ଛୁରା ମାଡ଼ରେ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ରେମେଡ୍‌ ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଛି।

ଛୁରାମାଡ଼ କରିଥିବା ଯୁବକ ଏବଂ ମୃତକଙ୍କ ପରିଚୟ ଜଣାପଡ଼ିନି।

ଶୋଭାଯାତ୍ରା ସୁରୁଖୁରୁରେ ହେବ: ସମ୍ବଲପୁର ଜିଲ୍ଲାପାଳ

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି, ସବୁ ଏରିଆରେ ଫୋର୍ସ ଅଛନ୍ତି, ଶୋଭାଯାତ୍ରା ବେଳେ କିଛି ଅଘଟଣ ଘଟିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ।

ଶୋଭାଯାତ୍ରା ୪ଟାରୁ ସାଢ଼େ ୪ଟା ମଧ୍ୟରେ ବାହାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବଲପୁର ପିଏମଜି ଅଫିସରେ ସିବିଆଇ ଟିମ୍

୩ଟି ଗାଡ଼ିରେ ଆସିଥିବା ସିବିଆଇ ଟିମ ପିଏମଜି କାର୍ଯ୍ୟାଳୟରେ ତନାଘନା କରୁଛନ୍ତି।

ଗେଟରେ ତାଲା ଦେଇ ଭିତରେ ସିବିଆଇ ଯାଞ୍ଚ କରୁଥିବା ସୂଚନା ମିଳିଛି।ନକଲି ସାର୍ଟିଫିକେଟ ଲିଙ୍କ ନେଇ ସିବିଆଇ ଯାଞ୍ଚ କରୁଥାଇପାରେ। ନକଲି ସାର୍ଟିଫିକେଟରେ ସମ୍ବଲପୁରରେ ୬ ଜଣ ଚିହ୍ନଟ ହୋଇଥିଲେ।

ସମ୍ବଲପୁରରେ ପହଞ୍ଚିଲେ ବିଜେପିର ପ୍ରତିନିଧି ଦଳ

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ଼ ଘଟଣା ପରେ ବିଧାୟକ ନାଉରି ନାଏକ, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ସମ୍ବଲପୁରରେ ପହଞ୍ଚିଛନ୍ତି।

ଘରୋଇ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଲେ ପ୍ରତିନିଧି ଦଳ।

ପୁଲିସ ଛାଉଣିରେ ପୂରା ସମ୍ବଲପୁର ସହର

ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି ପୁଲିସ।

ସଂଧ୍ୟାରେ ଶୋଭାଯାତ୍ରା ଦୃଷ୍ଟିରୁ ସତର୍କମୂଳକ ପଦକ୍ଷେପ ନିଆଯାଇଛି।

କାଲି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା: ଜିଲ୍ଲାପାଳ

ହନୁମାନ ଜୟନ୍ତୀରେ ଆସନ୍ତାକାଲି ସମ୍ବଲପୁରରେ ବାହାରିବ ଶୋଭାଯାତ୍ରା।

ବିଭିନ୍ନ କମିଟି ସହ ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସନ୍ଧ୍ୟା ୭ଟାରୁ ସହରର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ଗତକାଲି ସମ୍ବଲପୁରରେ ଯାହା ଘଟିଛି ତାହା ଅଭାବନୀୟ ଘଟଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କାଲିର ଘଟଣାରେ ପୁଲିସ, ସାଧାରଣ ଲୋକ ଆହତ ହୋଇଛନ୍ତି, ଏହି ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସମ୍ବଲପୁରରେ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି।

ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି।

ସାଢ଼େ ୧୧ରେ ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ

ଦିନ ସାଢ଼େ ୧୧ଟାରେ ସମ୍ବଲପୁରରେ ତାପମାତ୍ରା ୩୭.୮ ଡ଼ିଗ୍ରୀ ଅଛି।

ସେହିଭଳି ହୀରାକୁଦରେ ୩୭.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି।

Nuakhai wishes