ଝାଡ଼ାବାନ୍ତିରେ ୨୨ ଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବାମରା ସାଲହି ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୨୨ ଛାତ୍ରୀ ଆକ୍ରାନ୍ତ ହୋଇଛି।

୧୦ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୪ ଦିନ ହେଲାଣି ବ୍ୟାପିଛି ଝାଡ଼ାବାନ୍ତି। କାରଣ ଅସ୍ପଷ୍ଟ ରହିଛି।

ଗୁଳି ମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର

ସମ୍ବଲପୁର ଜିଲ୍ଲା ଧନୁପାଲୀ ଥାନା ଗୋବିନ୍ଦପଲାରେ ଦୋକାନରେ ପଶି ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ।

କେତେ ଟଙ୍କାର ସୁନା ଗହଣା ଲୁଟ୍‌ ହୋଇଛି ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ଛାନଭିନ୍ କରୁଛି।

ଦ୍ଵିତୀୟ ଝାରର ମଲ୍ଲୀ ଶୁଆନି ମହୋତ୍ସବ ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବନସାଜାଲ ଠାରେ ଦ୍ଵିତୀୟ ଝାରର ମଲ୍ଲୀ ଶୁଆନି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି! ଏଥିରେ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରାଯାଇଥିଲା

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଖଇରାପଡ଼ାରେ ଏହି ଘଟଣା ଘଟିଛି।

ଘର ଭାଙ୍ଗିବା ସହ ବୃଦ୍ଧଙ୍କୁ ଘରୁ ଟେକି ଆଣି କଚାଡ଼ି ମାରିଲା ହାତୀ।

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ସମ୍ବଲପୁର ଜିଲ୍ଲା ଶାସନ ଥାନା ବଲବସପୁର ହୀରାକୁଦ ଡାଇକ ନିକଟରୁ ମୃତଦେହ ଠାବ ହୋଇଛି।

ହତ୍ୟା ପରେ କେହି ମୃତଦେହ ପୋଡ଼ିବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌ କରୁଛି।

ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ: ମୋଦି

ସମ୍ବଲପୁର ଆଇଆଇଏମ୍‌ରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟରେ କହିଛନ୍ତି, ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ବପୂର୍ଣ୍ଣ ଦିନ, ଓଡ଼ିଶା ଲୋକଙ୍କ ପାଇଁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ।

ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ, ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ ହୋଇଛି। ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି ଏବଂ ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ଏହା ସହ ୬୮ ହଜାର କୋଟିର ୧୮ଟି ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ ବି କଲେ ପ୍ରଧାନମନ୍ତ୍ରୀ।

ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଅଛନ୍ତି।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର ରେମେଡ ପଡ଼ିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେବା ସହ ଆଇଆଇଏମ୍‌ର ନୂତନ ବିଲ୍ଡିଂର ଲୋକାର୍ପଣ କରିବେ।

ଏହା ସହ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟିଦେବେ।

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ଯାଏ ସମ୍ପ୍ରସାରିତ

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହିବ।

ଏହି ସଂପ୍ରସାରଣ ଯାତ୍ରୀ ସୁବିଧାକୁ ସୁଗମ କରିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର।

Nuakhai wishes