ବସରୁ 32 ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବ୍ରହ୍ମପୁରରୁ କଟକ ଯାଉଥିବା ଏକ ବସରେ ଗଞ୍ଜେଇ ପାଇଁ ଆଜି ଅବକାରୀ ବିଭାଗ ଅଧିକାରୀ ମାନେ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଚଢ଼ାଉ କରୁଥିବା ବେଳେ ଜଣଙ୍କ ବ୍ୟାଗରୁ ପ୍ରାୟ 32 ଲକ୍ଷ ଟଙ୍କା ମିଳିଛି l
ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଛି l ଏହି ଟଙ୍କା ସୁନ ବେପାରୀଙ୍କର ବୋଲି କୁହାଯାଉଛି l

ନକଲି ସୁନା ବିକୁଥିବା ରାକେଟର ଚାରି ଗିରଫ, 4.60 ଲକ୍ଷ ଜବତ

ବିଭିନ୍ନ ସ୍ଥାନରେ ନକଲି ସୁନା ଇଟା ଦେବାକୁ କହି ଠକୁଥିବା ଏକ ରାକେଟର ଚାରି ଜଣଙ୍କୁ ନବରଙ୍ଗପୁର ପୁଲିସ ଗିରଫ କରି ସେମାନଙ୍କ ଠାରୁ 4.60 ଲକ୍ଷ ଟଙ୍କା, ତିନୋଟି ମୋବାଇଲ ଫୋନ, 4.3 କିଲୋ ଓଜନର ନକଲି ସୁନା ଇଟା ଜବତ କରିଛି l
ଏମାନେ ବ୍ରାହ୍ମପୁରର ଜଣେ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ରାକେଟର ଆଉ ତିନି ଜଣ ସଦସ୍ୟ ଫେରାର ଥିବା ପୁଲିସ କହିଛି l

ଖଣ୍ଡାରେ ଆକ୍ରମଣ ପାଇଁ କର୍ପୋରେଟର ଗିରଫ

ଏକ ଗୋଷ୍ଠୀ ସଂଘର୍ଷରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗରେ ବ୍ରହ୍ମପୁର ମ୍ୟୁନିସିପାଲିଟିର 25 ନମ୍ବର ୱାର୍ଡର କର୍ପୋରେଟର ନିରଞ୍ଜନ ସେଠୀ ଓ ତାଙ୍କ ଭାଇ କନଷ୍ଟେବଳ ନାରାୟଣ ସେଠୀଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି l

ପ୍ରବେଶିକା ପରୀକ୍ଷା ଦେଲେ ୩୬୫ ଜଣ ଛାତ୍ର ଛାତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ପରିସରରେ ୩ୟ ଦିନ ହୋଇଥିବା ପ୍ରବେଶିକା ପରୀକ୍ଷା ରେ ୩୬୫ ଜଣ ପରୀକ୍ଷା ଦେଇଛନ୍ତି।ଆଜି ତୃତୀୟ ଦିନ ରେ ପ୍ରଥମ ସିଟିଂରେ ଇଂରାଜୀରେ ୩୩ ମଧ୍ୟରୁ ୨୭ ଜଣ ପରୀକ୍ଷା ଦେଇଥିବା ବେଳେ ହିନ୍ଦୀ ରେ ୬ରୁ ୩ଜଣ ,ମାଇକ୍ରୋବାୟୋଲୋଜି ୬୪ରୁ ୫୪ଜଣ ଦେଇଥିଲେ।

୨ୟ ସିଟିଂ ଷ୍ଟାଟିଷ୍ଟିକ୍ ରେ ୪ ଜଣ ମଧ୍ୟରୁ ୨ ଜଣ,ପ୍ରଣୀବିଜ୍ଞାନ ରେ ୨୨୨ରୁ ୧୯୭ ଜଣ ପରୀକ୍ଷା ଦେଇଛନ୍ତି , ତୃତୀୟ ସିଟିଂ ଆଇ ଆର ପି ଏମ/ପି ଏମ ଆଇ ଆର ୧୦୨ ମଧ୍ୟରୁ ୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ତୃତୀୟ ଦିନରେ ମୋଟ ୪୩୧ ରୁ ୩୬୫ ଜଣ ପରୀକ୍ଷା ଦେଇଛନ୍ତି।

ଦ୍ୱିତୀୟ ଦିନ ପ୍ରବେଶିକା ପରୀକ୍ଷାରେ ପରୀକ୍ଷା ଦେଲେ ୨୫୮ ଛାତ୍ରଛାତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ପରିସରରେ ଦ୍ୱିତୀୟ ଦିନ ହୋଇଥିବା ପ୍ରବେଶିକା ପରୀକ୍ଷାରେ ୨୫୮ ଜଣ ପରୀକ୍ଷା ଦେଇଛନ୍ତି।

