ସମ୍ବଲପୁର ଆସୁଥିବା ବିଜେପି ଟିମ୍‌କୁ ଅଟକାଇଲା ପୁଲିସ

ଝାରସୁଗୁଡ଼ା-ସମ୍ବଲପୁର ସୀମାନ୍ତ ଶ୍ରୀପୁରା ଛକରେ ପୁଲିସ ବିଜେପି ଟିମ୍‌କୁ ଅଟକାଇ ଠେଲକୁଲି ଥାନାରେ ଅଟକ ରଖିଥିଲା ପୁଲିସ।

ବିଜେପି ଟିମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଭାପତି ମନମୋହନ ସାମଲ, ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ ପ୍ରମୁଖ ସାମିଲ ଥିଲେ।

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଗିରଫ

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୁଲିସ।

୧୨ ତାରିଖ ପଥରମାଡ଼ ପାଇଁ ୩, ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣ ଗିରଫ ହୋଇଛନ୍ତି। ଏଯାବତ୍ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବଢିଛି।

ସମ୍ବଲପୁରରେ ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି: ଡିଜିପି

ସମ୍ବଲପୁରରେ ସ୍ଥିତି ସମୀକ୍ଷା ପରେ ଡିଜିପି ସୁନୀଲ ବଂଶଲ କହିଛନ୍ତି, ୧୪ ତାରିଖ ଅପ୍ରିତିକର ଘଟଣା ପରଠାରୁ କର୍ଫ୍ୟୁ ବଳବତ୍ତର ରହିଛି, କାଲିଠୁ ଆଜି ଅଧିକ ସମୟ କଟକଣା କୋହଳ ହୋଇଥିଲା, ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି, ମୁଁ ଆଶା କରୁଛି ନର୍ମାଲ ହୋଇଯିବ।

ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସିଲେ ଦିନେ ଦୁଇଦିନରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଉଠିବ, ଆଜି ରବିବାର ପରୀକ୍ଷା ପାଇଁ କଟକଣା ଅଧିକ କୋହଳ କରାଯାଇଛି, ଯେଉଁ ଲୋକ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି,‌ ଅନେକ ଲୋକଙ୍କୁ ଗଣ୍ଡଗୋଳରେ ସମ୍ପୃକ୍ତି ପାଇଁ ଗିରଫ କରାଯାଇଛି ବୋଲି ଡିଜିପି କହିଛନ୍ତି।

ସମ୍ବଲପୁରରେ ୧୨ ତାରିଖ ପଥରମାଡ଼ ଘଟଣାରେ ୨୬ ଗିରଫ, ପ୍ରାୟ ଶହେ ଚିହ୍ନଟ: ଏସ୍‌ପି

ସମ୍ବଲପୁର ହିଂସା ଘଟଣାକୁ ନେଇ ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।

୧୪ ତାରିଖ ଶୋଭାଯାତ୍ରା ବେଳେ ହିଂସା ଘଟଣାରେ ୫୩ ଗିରଫ ହୋଇଛନ୍ତି। ପ୍ରଥମେ ୨୩ ଓ ଗତକାଲି ୩୦ ଜଣ ଗିରଫ ହୋଇଛନ୍ତି, ଘଟଣାଟି ପୂର୍ବ ଯୋଜନା ଭଳି ଲାଗୁଛି, ଆଗକୁ ଗିରଫଦାରୀ ବଢ଼ିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବଲପୁରରେ ଆଉ ୩୦ ଜଣ ଗିରଫ

ସମ୍ବଲପୁରରେ ପଥର ମାଡ଼ ଓ ଦୋକାନ ପୋଡ଼ା ଘଟଣାରେ ଆଉ ୩୦ ଜଣଙ୍କୁ ଗିରଫ କଲା ପୁଲିସ।

ଘଟଣାରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ହୋଇଛି। ଆଜି ଘଟଣାର ସମୀକ୍ଷା କରିବେ ଡିଜିପି।

ସମ୍ବଲପୁର ଅଭିମୁଖେ ପୁଲିସ ଡିଜି ସୁନୀଲ ବଂଶଲ

ପୁଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ଯାଇଛନ୍ତି।

ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ୩ ଅଧିକାରୀ ଗଲେ।

ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ବଢିଛି।

ଇଣ୍ଟରନେଟ୍ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବଲପୁରରେ ହିଂସା ପରେ କର୍ଫ୍ୟୁ ଜାରି

ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ କେତେକ ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ବ୍ୟାପକ ଦୋକାନ ବଜାର ଜଳାପୋଡା ହୋଇଥିଲା l

ଏହା ପରେ ପରିସ୍ଥିତି ସମ୍ଭାଳିବାକୁ ସହରରେ କର୍ଫ୍ୟୁ ଜାରି ହୋଇଥିବା ଏସପି ବି. ଗଙ୍ଗାଧର କହିଛନ୍ତି l

Nuakhai wishes