ବୀରମହାରାଜପୁର-ବାଉଁଶୁଣି ସେତୁ ନିର୍ମାଣ ପାଇଁ ଭୂମି ପୂଜନ

ସୋନପୁର ଜିଲ୍ଲା ବୀରମହାରାଜପୁର ଠାରୁ ବାଉଁଶୁଣି ସଂଯୋଗ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ପିଣ୍ଟୁ ଶତପଥି ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୂର୍ତ୍ତି ବିଭାଗ ଏସଡିଓ, ଯନ୍ତ୍ରୀଙ୍କ ସହ ଦେଉଳି ଗାଁର ୱାର୍ଡ ମେମ୍ବର ରଞ୍ଜିତ କର୍ମୀ ,ମାନସ ମିଶ୍ର,ମାଁ ମାହେଶ୍ୱରୀ ସେନାର ସୁଧାଂଶୁ କର୍ଣ୍ଣ ଓ ଅଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡ଼ବରଡ଼ାକଟା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ବ୍ୟାସ ଭାବରେ ଦେବଯାନୀ ସାହୁ ପୁରାଣ ପଠନ କରିଛନ୍ତି।

ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡ଼ବରଡ଼ାକଟା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ବ୍ୟାସ ଭାବରେ ଦେବଯାନୀ ସାହୁ ପୁରାଣ ପଠନ କରିଛନ୍ତି।

ବିଶ୍ୱ ଅଟିଜିମ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ରେଆର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଡେ କେୟାର ଥେରାପି ସେଣ୍ଟର ଠାରେ ବିଶ୍ୱ ଅଟିଜିମ ଦିବସ ପାଳନ କରାଯାଇଛି।

ଏଥିରେ କେନ୍ଦ୍ରର କୁଲୁ ଦନ୍ତା, ସାଗରୀକା ଜାନି, ପ୍ରୀତିମୟୀ ମିଶ୍ର, ମୋନଜ ସ୍ୱାଇଁ, ଭୁବନ ଲାଲ ଶତନାମୀ ଉପସ୍ଥିତ ଥିଲେ।

ସୋନପୁର ବିଧାନସଭା ପାଇଁ ପ୍ରମୋଦ ମହାପାତ୍ର ବିଜେପି ପ୍ରାର୍ଥୀ

ସୁବର୍ଣ୍ଣପୁର ଜିଲ୍ଲା ସଦର ନର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି।

ଖଣ୍ଡହତାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଖୋଜ ପ୍ରଧାନ ସଭାପତିତ୍ବରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସରକାରୀ ଶିକ୍ଷକ ଉଜ୍ଜ୍ୱଳ ଚନ୍ଦ୍ର ପ୍ରଧାନଙ୍କ ଚାକିରି କାଳ ଶେଷ ହେବାରୁ ତାଙ୍କୁ ଆଜି ଉପଢୌକନ ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

ବିଜେପି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ଟିକେଟ

ସୋନପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ରଘୁନାଥ ଜଗଦଲାଙ୍କୁ ଟିକେଟ ମିଳିଛି।

ଟିକେଟ ମିଳିବା ପରେ ଶ୍ରୀ ଜଗଦଲା କହିଛନ୍ତି, ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ଲୋକଙ୍କ ସେବା କରିବି।

ବଡ଼ବରଡ଼ା କଟାରେ ଅରଣ୍ୟକାଣ୍ଡ ପରାୟଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତର ବଡ଼ବରଡ଼ାକଟା ନବନିର୍ମିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ଆରଣ୍ୟକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଛି।

ବ୍ୟାସ ଭାବରେ ବିଶ୍ୱକଲ୍ୟାଣ ପୁଝାରୀ ପୁରାଣ ପଠନ କରୁଛନ୍ତି।

ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଉତ୍କଳ ଦିବସ ଓ ଏକତିରିଶ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଯୋଗ ଦେଇଥିଲେ।

ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡବର୍ଡାକଟା ଗ୍ରାମରେ ମାଁ ମାହେଶ୍ୱରୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶିବ ନାରାୟଣ ମିଶ୍ର , ଜଗନ୍ନାଥ ଦେହୁରୀଙ୍କ ସହ ବହୁ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Nuakhai wishes