ଆମ ଆଦମୀ ପାର୍ଟି ପକ୍ଷରୁ ଡ. ଆମ୍ବେଦକର ଜୟନ୍ତୀ

ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ସକାଳ ୮ଟାରେ ସମ୍ବଲପୁର ମୋଦୀପଡା ଛକରେ ଥିବା ଭାରତ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ପ୍ରତିମୂର୍ତିରେ ଜୟନ୍ତୀ ଉପଲକ୍ଷେ ପୁଷ୍ପମାଲ୍ୟାର୍ପଣ ହୋଇଥିଲା।

ଏଥିରେ ଜନମୁଖ ସମ୍ପାଦକ ବିରେନ୍ଦ୍ର ପାଣିଗ୍ରାହୀ, ମହଫୁଜ ଆଲାମ, ବାବା ଫାରୁକି, ଆଲ୍ଲାଉଦ୍ଦିନ ସୀଦ୍ଦୀକି, କବି ସରଫରାଜ ଓ ଅନ୍ୟାନ୍ୟ ସଦସ୍ୟ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସମ୍ବଲପୁର ଠାରେ ବାବା ସାହେବ ଆମ୍ବଦକର ଜୟନ୍ତୀ ପାଳନ

ସମ୍ବଲପୁର ଠାରେ ବାବା ସାହେବ ଆମ୍ବଦକର ଜୟନ୍ତୀପାଳନ ହୋଇଯାଇଛି।

ସମ୍ବଲପୁର ଠାରେ ଥିବା ବାବା ସାହେବ ଆମ୍ବଦକର ପ୍ରତିମୂର୍ତ୍ତିରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ମାଲ୍ୟ ଦେଇ ଜୟନ୍ତୀ ପାଳନ କରାଯାଇଛି।

ଅଗ୍ନିଶମ ସପ୍ତାହ ପାଳନ ଅବସରରେ ଶୋଭାଯାତ୍ରା

ଓଡିଶା ଅଗ୍ନିଶମ ସପ୍ତାହ ପାଳନ ଅବସରରେ ସମ୍ବଲପୁର ଠାରେ ଆଜି ବିଶେଷ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଏହାକୁ ଉତ୍ତରାଞ୍ଚଳ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଲଙ୍କ ସମେତ ବହୁ ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଥିଲେ।

Nuakhai wishes