୍ଦିରର ପୂଜକ ଶ୍ରୀରାମ ପଣ୍ଡା କହିଛନ୍ତି ।

ବିନିକାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ବିନିକା କମ୍ୟୁନିତ ସେଣ୍ଟର ଠାରେ ବ୍ଳକ ସଭାପତି ବିରଞ୍ଚି କୁଆଁରଙ୍କ ପରିଚାଳନାରେ ଅନୁଷ୍ଟିତ ସଭାରେ ନଗର ପାଳ ସୁବାସ ଚନ୍ଦ୍ର ଭୋଇ,ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଥିବା ଆଦିବାସୀ ଝିଅ ଦ୍ରୌପଦୀ ମୂର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଜୀବନୀ ଉପରେ ବର୍ଣ୍ଣନା କରିଥିଲେ ।

ବିନିକାରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଭାରତରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।

ଦଳମତ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଲୋକଙ୍କୁ ସଚେତନ କରିଥିଲେ ।

ଜାମପାଲି ଛକ ଠାରେ ବିଦ୍ୟୁତ ଖୁଣ୍ଟକୁ ପିଟି କାର ଦୁର୍ଘଟଣା

ଆଜି ସକାଳ ପ୍ରାୟ ନଅଟା ସମୟରେ ରାମପୁର ପଟରୁ ବିନିକା ଆଡ଼କୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା।

ଫଳରେ ଏଥିରେ ଥିବା ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।ବର୍ଷା ଓ କୋହଲା ପାଗ ଯୋଗୁଁ ଓ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ସାଇଟ ଦେବାରେ ଏପରି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Nuakhai wishes