ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ

ସମ୍ବଲପୁର ଜିଲ୍ଲା ଜରଡ଼ା ରେଞ୍ଜ ଲଛଡ଼ା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି।

ପାଣି ଉଠାଇବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିର ମୃତ୍ୟୁ ଘଟିଛି।

ବାଘ ଚମଡ଼ା ଜବତ ଜଣେ ଗିରଫ

ସମ୍ବଲପୁର ନାକଟିଦେଉଳରୁ କଲରାପତରିଆ ବାଘ ଚମଡ଼ା ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

ଏହା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ୫ ଲକ୍ଷରେ ଡିଲ୍‌ ଚାଲିଥିବା ବେଳେ ମାଡ଼ିବସିଥିଲା ଏସ୍‌ଟିଏଫ୍‌।

ଦିନ ସାଢ଼େ ୧୧ରେ ସମ୍ବଲପୁରରେ ୩୬ ଡିଗ୍ରୀ ତାପମାତ୍ରା

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୬ ଡ଼ିଗ୍ରୀରେ ପହଞ୍ଚିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସେହିଭଳି ହୀରାକୁଦରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସମ୍ବଲପୁର ଫେକ୍‌ ସାର୍ଟିଫିକେଟରେ ବଲାଙ୍ଗିର ଲିଙ୍କ୍‌: ଏସପି

ସମ୍ବଲପୁରରେ ଚିହ୍ନଟ ୬ ଫେକ୍‌ ସାର୍ଟିଫିକେଟ ମଧ୍ୟରୁ ୩ଟିର ବଲାଙ୍ଗିର ଲିଙ୍କ୍‌ ଥିବା ନେଇ ଏସପି ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ କମ୍ପ୍ୟୁଟରରୁ ଏନେଇ ପ୍ରମାଣ ହସ୍ତଗତ ହୋଇଛି, ଅନ୍ୟ ୩ଟି ସାର୍ଟିଫିକେଟ୍‌ର ବଲାଙ୍ଗିର ଲିଙ୍କ୍‌ ସନ୍ଦେହ କରାଯାଉଛି, ସନ୍ଦେହ ଘେରକୁ ଆସିଥିବା ସାର୍ଟିଫିକେଟର ପ୍ରମାଣ ଖୋଜା ଚାଲିଛି ବୋଲି ସେ କହିଛନ୍ତି।

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ୍ ଚେର

ଏ ନେଇ ଟାଉନଥାନାରେ ୬ ଜଣ ଆଶାୟୀଙ୍କ ନାଁରେ ଅଭିଯୋଗ ହୋଇଛି।

ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଟାଉନ ଥାନା ପୁଲିସର ଛାନଭିନ ଆରମ୍ଭ କରିଛି ।

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 6 ମୃତ

ସମ୍ବଲପୁର ଜିଲ୍ଲାର ପରମାଣପୁର ନୂଆମୁଣ୍ଡା ଶାସନ କେନାଲକୁ ଗତକାଲି ରାତିରେ ଏକ ବରଯାତ୍ରୀ ଖସି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡ଼ଧରା ଗ୍ରାମରୁ ଏହି ବରଯାତ୍ରୀ ଦଳ ଆସିଥିଲେ l

ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ

ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାରେ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍‌ ଟେଷ୍ଟ ରିପୋର୍ଟ ଆସିଛି।

ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ଉଲ୍ଲେଖ ଥିଲା।

ମାର୍ଚ୍ଚ ୧୦ରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୦ ରେ ରାଉରକେଲା ଗସ୍ତରେ ଯିବେ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେଵେ। ନବୀନ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କରିବେ। ହକି ତାଲିମ କେନ୍ଦ୍ର ତଥା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ ଉଦଘାଟନ କରିବେ।

ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି: ସମ୍ବଲପୁର ଏସପି

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃ୍ତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରେସମିଟରେ ଏହା କହିଛନ୍ତି।

ଚିନ୍ମୟୀଙ୍କୁ ମର୍ଡର କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ଏସପି। ସେ ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ଶେଷ ହୋଇନାହିଁ, ଜାରି ରହିଛି, ଭିସେରା ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ। ଥାନାରେ ଅଟକ ଦୁଇ ବନ୍ଧୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯିବ, ଆବଶ୍ୟକ ପଡ଼ିଲେ ଉଭୟ ବନ୍ଧୁଙ୍କୁ ପୁଣି ଥାନାକୁ ଡକାଯିବ ବୋଲି ଏସପି କହିଛନ୍ତି।

ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଆସିଲା ଲାଏଡିଟେକ୍ସନ୍ ରିପୋର୍ଟ

ସମ୍ବଲପୁର ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ
ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏଡିଟେକ୍ସନ୍ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି।

ଭୁବନେଶ୍ବର FSLରୁ ଲାଏଡିଟେକ୍ସନ୍ ରିପୋର୍ଟ ନେଇଛି ସମ୍ବଲପୁର ପୁଲିସ।

Nuakhai wishes