ପାଣି ଡେକ୍‌ଚିରେ ପଡ଼ି ୨ ବର୍ଷର ଶିଶୁକନ୍ୟା ମୃତ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସି ଦେହୁରୀ ସାହିରେ ଏହି ଘଟଣା ଘଟିଛି।

ଅସାବଧାନତାରୁ ଶିଶୁକନ୍ୟା ପାଣି ଡେକ୍‌ଚିରେ ପଡ଼ି ଯାଇଥିଲା। ଉଦ୍ଧାର କରି ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର।

୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ବୁର୍ଲା ନାଗରିକ କମିଟି ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି।

ପ୍ରଭାବରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଘର ପଛପଟୁ ନବଜାତ ଶିଶୁକନ୍ୟା ଉଦ୍ଧାର

ସମ୍ବଲପୁର ଜିଲ୍ଲା ଖଣ୍ଡୁକଟ୍ଟା ଗାଁରେ ଜଣଙ୍କ ଘର ପଛପଟୁ ନବଜାତ ଉଦ୍ଧାର ହୋଇଛି ।

ସକାଳେ ଶିଶୁକନ୍ୟା କାନ୍ଦୁଥିବାର ଶୁଣି ଗାଁ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି। ଉଦ୍ଧାର ଶିଶୁକନ୍ୟାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଥିବା ସୂଚନା ମିଳିଛି ।

ଗଣ୍ଡଗୋଳ ଘଟଣାରେ ୩ଟି ମାମଲା ରୁଜୁ (ଉପଡେଟ)

ବୁର୍ଲା ଭିମ୍‌ସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ୩ଟି ମାମଲା ରୁଜୁ କରିଛି ବୁର୍ଲା ଥାନା ପୁଲିସ।

ଡାକ୍ତରୀ ଛାତ୍ର ଓ ସିକ୍ୟୁରିଟି ଗାର୍ଡଙ୍କ ଏତଲା ଆଧାରରେ ୨ଟି ମାମଲା ହୋଇଥିବା ବେଳେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସକାଳେ ଛାତ୍ରଙ୍କ ସହ ସୁରକ୍ଷାକର୍ମୀଙ୍କ ବଚସାରୁ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଜଣେ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ବୁର୍ଲା ଭିମ୍‌ସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ଗଣ୍ଡଗୋଳ

ଆଜି ଭୋରରେ ଜଣେ ଛାତ୍ରଙ୍କ ସହ ଜଣେ ସୁରକ୍ଷାକର୍ମୀଙ୍କ ବଚସାରୁ ଗଣ୍ଡଗୋଳ ହୋଇଛି।

ବଚସା ବେଳେ ଡାକ୍ତରୀ ଛାତ୍ର ସୁରକ୍ଷାକର୍ମୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଖବର ପାଇ ସୁରକ୍ଷାକର୍ମୀଙ୍କ ସଂପର୍କୀୟ ପହଞ୍ଚି ଡାକ୍ତରଙ୍କୁ ମାଡ଼ ମାରିଥିଲେ।

ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଠାବ

ସମ୍ବଲପୁର ଜିଲ୍ଲା ସେଲେଡି ଗ୍ରୀଡ୍ ନିକଟରେ ପଡ଼ିଛି ଶିଶୁପୁତ୍ରର ମୃତଦେହ।

ଶିଶୁପୁତ୍ରର ମୃତଦେହ କିଏ ଓ କାହିଁକି ଫିଙ୍ଗିଛି ଅସ୍ପଷ୍ଟ ରହିଛି।

ଜୀବିତ ଭାବି ଅନ୍ତିମ ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସି ୪ନଂ ୱାର୍ଡରେ ଏହି ଘଟଣା ଘଟିଛି। ୨୦ ଘଣ୍ଟା ହେଲାଣି ଘରେ ପଡ଼ିରହିଛି ମୃତଦେହ।

ଡାକ୍ତର ମୃତ ଘୋଷଣା କରିବା ସତ୍ତ୍ୱେ ଅନ୍ତିମ ସଂସ୍କାର କରୁନାହାନ୍ତି ପରିବାର। ପଡ଼ୋଶୀଙ୍କ ବିରୋଧରେ ଗୁଣିଗାରେଡ଼ି ଅଭିଯୋଗ ଆଣିଲେ।କିଛି ଦିନ ହେବ ଯୁବକ ଅସୁସ୍ଥ ଥିଲେ, କାଲି ମେଡିକାଲରେ ମୃତ୍ୟୁ ଘଟିଛି।

ଜଙ୍ଗଲରୁ ଗଳିତ ମୃତଦେହ ସହ ଅଚେତ ମହିଳା ଉଦ୍ଧାର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଦଂଶନାଡିହି ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ନିକଟରୁ ଅଚେତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି।ଉଦ୍ଧାର ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।

Nuakhai wishes