ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 6 ମୃତ

ସମ୍ବଲପୁର ଜିଲ୍ଲାର ପରମାଣପୁର ନୂଆମୁଣ୍ଡା ଶାସନ କେନାଲକୁ ଗତକାଲି ରାତିରେ ଏକ ବରଯାତ୍ରୀ ଖସି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡ଼ଧରା ଗ୍ରାମରୁ ଏହି ବରଯାତ୍ରୀ ଦଳ ଆସିଥିଲେ l

ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ

ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାରେ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍‌ ଟେଷ୍ଟ ରିପୋର୍ଟ ଆସିଛି।

ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ଉଲ୍ଲେଖ ଥିଲା।

ମାର୍ଚ୍ଚ ୧୦ରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୦ ରେ ରାଉରକେଲା ଗସ୍ତରେ ଯିବେ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେଵେ। ନବୀନ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କରିବେ। ହକି ତାଲିମ କେନ୍ଦ୍ର ତଥା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ ଉଦଘାଟନ କରିବେ।

ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି: ସମ୍ବଲପୁର ଏସପି

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃ୍ତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରେସମିଟରେ ଏହା କହିଛନ୍ତି।

ଚିନ୍ମୟୀଙ୍କୁ ମର୍ଡର କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ଏସପି। ସେ ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ଶେଷ ହୋଇନାହିଁ, ଜାରି ରହିଛି, ଭିସେରା ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ। ଥାନାରେ ଅଟକ ଦୁଇ ବନ୍ଧୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯିବ, ଆବଶ୍ୟକ ପଡ଼ିଲେ ଉଭୟ ବନ୍ଧୁଙ୍କୁ ପୁଣି ଥାନାକୁ ଡକାଯିବ ବୋଲି ଏସପି କହିଛନ୍ତି।

ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଆସିଲା ଲାଏଡିଟେକ୍ସନ୍ ରିପୋର୍ଟ

ସମ୍ବଲପୁର ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ
ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏଡିଟେକ୍ସନ୍ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି।

ଭୁବନେଶ୍ବର FSLରୁ ଲାଏଡିଟେକ୍ସନ୍ ରିପୋର୍ଟ ନେଇଛି ସମ୍ବଲପୁର ପୁଲିସ।

ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଏସଡିପିଓ ଅଫିସରେ ପଚରାଉଚରା

ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଏସଡିପିଓ ଅଫିସରେ ପଚରାଉଚରା କରାଯାଉଛି।

ଚିନ୍ମୟୀଙ୍କ ବାପା, ମାଆ, ଭଉଣୀ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଉଛି। ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ଉପସ୍ଥିତିରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଲାଏଡିଟେକ୍ସନ୍ ଟେଷ୍ଟ ଆରମ୍ଭ

ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କର ଲାଏଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଛି।

ଭୁବନେଶ୍ବର ଫୋରେନସିକ୍ ଲ୍ୟାବରେ ଲାଏଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଛି।

ବିଧାନସଭାରେ ଉଠିବ ଚିନ୍ମୟୀ ମୃତ୍ୟୁ ପ୍ରସଙ୍ଗ

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରସଙ୍ଗ ବିଧାନସଭାରେ ଉଠାଯିବ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ଓଡ଼ିଶାରେ ଏବେ ପୁଲିସ ସବୁ କଥାକୁ ଚାପି ଦେଉଛି, ଲୋକଙ୍କ ସନ୍ଦେହ ହେଲା ଭଳି ପୁଲିସ କାମ କରୁଛି, ପୁଲିସ ଉଚିତ ପଦକ୍ଷେପ ନନେଲେ ପ୍ରସଙ୍ଗ ବିଧାନସଭାରେ ଉଠାଯିବ କହିଛନ୍ତି ଜୟନାରାୟଣ।

ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର

ସମ୍ବଲପୁର ଜିଲ୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଜଣେ ଯୁବକଙ୍କ ନାଁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ମାଆ।

ଯୁବକଙ୍କ ନାଁ ନେବା ସହ ସଂଘବଦ୍ଧ ହତ୍ୟା କରାଯାଇଥିବା କହିଛନ୍ତି। ଝିଅ ବେକରେ ଦାଗ ଅଛି, ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ମୃତକଙ୍କ ମାଆ।

ନିଖୋଜ ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ନିଖୋଜର ୧୨ ଘଣ୍ଟା ପରେ ବୁର୍ଲା ପାଓ୍ବାର ଚ୍ୟାନେଲ ନିକଟରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ଗତକାଲି ରାତିରେ ପିସି ବ୍ରିଜରୁ ତଳକୁ ଡେଇଁ ନିଖୋଜ ଥିଲେ ଛାତ୍ରୀ।ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଆସି ବ୍ରିଜରୁ ଡେଇଁ ପଡ଼ିଥିଲେ।

Nuakhai wishes