ବୀରମହାରାଜପୁର ଅଞ୍ଚଳରେ ଶ୍ରୀରାମ ନବମୀ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ଏହି ଅବସରରେ ସବୁଠି ଭଗବାନ ଶ୍ରୀରାମଙ୍କର ଜନ୍ମୋତ୍ସବ ପାଳନ କରାଯାଇ ହୋମ, ଯଜ୍ଞ ଆଦି ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଆଜିଠୁ ବିଭିନ୍ନ ଗ୍ରାମରେ ରାମଲୀଳା ପରିବେଷଣ ମଧ୍ୟ ଆରମ୍ଭ ହୋଇଛି ।

ବୀରମହାରାଜପୁର ଠାରେ ଏମସ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ ଏମସ ପବ୍ଲିକ ସ୍କୁଲର ଦଶମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ସମାଜସେବୀ ଯୁଗଳ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସ୍କୁଲର ପ୍ରତିଷ୍ଠାତା ମନୋଜ ମହାପାତ୍ର ସଭା ପରିଚାଳନା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ବୈଠକ

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା -ବଲାଙ୍ଗିର ରେଳପଥର ମନ୍ଥରତା ନେଇ ଉଦବେଗ ପ୍ରକାଶ ପାଇବା ସହ ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟର ଅଗ୍ରଗତି ତଥା ଜିଲ୍ଲାର ପର୍ଯ୍ୟଟନ ଓ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ ସହର ବିଷୟକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ସଭାପତି ଶ୍ରୀ ମିଶ୍ରଙ୍କ ସମେତ ସମ୍ପାଦକ ଗୁଣନିଧି ମେହେର, ଦୁଃଖିରାମ ନାୟକ, ମହେଶ ପୂଜାହାରୀ, ବାଙ୍କାନିଧି ରାୟଗୁରୁ, ଭିକାରୀ ପୃଷ୍ଟି , ସୂର୍ଯ୍ୟନାରାୟଣ ଦାସ, ନବଘନ ଷାଣ୍ଢ, ଶୁଭ୍ରାଂଶୁ ପଣ୍ଡା ଓ ଶିବରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ମଗରା କଟାକୁ ବୁଲି ଦେଖିଲେ ଅଧିକାରୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସର୍ବବୃହତ ବନ୍ଧ କୁହାଯାଉଥିବା ଉଫୁଲା ସ୍ଥିତ ମଗରା କଟାକୁ ବୁଧବାର କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀମାନେ ବୁଲି ଦେଖିବା ସହ କଟାର ପୁନରୁଦ୍ଧାର ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ବିଭାଗୀୟ ଯନ୍ତ୍ରୀ କଟାର ପାରିପାର୍ଶ୍ବିକ ଅବସ୍ଥା ଓ ଦଳ ସଫେଇ ନେଇ ଅନୁଧ୍ୟାନ କରିବା ସହ ଖୁବ୍ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ସୂଚନା ଦେଇଥିବା ଜଣାଯାଇଛି । ପ୍ରକାଶ ଥାଉ କି ଗ୍ରାମବାସୀ ଗତ ସୋମବାର ଉକ୍ତ କଟାର ଦଳ ଓ ବିଭିନ୍ନ ସମସ୍ୟା ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଫେରାଦ ହୋଇଥିଲେ ।

ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ହେବା ପ୍ରତିବାଦରେ ସତ୍ୟାଗ୍ରହ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ହେବା ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ତହସିଲ କାର୍ଯ୍ୟାଳୟ ପାର୍ଶ୍ବରେ ସ୍ଥାନୀୟ ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରାଯାଇଛି ।

ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖିର୍ଡିଆ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, ପ୍ରଦୀପ ସେଠୀ, ନରେନ୍ଦ୍ର ପଣ୍ଡା, ଧରଣୀଧର ପାଢ଼ୀ, ଗଦା ପଧାନ, ସୁମନ୍ତ ସାହୁ,ବ୍ୟଞ୍ଜନ ପଣ୍ଡା, ଗୋପାଳ ମହାକୁର, ଆଦିତ୍ୟ ସାହୁ,ଗରିବ ଦଣ୍ଡସେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।

ମହାନଦୀରେ ବେଆଇନ ବିସ୍ଫୋରଣ ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବେଆଇନ ବିସ୍ଫୋରଣ ପୂର୍ବକ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି । ଆଜି ବୀରମହାରାଜପୁର ଠାରେ ଅନୁଷ୍ଠିତ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ପ୍ରିୟବ୍ରତ ସାହୁ, ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁ ପ୍ରମୁଖ ଏସବୁ ବେଆଇନ ବିସ୍ଫୋରଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

ବୀରମହାରାଜପୁର ବ୍ଲକ ସଭା ଗୃହ ଠାରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ୫୦ଟି ପଞ୍ଜୀକୃତ ଅଭିଯୋଗ ମଧ୍ୟରୁ ୩୬ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଥିବା ଜଣାଯାଇଛି । ଏଥିରେ ୧୧ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।

ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

ପ୍ରାୟ ୬୦ ଏକର ପରିମିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ସ୍ଥିତ ମଗରା କଟା ଅଜଣା ଦଳ(ଜଗଲ)ରେ ଫସିରହି ଥିବାବେଳେ ଏହାର ପୁନରୁଦ୍ଧାର ସକାଶେ ଗ୍ରାମବାସୀ ସୋମବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ।

ଗ୍ରାମବାସୀ ଜିଲ୍ଲାପାଳଙ୍କୁ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣୀ ଶିବିରରେ ଭେଟିଥିଲେ । ଜିଲ୍ଲାପାଳ ବିଭାଗୀୟ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

ପ୍ରାୟ ୬୦ ଏକର ପରିମିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ସ୍ଥିତ ମଗରା କଟା ଅଜଣା ଦଳ(ଜଗଲ)ରେ ଫସିରହି ଥିବାବେଳେ ଏହାର ପୁନରୁଦ୍ଧାର ସକାଶେ ଗ୍ରାମବାସୀ ସୋମବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ।

ଗ୍ରାମବାସୀ ଜିଲ୍ଲାପାଳଙ୍କୁ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣୀ ଶିବିରରେ ଭେଟିଥିଲେ । ଜିଲ୍ଲାପାଳ ବିଭାଗୀୟ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ଗାଈର ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ଗାଁରେ ଏକ ଗାଈର ମୃତ୍ୟୁ ହୋଇଥିବା ଖବର ପାଇ ଆଜି ଟ୍ରଷ୍ଟର ସଭାପତି ସୁରେଶ କଲତା ଏବଂ ସଦସ୍ୟ ଶିବାଶିଷ କଲତା, କୃଷ୍ଣଚନ୍ଦ୍ର ନାଏକ, ମୋହିତ କଲତା, ଆଲୋକ କଲତା ପ୍ରମୁଖ ଗାଁ ଲୋକଙ୍କ ସହିତ ଏକ ଶଗଡ଼ ଗାଡ଼ିରେ ଗାଈର ଶବକୁ ଦୂରସ୍ଥାନକୁ ନେଇ ଶବ ସତ୍କାର କରିଥିଲେ ।

Nuakhai wishes