ସେବାପକ୍ଷ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ସେବାପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଓ ଟ୍ୟାକ୍ସି ଷ୍ଟାଣ୍ଡ ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ମଣ୍ଡଳ ସଭାପତି ସୁମନ୍ତ ଜଗଦଲାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଉଷା କୁମାରୀ, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜିକା ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ବିପିନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ନବରାତ୍ର ପୂଜା ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ତ୍ରୀବେଣୀ ଛକ ଦୁର୍ଗା ମନ୍ଦିର ରେ ନବରାତ୍ର ପୂଜା ଅବସରରେ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।‌ ଏଥିରେ ମନୋରଞ୍ଜନ ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ। ବହୁ ସଂଖ୍ୟକ ମହିଳା ପୁରୁଷ କଳସ ଯାତ୍ରା ରେ ସାମିଲ ହୋଇଥିଲେ।

ବୀରମହାରାଜପୁରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ଅବସରରେ ଜିଲ୍ଲା ବିଜେପି ପରିବାର ପକ୍ଷରୁ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

ମା’ ସୁରେଶ୍ଵରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ

ଆଜି ଆଶ୍ଵିନ ପବିତ୍ର ମହାଳୟା ଅମାବାସ୍ୟାରେ ସୋନପୁର ଜିଲ୍ଲା ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ଧବଳ ମୁଖି ବେଶ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ମା’ଙ୍କ ନୀତିକାନ୍ତି ପରେ ଉକ୍ତ ବେଶ ଆୟୋଜିତ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି।

ବ୍ଳକ ସ୍ତରୀୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସୋନପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ବ୍ଳକ ସ୍ତରୀୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଧିକାରୀ ଯୋଗଦେଇ ମତବ୍ୟକ୍ତ କରିଥିଲେ।

କୋଚ ‌ବ୍ରଜଗୋପାଲ ପଣ୍ଡା ଙ୍କୁ ସମ୍ବୋଧିତ

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ବ୍ରଜଗୋପାଲ ପଣ୍ଡା ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ରେଫରି ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ଓଡିଶା ଓଲମ୍ପିକ୍ ଆସୋସିଏସନ୍ ପକ୍ଷରୁ ସମ୍ମାନୀତ କରାଯାଇଛି।

ମା’ ରାମଚଣ୍ଡୀଙ୍କ ବ୍ରାହ୍ମଚାରିଣୀ ବେଶ ଅନୁଷ୍ଠିତ

ସୋନପୁର ଜିଲ୍ଲା ତେଲେଣ୍ଡାରେ ଆଶ୍ଵିନ ମାସର ଷୋଡଶ ପୂଜା ଅବସରରେ ଷଷ୍ଠ ରାତିରେ ମା’ ରାମଚଣ୍ଡୀଙ୍କ ବ୍ରାହ୍ମଚାରିଣୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସାରିବା ପରେ ଏହି ବେଶ ଆୟୋଜିତ ହୋଇଥାଏ।

Nuakhai wishes