ସିଙ୍ଗିଯୁବା ୟୁପି ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ସିଙ୍ଗିଯୁବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସ୍ବାଧିନତା ଦିବସ ପରିପ୍ରେକ୍ଷୀରେ ସ୍କୁଲ କମିଟି ସଭାପତି ତଥା ସାମ୍ବାଦିକ ଅଶୋକ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ ।

ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଷ୍ଟାଫ ଉପସ୍ଥିତ ଥିଲେ ।

ଭବିଷ୍ୟ ସ୍କୁଲରେ ୭୬ତମ ସ୍ବାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚୌକିଯୋର ନିକଟରେ ଥିବା ଭବିଷ୍ୟ ସ୍କୁଲରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ।

ବିଧିବଦ୍ଧ ଭାବେ ଜାତୀୟ ପତାକା ଉତ୍ତୋଳନ ପରେ ସମସ୍ତ ଛାତ୍ରଛାତ୍ରୀ ଓ ଷ୍ଟାଫ ଏକ ସଙ୍ଗରେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ବୀରମହାରାଜପୁର ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ

ମହାନଦୀ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ବିନିକା ଅଞ୍ଚଳର ୨/୩ନଂ ୱାର୍ଡ ଏବଂ ବ୍ଳକ ଅଞ୍ଚଳର ନଦୀ କୂଳିଆ କେତୋଟି ଗ୍ରାମ ଗସ୍ତରେ ଆସି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ତ୍ଵ ଦେଇଛନ୍ତି ।

ବର୍ଷା ଯୋଗୁଁ ପାଣି ଘେରରେ ଚାଷଜମି

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଅଞ୍ଚଳରେ ବନ୍ଯା ଜଳ ସମସ୍ୟା ସୃଷ୍ଟି ହୋଇଛି ବୁଡି ରହିଛି ଶହଶହ ହେକ୍ଟର ଚାଷ ଜମି ଳ

ଏଥିରେ ଅଞ୍ଚଳର ଲଛିପୁର, ଭୂର୍ଷାପାଲି,ଲୁପୁରସିଂହା,ବିଶେଶ୍ବର ପାଲି,ମାଟିଆପାଲି ବାଲପୁର,ଡବଲଙ୍ଗ ଗ୍ରାମ ଗୁଡିକରେ ବନ୍ଯା ଜଳ ସମସ୍ୟା ସୃଷ୍ଟି ହୋଇଛିl

ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ତ୍ରିରଙ୍ଗା ଯାତ୍ରା

ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ବୀରମହାରାଜପୁର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ବାହାରି ଚାରିଛକ ଦେଇ ଚମ୍ପାପୁର, ଉଫୁଲା, କଲେଜ ରାସ୍ତା, ତ୍ରିବେଣୀ ଛକ ଆଦି ଦେଇ ପୁଣି ଶିଶୁ ବିଦ୍ୟାମନ୍ଦିର ଠାରେ ପହଞ୍ଚି ଥିଲା ।

ବନ୍ୟା ପାଣି ଘେରରେ ବହୁ ଚାଷ ଜମି

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ପାଣି ଯୋଗୁଁ ଫୁଲଚରା, ଜଟେସିଂହା, ନୂଆଗଡ,କୁମୁରସିଂଙ୍ଗା,ଦେଉଲି,ବୁରଘାଟ ଗ୍ରାମର ଅଧିକାଂଶ ଚାଷଜମି ଜଳମଗ୍ନ ହୋଇଛି।

ବନ୍ୟା ଜଳ ପ୍ରବାହରେ ବୀରମହାରାଜପୁର ଠାରୁ ରେଢ଼ାଖୋଲ ବିଚ୍ଛିନ୍ନ

ବନ୍ୟା ଜଳ ପ୍ରବାହରେ ଆଜି ବାଉରୀ ନାଳରେ ପାଞ୍ଚ ଫୁଟ୍ ପାଣି ହେବାରୁ ବୀରମହାରାଜପୁର ଠାରେ ବୌଦ୍ଧ ଓ ରେଢ଼ାଖୋଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଘୁଙ୍ଗି ନାଳରେ ବର୍ଷା ପାଣି ପ୍ରଭାବିତ ଯୋଗୁଁ ବୀରମହାରାଜପୁର ଠାରୁ ଅମରପାଲି କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି

ବିନିକା ଅଞ୍ଚଳରେ ଘରେ ଘରେ ଫର ଫର ଉଡୁଛି ତ୍ରିରଙ୍ଗା

ଆଜାଦି କା ଅମୃତ ମହୋତ୍ସବ ଓ ୭୫ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡୁଥିବା ଦେଖିବାକୁ ମିଳିଛି ।

ଆସନ୍ତାକାଲି ବିଧିବଦ୍ଧ ଭାବେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯିବ ବୋଲି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବନ୍ୟାପାଣି ପ୍ରବାହିତ ଯୋଗୁଁ ଗୁଳାପଡ଼ା ରାସ୍ତା ବିଚ୍ଛିନ୍ନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଇ ପ୍ରବାହିତ ମହାନଦୀରେ ବନ୍ୟା ପାଣି ଆସୁଥିବାରୁ ଏହାର ତଳି ଅଞ୍ଚଳ ଗୁଳା ପଡ଼ା ଗ୍ରାମକୁ ଯୋଗେଶ୍ୱର ମନ୍ଦିର ଠାରୁ ଯାଇଥିବା ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।

ଫଳରେ ଲୋକେ ସହର ଠାରୁ ୨କିମି ବେଲପଡ଼ା ଛକ ନିକଟ ଦେଇ ଯିବା ଆସିବା କରୁଛନ୍ତି । ଠିକ ସେହିପରି ମଙ୍ଗରକୁଣ୍ଢା ବ୍ରିଜ ଉପରକୁ ପାଣି ଉଛୁଳୁ ଥିବାରୁ ବିନିକା ରାମପୁର ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି ।

ମହାନଦୀ ବନ୍ୟା ପାଣି ୩ ଗ୍ରାମକୁ ପଶିଲା

ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ବନ୍ୟା ପାଣି ଆସିବାରୁ ବିନିକା କୂଳରେ ଯାଇଥିବା ମହାନଦୀ ବନ୍ୟା ପାଣି ଗୁଲାପଡା, ସିନ୍ଦୂରପୁର ଝରାପଡ଼ା ଓ ସେଳେଡି ଗ୍ରାମର ଝରାପଡ଼ା ଆଦି ଅଞ୍ଚଳରେ ବନ୍ୟା ପାଣି ପ୍ରବାହିତ ହେଉଛି ।

ଫଳରେ ଉକ୍ତ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ସ୍ଥାନୀୟ ପ୍ରଶାସନ ଉକ୍ତ ଅଂଚଳ ଗସ୍ତ କରି ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରୟାସ ଆରମ୍ଭ କରିଛି ।

Nuakhai wishes