ଆଜି ଦ୍ୱିତୀୟ ଦିନରେ ପ୍ରଥମ ସିଟିଂରେ ଫିଜିକ୍ସରେ ୧୩୪ ମଧ୍ୟରୁ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ , ୨ୟ ସିଟିଂ ଆଇନ ରେ ୬୭ ଜଣ ମଧ୍ୟରୁ ୫୯ ଜଣ ପରୀକ୍ଷା ଦେଇଛନ୍ତି , ତୃତୀୟ ସିଟିଂ ବାଣିଜ୍ୟରେ ୧୦୩ ମଧ୍ୟରୁ ୮୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ଦ୍ୱିତୀୟ ଦିନରେ ମୋଟ ୩୦୪ ରୁ ୨୫୮ ଜଣ ପରୀକ୍ଷା ଦେଇଥିବା ବେଳେ ୪୬ ଜଣ ଅନୁପସ୍ଥିତ ଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି କହିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ବଲପୁରୀ ଦିବସ ପାଳନ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡ଼ିଟରୀୟମ ରେ ଆଜି ସ୍ବର୍ଗତ ସତ୍ୟ ନାରାୟଣ ବହିଦାର ସ୍ମୃତି ରେ ସମ୍ବଲପୁରୀ ଦିବସ ପାଳନ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଏହି ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମ୍ବଲପୁରୀ ଭାଷା, ଗୀତ ଓ ପୋଷକକୁ ଅଧିକ ଭଲ ପାଇଥାନ୍ତି ରଙ୍ଗବତୀ ଗୀତ ଓ ସମ୍ବଲପୁରୀ ବସ୍ତ୍ର ପୃଥିବୀ ରେ ଲୋକପ୍ରିୟତା ରହିଛି ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରଥମ ଦିନ ପ୍ରବେଶିକା ପରୀକ୍ଷାରେ ପରୀକ୍ଷା ଦେଲେ ୧୬୩ ଛାତ୍ରଛାତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ପରିସରରେ ଆଜିଠୁ ଆରମ୍ଭ ହୋଇଥିବା ପ୍ରବେଶିକା ପରୀକ୍ଷାରେ ୧୬୩ ଜଣ ପରୀକ୍ଷା ଦେଇଛନ୍ତି।

ଆଜି ସକାଳ ସାଢେ଼ ୯ ବେଳେ ଆସିଥିବା ପରୀକ୍ଷାର୍ଥୀଙ୍କୁ ଆଡମିଡ କାର୍ଡ, ଆଧାର କାର୍ଡ ଯାଞ୍ଚ କରି ହଲକୁ ଛଡାଯାଇଥିଲା। ୧ମ ଦିନ ରେ ୧ମ ସିଟିଂରେ ଆଥ୍ରୋପୋଲୋଜି(କଳା ) ୭ ଜଣ ମଧ୍ୟରୁ ୨ ଜଣ ପରୀକ୍ଷା ଦେଇଥିବା ବେଳେ,ଆଥ୍ରୋପୋଲୋଜି (ବିଜ୍ଞାନ) ୪ ଜଣ ରୁ ୪ ଜଣ ,୨ୟ ସିଟିଂ ଯୋଗ୍ରାଫି ରେ ୭ ରୁ୬ ଜଣ ପରୀକ୍ଷା ଦେଇଛନ୍ତି,ମେରାଇନ୍ ସାଇନ୍ସ (ଓସିିନୋଗ୍ରlଫି) ୩୮ରୁ୩୦ ଜଣ ପରୀକ୍ଷା ଦେଇଛନ୍ତି ,୩ୟ ସିଟିଂ ଏମ୍ ବି ଏ(ବିଏ) ୧୫୨ରୁ ୧୨୧ଜଣ ପରୀକ୍ଷା ଦେଇଛନ୍ତି।

ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଉଥିବା ୫ ମହିଳା ଉଦ୍ଧାର

ଗୋପାଳପୁରରେ ଆଜି ସକାଳେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମର ୫ ଜଣ ମହିଳା ସମୁଦ୍ର ବେଳାଭୂମିରେ ବୁଡ଼ ପକାଇବାକୁ ଆସି ଗାଧୋଉଥିବା ବେଳେ ଭାସି ଯାଉଥିବା ବେଳେ ଡ୍ୟୁଟିରେ ଥିବା ଲାଇଫ ଗାର୍ଡ ଜି. ଚିଟି ବାବୁ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ସୁରକ୍ଷିତରେ ପଠାଯାଇଛି।

ଗୋପାଳପୁର ଥାନା ସମ୍ମୁଖରେ କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ମlଣ୍ଡିଆପଲ୍ଲି ଜ୍ୟୋତି ନଗରର ଟିକୀନା ଦାସ କୌଣସି କାରଣ ନେଇ ଥାନାକୁ ଯାଇଥିଲା ।

କାହା ସହ କିଛି କଥା ବାର୍ତ୍ତା ନ କରି ସେଠାରେ କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।ପୁଲିସ ବ୍ରହ୍ମପୁର ମେଡିକାଲକୁ ନେଇ ଚିକିତ୍ସା କରିଥିଲା।ଆଜି ଭୋର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। କୀଟ ନାଶକ ପିଇବାର କାରଣ ଅସ୍ପଷ୍ଟ ରହିଛି।

Nuakhai wishes